ଡେରାଡୁନ: ଅଜବ ପରମ୍ପରା, ଅଜବ ନୀତି । ସଂସ୍କୃତି ଓ ପରମ୍ପରାକୁ ପେଥୟ କରି ଏକ ଅଦ୍ଭୁତ ପର୍ବ ପାଳନ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ଚମ୍ପାଓ୍ବତ ଜିଲ୍ଲାରେ । ଆଜି ଥିଲା ପଥର ଫିଙ୍ଗା ପର୍ବ । ଏହି ପର୍ବ ଜିଲ୍ଲାର ଦେଦିହୁରା ଅଞ୍ଚଳରେ ଥିବା ଏକ ମନ୍ଦିରରେ ଦେଖିବାକୁ ମିଳିଛି ।
ତେବେ ଏହି ପଥର ଫିଙ୍ଗା ପର୍ବରେ 120ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଗୁରୁତର ଭାବେ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ ଜିଲ୍ଲାର ବାଗଓ୍ବାଲ ନାମରେ ଏକ ପଥର ଫିଙ୍ଗା ପର୍ବ ପ୍ରତିବର୍ଷ ଏଠାରେ ପାଳିତ ହୋଇ ଆସୁଛି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ବରାହୀ ଦେବୀଙ୍କ ମନ୍ଦିରରେ ଏହି ପର୍ବ ପାଳିତ ହୋଇ ଆସୁଛି । ଏହି ପର୍ବରେ ଶ୍ରଦ୍ଧାଳୁମାନେ ପରସ୍ପର ଉପରେ ପଥର ଫିଙ୍ଗିଥାନ୍ତି । ତେବେ ଏହି ପର୍ବକୁ ପାଳନ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇଥାନ୍ତି ।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାଯୀ ଏଠାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଏ । ପରେ ସେମାନେ ପରସ୍ପର ଉପରକୁ ପଥରଫିଙ୍ଗା ଆରମ୍ଭ କରିଥାନ୍ତି ।