ETV Bharat / bharat

ଅଧା ରହିଲା ଘରେ ପହଞ୍ଚିବା ସ୍ବପ୍ନ, ବାଟରେ ଚାଲିଗଲା ନାବାଳିକାଙ୍କ ପ୍ରାଣ - ହାଇଦ୍ରାବାଦ:

ଅଧାବାଟରେ ଚାଲିଗଲା କୁନି ଝିଅର ପ୍ରାଣ । ଲକଡାଉନରେ ଫସିଥିଲା ଝିଅ । ଅଧିକ ପଢନ୍ତୁ...

12-Year-Old Walks 3 Days Amid Lockdown,  Dies Just An Hour From Home
ଅଧା ରହିଲା ଘରେ ପହଞ୍ଚିବା ସ୍ବପ୍ନ
author img

By

Published : Apr 21, 2020, 7:29 PM IST

ହାଇଦ୍ରାବାଦ: ଅଧା ରହିଗଲା ପରିବାରକୁ ଭେଟିବା ସ୍ବପ୍ନ । ମାତ୍ର ଘଣ୍ଟାଏ ପରେ ଘରେ ପହଞ୍ଚିଥାନ୍ତା 12 ବର୍ଷର ନିରିହ ଝିଅ । କିନ୍ତୁ ଦଇବର ଇଚ୍ଛା କିଛି ଭିନ୍ନ ଥିଲା ଆଉ ଘରେ ପହଞ୍ଚିବା ପୂର୍ବରୁ ଆରପାରିକୁ ଚାଲିଗଲା ଝିଅ।

ଲକ ଡାଉନରେ ଫସିଥିବା ଛତିଶଗଡର ଏହି 12 ବର୍ଷର ଝିଅ ଜମଲୋ ମାକଡାମ ତେଲେଙ୍ଗାନାରେ ରହୁଥିଲା । ସେଠାର ଏକ ଲଙ୍କା ଫ୍ୟାକ୍ଟ୍ରିରେ ପରିବାର ପ୍ରତିପୋଷଣ ପାଇଁ ସେ କାମ କରୁଥିଲା। କିନ୍ତୁ ଲକଡାଉନ ପରେ ସେ ଫସିରହିଥିଲା ।

ଶେଷରେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇ ତିନି ଦିନ ତଳେ ଚାଲିବା ଆରମ୍ଭ କରିଥିଲା । ତାଙ୍କ ସହ ଫ୍ୟାକ୍ଟିର ଆଉ କିଛି ଲୋକ ମଧ୍ୟ ଥିଲେ । କିନ୍ତୁ 3 ଦିନ ଚାଲିବା ପରେ ଥକି ପଡିଥିଲେ ସେ । ଘରେ ପହଞ୍ଚିବାକୁ ମାତ୍ର 14 କିଲୋମିଟର ଦୂର ଥିବାବେଳେ ଜମଲୋଙ୍କରରେ ତାଙ୍କର ଦେହାନ୍ତ ହୋଇଛି ।

ମୃତ୍ୟୁ ପରେ ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା । କିନ୍ତୁ ରିପୋର୍ଟ ନେଗେଟିଭ ଆସିବା ସହ ଅପପୁଷ୍ଟି ଓ ଡିହାଇଡ୍ରେସନ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି । ଏପଟେ ରାଜ୍ୟ ସରକର ଜମଲୋଙ୍କ ପରିବାରକୁ ଲକ୍ଷେ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.