ETV Bharat / bharat

ସହି ପାରିଲେନି ପ୍ରବାସୀ ଶ୍ରମିକଙ୍କ ଦୁଃଖ, ପିଗି ବ୍ୟାଙ୍କ ଭାଙ୍ଗି ଦେଲେ ଟଙ୍କା - 12-year-old Noida girl breaks piggy bank

ଶ୍ରମିକଙ୍କ ଦୁଃଖ ସହି ନପାରି ପିଗି ବ୍ୟାଙ୍କ ଭାଙ୍ଗି ଦେଲେ ଟଙ୍କା । ନୋଏଡାର କୁନି ଝିଅଙ୍କୁ ଛୁଟୁଛି ପ୍ରସଂଶାର ସୁଅ । ଅଧିକ ପଢନ୍ତୁ...

ପିଗି ବ୍ୟାଙ୍କ ଭାଙ୍ଗି ଦେଲେ ଟଙ୍କା
ପିଗି ବ୍ୟାଙ୍କ ଭାଙ୍ଗି ଦେଲେ ଟଙ୍କା
author img

By

Published : May 31, 2020, 9:56 PM IST

ନୂଆଦିଲ୍ଲୀ: ଲକ ଡାଉନରେ ଅଧିକ ଅସୁବିଧା ଭୋଗୁଛନ୍ତି ପ୍ରବାସୀ ଶ୍ରମିକ । ଏଭଳି ସ୍ଥିତିରେ ଏମାନଙ୍କୁ ଘରକୁ ଫେରିବାକୁ ସାହାଯ୍ୟର ହାତ ବଢାଇଛନ୍ତି ନୋଏଡାର 12 ବର୍ଷୀୟ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ । ଦୁଇ ବର୍ଷ ହେବ ସଞ୍ଚୟ କରିଥିବା 48 ହଜାର ଟଙ୍କା ସେ ପ୍ରବାସୀ ଶ୍ରମିକଙ୍କ ଘରକୁ ଫେରିବା ବ୍ୟବସ୍ଥା କରିଛନ୍ତି ।

ନିହାରିକା ଦିୱେଦୀ ନାମକ ଏହି ଛାତ୍ରୀ ଟେଲିଭିଜନରେ ବାରମ୍ବାର ଶ୍ରମିକଙ୍କ ସମସ୍ୟା ବିଷୟରେ ଖବର ଦେଖି ସାହାଯ୍ୟ ନେଇ ଚିନ୍ତା କରିଥିଲେ । ଏହି ବିଷୟରେ ପରିବାର ସଦସ୍ୟଙ୍କୁ ଅବଗତ କରାଇ ରବିବାର 3 ଜଣ ପ୍ରବାସୀ ଶ୍ରମିକଙ୍କୁ ଝାଡଖଣ୍ଡ ପଠାଇଛନ୍ତି ।ବିମାନ ମାଧ୍ୟମରେ ସେମାନେ ନିଜ ଘରେ ପହଞ୍ଚିବାରେ ସଫଳ ହୋଇଛନ୍ତି । ସେମାନଙ୍କ ଭିତରେ ଜଣେ କ୍ୟାନସର ରୋଗୀ ଥିବା ଜଣାପଡିଛି ।

ନିହାରିକାଙ୍କ ମାଆଙ୍କ କହିବା ଅନୁସାରେ, ସେ ଟିଭିରେ ଖବର ଦେଖିବା ପରେ ମନ ଖରାପ କରି ବସି ରହୁ ଥିଲେ । ଶେଷରେ ନିଜ ସଞ୍ଚିତ ପିଗି ବ୍ୟାଙ୍କ ଭାଙ୍ଗି ଶ୍ରମିକଙ୍କ ସାହାଯ୍ୟ କରିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.