ETV Bharat / bharat

ହୋମ କ୍ବାରେଣ୍ଟାଇନରେ ବାପାମା’, ବାଲ୍ଟିଏ ପାଣିରେ ବୁଡ଼ି ଶିଶୁ ମୃତ - ହୋମ କ୍ବାରେଣ୍ଟାଇନ

ବାଲ୍ଟିଏ ପାଣିରେ ବୁଡ଼ି 11 ମାସ ଶିଶୁର ମୃତ୍ୟୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ପାଲକ୍କଡ ଜିଲ୍ଲାର ଚଲିସେରୀରେ । ଶିଶୁର ପିତାମାତା COVID-19 କ୍ବାରେଣ୍ଟାଇନରେ ଥିବା ସମୟରେ ଏଭଳି ଅଘଟଣ ଘଟିଛି । ଅଧିକ ପଢନ୍ତୁ...

ମହମ୍ମଦ ସାଦିକଙ୍କ ପୁତ୍ର ମହମ୍ମଦ ନିସାନ
ମହମ୍ମଦ ସାଦିକଙ୍କ ପୁତ୍ର ମହମ୍ମଦ ନିସାନ
author img

By

Published : Jun 1, 2020, 2:51 PM IST

ଥିରୁଅନନ୍ତପୁରମ: କୋରୋନା ପାଇଁ ସାରାବିଶ୍ବ ଏବେ ଆତଙ୍କିତ । ସାରାବିଶ୍ବକୁ ଘାରିଥିବା ଏହି ସଙ୍କଟ ସମୟରେ କେରଳରେ ଘଟିଛି ଏକ ଅଭାବନୀୟ ଘଟଣା । ବାଲ୍ଟିଏ ପାଣିରେ ବୁଡ଼ି 11 ମାସ ଶିଶୁର ମୃତ୍ୟୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କେରଳ ପାଲକ୍କଡ ଜିଲ୍ଲାର ଚଲିସେରୀରେ । ଶିଶୁର ପିତାମାତା COVID-19 କ୍ବାରେଣ୍ଟାଇନରେ ଥିବା ସମୟରେ ଏଭଳି ଅଘଟଣ ଘଟିଛି ।

ଛୋଟ ପିଲାଟି ହେଉଛି ମହମ୍ମଦ ସାଦିକଙ୍କ ପୁତ୍ର ମହମ୍ମଦ ନିସାନ । ସେହି ଘରେ ରହୁଥିବା ସାଦିକଙ୍କ ଭାଇ COVID-19 ପଜିଟିଭ୍ ଚିହ୍ନଟ ପରେ ଶିଶୁର ପିତାମାତାଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଥିଲା । ଶନିବାର ରାତି ପ୍ରାୟ 10 ଟା ସମୟରେ ବାଥରୁମରେ ରଖାଯାଇଥିବା ଏକ ବାଲ୍ଟି ଭର୍ତ୍ତି ପାଣିରେ ଶିଶୁଟିର ମୃତଦେହ ମିଳିଥିଲା। ତେବେ ମୃତ ଶିଶୁଟିର ପରୀକ୍ଷା ଫଳାଫଳ ବାହାରିବା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚଲିସେରୀ ପୋଲିସ କହିଛି।

ଏନେଇ ଏକ ଅପ୍ରାକୃତିକ ମାମଲା ରୁଜ୍ଜୁ କରିଛି ପୋଲିସ । ପରିବାରକୁ କ୍ବାରେଣ୍ଟାଇନ କରାଯାଇଥିବାରୁ ଶିଶୁର ମୃତଦେହକୁ COVID-19 ପରୀକ୍ଷା ପାଇଁ ଥ୍ରୀସୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.