ETV Bharat / bharat

କୋଭିଡ-19 ପରୀକ୍ଷା ପାଇଁ ହାଇଦ୍ରାବାଦରେ 12ଟି କଣ୍ଟେନମେଣ୍ଟ କ୍ଲଷ୍ଟର

author img

By

Published : Apr 9, 2020, 12:56 PM IST

କୋଭିଡ-19 ପରୀକ୍ଷା ପାଇଁ ହାଇଦ୍ରାବାଦରେ ପ୍ରାୟ 12ଟି କଣ୍ଟେନମେଣ୍ଟ କ୍ଲଷ୍ଟର ସେଟ୍ ଅପ୍ କରାଯାଇଛି । ହାଇଦ୍ରାବାର ମ୍ୟୁନିସିପାଲିଟି କର୍ପୋରେସନ ଦ୍ବାରା ଏହି ବ୍ୟବସ୍ଥା କରାଯାଇଛି ।

COVID-19
ହାଇଦ୍ରାବାଦରେ 12ଟି କଣ୍ଟେନମେଣ୍ଟ କ୍ଲଷ୍ଟର

ହାଇଦ୍ରାବାଦ: କୋଭିଡ-19 ପରୀକ୍ଷା ପାଇଁ ହାଇଦ୍ରାବାଦରେ ପ୍ରାୟ 12ଟି କଣ୍ଟେନମେଣ୍ଟ କ୍ଲଷ୍ଟର ସେଟ୍ ଅପ୍ କରାଯାଇଛି । ହାଇଦ୍ରାବାର ମ୍ୟୁନିସିପାଲିଟି କର୍ପୋରେସନ ଦ୍ବାରା ଏହି ବ୍ୟବସ୍ଥା କରାଯାଇଛି ।

ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ ଏହି ସବୁ କ୍ଲଷ୍ଟରକୁ ରାମଗୋପାଲପେଟ୍, ଶୈଖପେଟ, ରେଡହିଲ୍ସ, ମଲକପେଟ-ସନ୍ତୋଷନଗର, ଚନ୍ଦ୍ରୟାନଗୁଟା, ଅଲୱାଲ, ମୁସାପେଟ, କୁକଟପଲ୍ଲୀ, କୁତୁବୁଲାପୁର, ଗଜୁଲାରାମରମ, ମୟୁରୀନଗର, ୟୁସୁଫଗୁଡା ଓ ଚନ୍ଦନନଗରରେ ସେଟ୍ ଅପ୍ କରାଯାଇଛି ।

ହାଇଦ୍ରାବାଦରେ 89ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି କଣ୍ଟେନମେଣ୍ଟ କ୍ଲଷ୍ଟର କରାଯାଇଛି । ଏହି ସବୁ କ୍ଲଷ୍ଟର ଗୁଡିକରୁ ଉପଯୁକ୍ତ ସାନିଟାଇଜେସନ କରାଯାଉଛି । ଏହା ବ୍ୟତୀତ ସ୍ବାସ୍ଥ୍ୟ ଏବଂ ମ୍ୟୁନିସିପାଲିଟି ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଏମାନେ ପ୍ରତ୍ୟେକ ଘରକୁ ଯାଇ ସେମାନଙ୍କୁ ପରୀକ୍ଷା କରୁଛନ୍ତି। ଏହି ଚିହ୍ନଟ କ୍ଲଷ୍ଟର ଗୁଡିକରେ, ଜନସାଧାରଣଙ୍କ ଗତିବିଧି ଉପରେ ନଜର ରଖାଯାଉଛି ଏବଂ ବ୍ୟାରିକେଟ୍ ମଧ୍ୟ କରାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.