ETV Bharat / bharat

ପଶ୍ଚିମବଙ୍ଗରୁ ପୁଣି ଜଣେ ଅଲକାଏଦା ଆତଙ୍କବାଦୀ ଗିରଫ - ପଶ୍ଚିମବଙ୍ଗରୁ ଅଲକାଏଦା ଆତଙ୍କବାଦ ଗିରଫ

ସେପ୍ଟେମ୍ବର 19 ତାରିଖରେ କେରଳରୁ 3 ଜଣ ଓ ପଶ୍ଚିମବଙ୍ଗରୁ 6 ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ଏନଆଇଏ । ଏମାନେ ଦିଲ୍ଲୀ-ଏନସିଆର, କୋଚି ଏବଂ ମୁମ୍ବାଇ ସମେତ ଅନେକ ସ୍ଥାନରେ ଆକ୍ରମଣ ଯୋଜନା କରୁଥିବା ଜଣାପଡିଥିଲା । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରୁ ପୁଣି ଜଣେ ଅଲକାଏଦା ଆତଙ୍କବାଦୀକୁ ଗିରଫ କଲା ଏନଆଇଏ

author img

By

Published : Sep 27, 2020, 8:03 AM IST

ନୂଆଦିଲ୍ଲୀ: 9 ଅଲକାଏଦା ଆତଙ୍କବାଦୀଙ୍କୁ ଗିରଫ କରିବାର ସପ୍ତାହ ପରେ ପୁଣି ଜଣେ ଆତଙ୍କବାଦୀ ଧରାପଡିଛି । ଗତ ଶନିବାର ପଶ୍ଚିମବଙ୍ଗରୁ ଅଲକାଏଦା ଆତଙ୍କବାଦର ଅନ୍ୟ ଜଣେ ଆତଙ୍କୀଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଏମାନେ ଦେଶରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିବାର ଯୋଜନା କରୁଥିବାର ନେଇ ଜଣାପଡିଥିଲା।

ଆଲକାଏଦା ଗ୍ରୁପରେ ସାମିଲ ଥିବା 10 ନମ୍ବର ଆତଙ୍କବାଦୀ ଜଣକ ହେଉଛି ହସମି ଅନସାରୀ । ଏନଆଇନ ଓ ପଶ୍ଚିମବଙ୍ଗର ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ)ର ମିଳିତ ଉଦ୍ୟମରେ ତାକୁ ଗିରଫ କରାଯାଇଛି । ଖୁବଶୀଘ୍ର ଅନସାରୀକୁ ଏନଆଇଏର ସ୍ପେଶାଲ କୋର୍ଟରେ ହାଜର କରାଯିବ ।

ସୂଚନାଯୋଗ୍ୟ, ସେପ୍ଟେମ୍ବର 19 ତାରିଖରେ କେରଳରୁ 3 ଜଣ ଓ ପଶ୍ଚିମବଙ୍ଗରୁ 6 ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ଏନଆଇଏ । ଏମାନେ ମଣିଷ ବୋମା ପରି ଗଧିଆ ବୋମାରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଜଣାପଡିଥିଲା ।

ଏନଆଇଏ ସଂସ୍ଥାର ଅଧିକାରୀଙ୍କ କହିବାନୁସାରେ, ଏମାନେ ଦିଲ୍ଲୀ-ଏନସିଆର, କୋଚି ଏବଂ ମୁମ୍ବାଇ ସମେତ ଅନେକ ସ୍ଥାନରେ ଆକ୍ରମଣ ଯୋଜନା କରୁଥିଲେ।

ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଗିରଫ ହୋଇଥିବା ୯ ଜଣ ଅଭିଯୁକ୍ତ ସୋସିଆଲ୍ ମିଡିଆରେ ପାକିସ୍ତାନର ଅଲକାଏଦା ଆତଙ୍କୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଦିଲ୍ଲୀ ଏନସିଆର ସମେତ ଏକାଧିକ ସ୍ଥାନରେ ଆକ୍ରମଣ ଯୋଜନା କରୁଥିଲେ । ପଶ୍ଚିମବଙ୍ଗ ଓ କେରଳ ସହିତ ଦେଶ ଭିତରେ ଅନ୍ତଃ ରାଜ୍ୟ ଅଲକାଏଦା ମଡ୍ୟୁଲ ଲାଗୁ କରିବାକୁ ପାକିସ୍ତାନ ଯୋଜନା କରୁଥିବା ଖବର ଆଗରୁ ଏନଆଇଏ ପାଖରେ ରହିଥିଲା । ଏହାକୁ ଆଧାର କରି ଏନଆଇଏ ଚଢାଉ କରି ଏହି ଗିରଫଦାରୀ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.