ETV Bharat / bharat

ନିଜାମୁଦ୍ଦିନ ତବଲିଗ ଜମାତରେ ଯୋଗଦେଇଥିବା 122 ମାଲେସିଆ ନାଗରିକଙ୍କୁ ଜାମିନ - ଦିଲ୍ଲୀର ସାକେତ କୋର୍ଟ

ନିଜାମୁଦ୍ଦିନ ମରକଜରେ ଥିବା ତବଲିଗ ଜମାତ କାର୍ଯ୍ୟକ୍ରମରେ ଜଡିତ 122 ମାଲେସିଆ ନାଗରିକଙ୍କୁ ଦିଲ୍ଲୀର ସାକେତ କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି । ଜାଣନ୍ତୁ ସମ୍ପୂର୍ଣ୍ଣ ଖବର...

ନିଜାମୁଦ୍ଦିନ ତବଲିଗ ଜମାତରେ ଯୋଗଦେଇଥିବା 122 ମାଲେସିୟ ନାଗରିକଙ୍କୁ ଜାମିନ

author img

By

Published : Jul 8, 2020, 9:48 AM IST

ନୂଆଦିଲ୍ଲୀ: ନିଜାମୁଦ୍ଦିନ ମରକଜରେ ଥିବା ତବଲିଗ ଜମାତ କାର୍ଯ୍ୟକ୍ରମରେ ଜଡିତ 122 ମାଲେସିଆ ନାଗରିକଙ୍କୁ ଦିଲ୍ଲୀର ସାକେତ କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି । ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଗୁଡ ମୋହିନା ପ୍ରତ୍ୟେକ ଦଶ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକାରେ ଏହି ଜାମିନ ପ୍ରଦାନ କରିଛନ୍ତି ।

ନିଜାମୁଦ୍ଦିନ ତବଲିଗ ଜମାତରେ ଯୋଗଦେଇଥିବା 122 ମାଲେସିୟ ନାଗରିକଙ୍କୁ ଜାମିନ

ଏହି ଜାମିନ ପ୍ରଦାନ ସହ କିଛିଟା ସର୍ତ୍ତ ମଧ୍ୟ ରହିଛି । ସେମାନଙ୍କୁ ନୋଟିସ ଜାରି କଲେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାଲେସିୟ ନାଗରିକମାନେ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିବା ତବଲିଗ ଜମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ତେବେ ଉପସ୍ଥାପନ କରାଯାଇଥିବା ଚାର୍ଜସିଟରେ ଏମାନେ ଭିସା ନିୟମ ଉଲ୍ଲଂଘନ କରିଥିବା ଉଲ୍ଲେଖ ମଧ୍ୟ ରହିଛି । ଦିଲ୍ଲୀ ପୋଲିସର କହିବାନୁଯାୟୀ ଏହି ବିଦେଶୀ ନାଗରିକମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋରୋନା କଟକଣା ନିୟମକୁ ଉଲ୍ଲଂଘନ କରିଛନ୍ତି ।

ସେପଟେ ଏହି ମାମଲାର ଶୀଘ୍ର ସମାଧାନ ପାଇଁ ହାଇକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ହାଇକୋର୍ଟଙ୍କ କହିବାନୁଯାୟୀ, ପ୍ରଥମେ ସେହି ମାମଲାକୁ କାର୍ଯ୍ୟକାରୀ କର ଯେଉଁମାନେ ଏହି ଗାଇଡଲାଇନକୁ ଉଲ୍ଲଂଘନ କରି ନିଜର ଭୁଲକୁ ସ୍ବୀକାର କରିଛନ୍ତି । ହାଇକୋର୍ଟ ଏହି ମାମଲାର ତ୍ବରିତ୍ବ ଶୁଣାଣି ପାଇଁ ସାକେତ କୋର୍ଟର ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କୁ ତାରିଖ ଓ ସମୟ ସ୍ଥିର ସହ ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.