ETV Bharat / bharat

ହାଇଦ୍ରାବାଦ: ଲଗାଣ ବର୍ଷାରେ ଭୁଶୁଡିଲା ପାଚେରୀ, 9 ମୃତ - mohammad hill

ହାଇଦ୍ରାବାଦରେ ପାଚେରୀ ଧସିବା ଯୋଗୁଁ 9 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ହାଇଦ୍ରାବାଦ: ଲଗାଣ ବର୍ଷାରେ ଭୁଷୁଡ଼ିଲା ପଚେରୀ, 11 ମୃତ

author img

By

Published : Oct 14, 2020, 8:04 AM IST

Updated : Oct 14, 2020, 9:36 AM IST

ହାଇଦ୍ରାବାଦ: ଲଗାଣ ବର୍ଷା ପାଇଁ ଭୁଶୁଡିଲା ପାଚେରୀ । ଏଥିରେ ଜଣେ ଶିଶୁ ସମେତ 9 ଜଣଙ୍କ ମୃତ୍ୟୁ ହୋଇଛି । ହାଇଦ୍ରାବାଦ ସହରର ବନ୍ଦଲାଗୁଡ଼ା ଅଞ୍ଚଳରେ ଏଭଳି ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି । ଏହାସହ ଘଟଣାସ୍ଥଳରେ 3 ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲା । ଘଟଣା ନେଇ ହାଇଦ୍ରାବାଦ ସାଉଥ ଜୋନ ଡିସିପି ଗଜରାଜ ଭୁପାଲ କହିଛନ୍ତି ଯେ, "ପ୍ରବଳ ବର୍ଷା ଯୋଗୁଁ ମହମ୍ମଦ ହିଲ ଅଞ୍ଚଳରେ ଏକ ପାଚେରୀ ଭୁଶୁଡିଛି । ପାଚେରୀଟି ଏକ ଘର ଉପରେ ଖସି ପଡ଼ିବା ଯୋଗୁଁ 9 ଜଣଙ୍କ ମୃତ୍ୟୁ ଘଟିଛି । 3 ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।"

ସେପଟେ ହାଇଦ୍ରାବାଦ ସାଂସଦ ଓସାଉଦ୍ଦିନ ଓୱେସୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆହତ ମାନଙ୍କୁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦେବାକୁ ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ହାଇଦ୍ରାବାଦରେ ତୁହାକୁ ତୁହା ବର୍ଷା ଯୋଗୁଁ ପୂରା ସହରରେ ପାଣି ଭର୍ତ୍ତି ହୋଇଛି । ହାଇଦ୍ରାବାଦର ଏଲବି ନଗରରେ ସର୍ବାଧିକ 25 ସେଣ୍ଟିମିଟର ମିଟର ବର୍ଷା ରେକର୍ଡ ହୋଇଛି । ଆହୁରି ବର୍ଷା ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ହାଇଦ୍ରାବାଦବାସୀଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

@ani

Last Updated : Oct 14, 2020, 9:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.