ଲକ୍ଷ୍ନୌ: ତବଲିଗୀ ଜମାତରେ ଭାଗ ନେଇଥିବା 12 ବାଂଲାଦେଶୀ ନାଗରିକଙ୍କ ବିରୋଧରେ ମାମଲା ରୁଜୁ । ସେମାନେ ବର୍ତ୍ତମାନ ଉତ୍ତରପ୍ରଦେଶର ଶାମଲୀ ଜିଲ୍ଲାରେ କ୍ବାରେଣ୍ଟାଇନରେ ଅଛନ୍ତି ବୋଲି ପୋଲିସ ସୂଚନା ଦେଇଛି ।
ଶୁକ୍ରବାର ସନ୍ଧ୍ୟାରେ ସେମାନଙ୍କ ମଧ୍ୟରୁ 2 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିଦେଶୀ ଅଧିନିୟମ, 1946 ର ଉଲ୍ଲଂଘନ ଅଭିଯୋଗରେ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
ପୋଲିସର କହିବାନୁସାରେ, ଅନ୍ୟ 2ଜଣଙ୍କ ବିରୋଧରେ ମଧ୍ୟ ଏତଲା ରୁଜୁ କରାଯାଇଛି । ଏମାନେ ଭଷାଣୀ ଗ୍ରାମର ଏକ ମସଜିଦରେ ଏହି 12 ବାଂଲାଦେଶୀଙ୍କୁ ଲୁଚାଇ ରଖିଥିଲେ ।
@PTI