ଆଗ୍ରା: ଦେଶରେ ହୁ-ହୁ ବଢିବାରେ ଲାଗିଛି କୋଭିଡ ସଂକ୍ରମଣ । ସାଧାରଣ ଲୋକଙ୍କ ଠାରୁ ସୁରକ୍ଷା କର୍ମୀ ଏପରିକି ବନ୍ଦୀ ଥିବା କଏଦୀ ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି । ପ୍ରଥମେ ମହାରାଷ୍ଟ୍ରର ଆର୍ଥଡ ଜେଲର କଏଦୀ ସଂକ୍ରମିତ ହେବା ଘଟଣା ସାମ୍ନାକୁ ଆସିବା ପରେ ଆଗ୍ରା ସେଣ୍ଟ୍ରାଲ ଜେଲର 12 ଜଣ କଏଦୀ ଏବେ କୋଭିଡ ପଜିଟିଭ ।
ଡେପୁଟି ଇନ୍ସପେକ୍ଟର ଜେନେରାଲ୍ (କାରାଗାର) ଲବ କୁମାର କହିଛନ୍ତି, କୋରୋନା ପରୀକ୍ଷା ପାଇଁ 24 ଜଣ କଏଦୀଙ୍କ ରକ୍ତ ନମୂନା ପଠାଯାଇଥିଲା । ସେଥିମଧ୍ୟରୁ 12 ଜଣ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ବର୍ତ୍ତମାନ ଲେପସ୍ରି ଜାତୀୟ ଜଲମା ଲ୍ୟାବକୁ ପରୀକ୍ଷଣ ପଠାଇବାକୁ ତାଜା ନମୂନା ସଂଗ୍ରହ କରାଯାଇଛି ।
ଗତ ଶନିବାର ଜଣେ 60 ବର୍ଷୀୟ କଏଦୀଙ୍କ ଠାରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଜେଲ କର୍ତ୍ତୃପକ୍ଷଙ୍କ ଅନୁସାରେ ଉକ୍ତ କଏଦୀଙ୍କୁ ମେ 3 ରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମେ 4 ରେ ରକ୍ତ ନମୂନା ସଂଗ୍ରହ ପରୀକ୍ଷଣ ପାଇଁ ପଠାଯିବା ପରେ ରିପୋର୍ଟ ପଜିଟିଭ ଥିବାନେଇ ମେ 6ରେ ଜଣାପଡିଥିଲା । ସମ୍ପୂର୍ଣ୍ଣ ସେଣ୍ଟ୍ରାଲ ଜେଲକୁ ଏବେ ସାନିଟାଇଜ କରାଯାଉଛି ।