ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ପାଲଟୁଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତ 3320ରେ ପହଞ୍ଚିଛି । ବିଶେଷ କରି ମାୟା ନଗରୀ ମୁମ୍ବାଇରେ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି ।
ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଶୁକ୍ରବାର 118ଟି ନୂଆ ମାମଲା ସାମନାକୁ ଆସିଛି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତ 3320 ଛୁଇଁଛି । ସେହିପରି ଗୋଟିଏ ଦିନରେ 7 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।
ପୁଣେ ଓ ମୁମ୍ବାଇରେ କୋରୋନା ପଜିଟିଭ ସବୁଠୁ ଅଧିକ ରହିଛି । ଏବେ ଯାଏଁ ସାରା ରାଜ୍ୟରେ ବାହାରିଥିବା କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମୁମ୍ବାଇରେ ଅଧାରୁ ଅଧିକ ପଜିଟିଭ ମାମଲା ରହିଛି । ଏହାସହ ଏଠାରେ କୋରୋନାଜନିତ ମୃତ୍ୟୁ ମହାରାଷ୍ଟ୍ରରେ ସର୍ବାଧିକ ରହିଛି ।
ସୌଜନ୍ୟ@ANI