ETV Bharat / bharat

କୋରୋନା କାୟା: 24ଘଣ୍ଟାରେ ଦେଶରେ 37,724 ନୂଆ ମାମଲା, 648 ମୃତ

ଦେଶରେ ହୁହୁ ହୋଇ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ଗୋଟିଏ ଦିନରେ 37 ହଜାରରୁ ଉର୍ଦ୍ଧ୍ବ କୋରୋନା ପଜିଟିଭ, 648 ମୃତ । ଅଧିକ ପଢନ୍ତୁ...

ଦେଶରେ ମଙ୍ଗଳବାର ସୁଦ୍ଧା 11,92,915ଟି କୋରୋନା ସଂକ୍ରମଣ ରିପୋର୍ଟ

author img

By

Published : Jul 22, 2020, 10:46 AM IST

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମଣ ପ୍ରତ୍ୟେକ ଦିନ ବୃଦ୍ଧି ପାଉଛି । 12 ଲକ୍ଷ ପାଖାପାଖି ପହଞ୍ଚିଛି କୋରୋନା ସଂକ୍ରମଣ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 37 ହଜାର 724ଟି ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି, ଏଥିରେ 648 ଜଣଙ୍କର ମୃତ୍ୟୁ ହୋଇଛି ।

ଯାହାକୁ ନେଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 11 ଲକ୍ଷ 92 ହଜାର 915କୁ ବୃଦ୍ଧି ପାଇଛି । ଏଥିମଧ୍ୟରେ 4 ଲକ୍ଷ 11 ହଜାର 133ଟି ସଂକ୍ରମଣ ମାମଲା ସକ୍ରିୟ ଥିବାବେଳେ, 7 ଲକ୍ଷ 53 ହଜାର 50 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ 28 ହଜାର 732 ଲୋକ ପ୍ରାଣ ହରାଇଛନ୍ତି।

ସେହିପରି ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ଭିତରୁ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଛି । ଯେଉଁଠି ମୋଟ 3 ଲକ୍ଷ 27 ହଜାର 31ଟି ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 12 ହଜାର 276 ଜଣଙ୍କର ମୃତ୍ୟୁ ହୋଇଛି । ସେହପରି 1 ଲକ୍ଷ 82 ହଜାର 217 ଜଣ ସୁସ୍ଥ ହୋଇଥିବାବେଳେ, ମୋଟ 1 ଲକ୍ଷ 32 ହଜାର 236 ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି ।

ସେହିପରି ଦ୍ବିତୀୟ ସ୍ଥାନରେ ତାମିଲନାଡୁ ରହିଥିବାବେଳେ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 80 ହଜାର 643ରେ ପହଞ୍ଚିଛି । ସେଥିମଧ୍ୟରୁ 2 ହଜାର 626 ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଦିଲ୍ଲୀରେ ମଧ୍ୟ 1 ଲକ୍ଷ 25 ହଜାରରୁ ଉର୍ଦ୍ଧ୍ବରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା । ଏହାପରେ 4ର୍ଥ ସ୍ଥାନରେ କର୍ଣ୍ଣାଟକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.