ଶ୍ରୀନଗର: ସୁରକ୍ଷାକର୍ମୀଙ୍କୁ ଆତଙ୍କୀଙ୍କ ଗ୍ରେନେଡ ଆକ୍ରମଣ । ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର କାକାପୋରା ଅଞ୍ଚଳରେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ ଫିଙ୍ଗିଛନ୍ତି । ଏଥିରେ 12 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ।
ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା କାକାପୋରାରେ ପୋଲିସ ଓ ସିଆରପିଏଫ ଟିମକୁ ଟାର୍ଗେଟ କରି ଗ୍ରେନେଡ ମାଡ କରାଯାଇଥିଲା । କିନ୍ତୁ ଗ୍ରେନେଡ ମାଡରେ 12 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଆହତ ସାଧାରଣ ନାଗରିକଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି । ସମସ୍ତ ଆହତ ସ୍ଥିର ଥିବା କୁହାଯାଉଛି । ଏହା ପରେ ସମଗ୍ର ଅଞ୍ଚଳକୁ କର୍ଡନ କରି ସୁରକ୍ଷାକର୍ମୀ ଆକ୍ରମଣକାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରୀ ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ