ETV Bharat / bharat

ଦ୍ୱିତୀୟ ପାଳି ପାଇଁ ଟ୍ରମ୍ପଙ୍କ ନିର୍ବାଚନୀ ଏଜେଣ୍ଡା

author img

By

Published : Aug 26, 2020, 10:45 AM IST

କର୍ମନିଯୁକ୍ତି ଶ୍ରେଣୀରେ ଟ୍ରମ୍ପଙ୍କ କ୍ୟାମ୍ପେନ ଅଫିସ ୧୦ ମାସ ମଧ୍ୟରେ ୧୦ ମିଲିଅନ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପ୍ରତିଶ୍ରୁତି ଦେଇଛି । ଏହାଛଡା ଏକ ମିଲିୟନ ନୂଆ କ୍ଷୁଦ୍ର ବିଜିନେସ ପାଇଁ ବି ଦିଆଯାଇଛି ପ୍ରତିଶ୍ରୁତି । ଆମେରିକାରେ କର୍ମ ନିଯୁକ୍ତି ବଜାୟ ରଖିବା ପାଇଁ ଟିକସ ହ୍ରାସ ସହ ଟେକ୍ ହୋମ ପେ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଛି ।

ଦ୍ୱିତୀୟ ପାଳି ପାଇଁ ଟ୍ରମ୍ପଙ୍କ ନିର୍ବାଚନୀ ଏଜେଣ୍ଡା
ଦ୍ୱିତୀୟ ପାଳି ପାଇଁ ଟ୍ରମ୍ପଙ୍କ ନିର୍ବାଚନୀ ଏଜେଣ୍ଡା

ନୂଆଦିଲ୍ଲୀ : ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଡୋନାଲଡ୍ ଟ୍ରମ୍ପଙ୍କୁ ପୁଣି ଥରେ ମନୋନୀତ କରିଛି ରିପବ୍ଲିକାନ ପାର୍ଟି । ପ୍ରାର୍ଥୀ ଭାବେ ମନୋନୀତ ହେଲା ପରେ ଟ୍ରମ୍ପ ଆମେରିକାବାସ୍ରୀ ଦେଖାଇଛନ୍ତି ପ୍ରତିଶ୍ରୁତିର ରଂଗୀନ ସ୍ୱପ୍ନ । ୧୦ ମାସରେ ୧୦ ମିଲିୟନ କର୍ମ ନିଯୁକ୍ତି, ବର୍ଷକ ଭିତରେ କୋଭିଡ ଟିକା ହେଉଛି ଟ୍ରମ୍ପଙ୍କ ପ୍ରାଥମିକତା । ‘ଫାଇଟିଂ ଫର୍ ୟୁ’ ବା ‘ଆପଣଙ୍କ ପାଇଁ ଲଢେଇ’ ବ୍ୟାନର ତଳେ ଏସବୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି ଟ୍ରମ୍ପ । ହ୍ୱାଇଟ ହାଉସକୁ ପୁନଃ ନିର୍ବାଚିତ ହେଲେ ଏସବୁ ପ୍ରତିଶ୍ରୁତି ପାଳନ କରିବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ସ୍ୱାଧୀନତା, ଗଣତନ୍ତ୍ର, ସମୃଦ୍ଧି, ଶାନ୍ତି , ନ୍ୟାୟ, ଏକ ଦୃଢ ରାଷ୍ଟ୍ରର ମୂଲ୍ୟବୋଧ ପ୍ରତି ଗ୍ରାଣ୍ଡ ଓଲଡ ପାର୍ଟି ( ରିପବ୍ଲିକାନ ପାର୍ଟି ) ପ୍ରତିଶ୍ରୁତିବଦ୍ଧ ବୋଲି ଦଳର ଜାତୀୟ କମିଟିର ଏସିଆ ପାସିଫିକ ମିଡିଆର ନିର୍ଦ୍ଦେଶକ ମାରିନା ସି ବିବୃତି ଜାରି କରିଛନ୍ତି ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ନୀତି ଆମେରିକୀୟ ଓ ଆମେରିକାକୁ ବୈଧ ଭାବେ ଆସିଥିବା ଲୋକଙ୍କୁ ସଶକ୍ତ କରିଛି । ସେମାନଙ୍କୁ ଏକ ସୁନ୍ଦର ଜୀବନଯାପନରେ ସହାୟକ ହୋଇଥିବା ମାରିନା ସିଙ୍କ ବିବୃତିରେ ଉଲ୍ଲେଖ ରହିଛି । ହ୍ୱାଇଟ ହାଉସକୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହେବାକୁ ଲକ୍ଷ୍ୟ ରଖିଥିବା ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାପେଂନ୍ ଅଫିସ ୮ଟି ବ୍ୟାପକ ଶ୍ରେଣୀରେ ପ୍ରାଥମିକତାକୁ ତାଲିକାଭୁକ୍ତ କରିଛନ୍ତି । ସେଗୁଡିକ ହେଲା କର୍ମନିଯୁକ୍ତି, କୋରୋନା ନିରାକରଣ, ଶିକ୍ଷା, ପୋଲିସକୁ ସୁରକ୍ଷା, ଡ୍ରେନ ଦି ସ୍ୱାଂପ୍‌, ଅବୈଧ ପ୍ରବାସନ ଶେଷ, ଆମେରିକୀୟ ୱାର୍କରଙ୍କ ସ୍ୱାର୍ଥ ରକ୍ଷା , ଭବିଷ୍ୟତ ଇନୋଭେସନ ଓ ଆମେରିକା ଫାଷ୍ଟ୍ ବୈଦେଶିକ ନୀତି । ୨୦୨୦ ଏଜେଣ୍ଡା ଟ୍ରମ୍ପଙ୍କ ୨୦୧୬ କ୍ୟାପେଂନର ପ୍ରତିଶ୍ରୁତିକୁ ମନେ ପକାଇଦିଏ । ସେତେବେଳେ ଆମେରିକୀୟମାନଙ୍କ ପାଇଁ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଟ୍ରମ୍ପ । ବେଆଇନ୍ ପ୍ରବାସନ ବନ୍ଦ ଓ ଚୀନରେ ନିର୍ମିତ ସାମଗ୍ରୀ ଉପରେ ଅଧିକ ଟାରିଫ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଟ୍ରମ୍ପ । ଏଥର ଏଜେଣ୍ଡାରେ କିନ୍ତୁ କୋଭିଡ-୧୯ ଭାଇରସର ମୁକାବିଲା ପାଇଁ ଟିକା ବାହାର କରିବା ପ୍ରାଥମିକତା ରହିଛି । ଏହାଛଡା ଚନ୍ଦ୍ରରେ ସ୍ଥାୟୀ ଭାବେ ମାନବର ଉପସ୍ଥିତି ପାଇଁ ଏକ ସ୍ପେସ୍ ଫୋର୍ସ ଗଠନ ବି ଏଥରର କ୍ୟାପେଂନ ଏଜେଣ୍ଡାର ନୂଆ କଥା ।

କର୍ମନିଯୁକ୍ତି ଶ୍ରେଣୀରେ ଟ୍ରମ୍ପଙ୍କ କ୍ୟାପେଂନ ଅଫିସ ୧୦ ମାସ ମଧ୍ୟରେ ୧୦ ମିଲିଅନ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପ୍ରତିଶ୍ରୁତି ଦେଇଛି । ଏହାଛଡା ଏକ ମିଲିୟନ ନୂଆ କ୍ଷୁଦ୍ର ବିଜିନେସ ପାଇଁ ବି ଦିଆଯାଇଛି ପ୍ରତିଶ୍ରୁତି । ଆମେରିକାରେ କର୍ମ ନିଯୁକ୍ତି ବଜାୟ ରଖିବା ପାଇଁ ଟିକସ ହ୍ରାସ ସହ ଟେକ୍ ହୋମ ପେ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଛି । ଆମେରିକୀୟମାନଙ୍କ ଚାକିରୀ ସୁରକ୍ଷା ପାଇଁ ଫୋର ଟ୍ରେଡ୍ ଡିଲ୍ ,ମେଡ୍ ଇନ୍ ଆମେରିା ଟ୍ୟାକ୍ସ କ୍ରେଡିଟ୍‌, ପାଇଁ ଆଇନ ପ୍ରଣୟନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏନର୍ଜି ଇଣ୍ଡିପେଣ୍ଡେନ୍ସ ପାଇଁ ଡିରେଗୁଲେଟରୀ ନୀତି ଜାରି ରଖିବା ପାଇଁ ଏଜେଣ୍ଡାରେ ଗୁରୁତ୍ୱାରୋପ କରାଯାଇଛି ।

ଆମେରିକାରେ କୋଭିଡ-୧୯ ମହାମାରୀ ନିୟନ୍ତ୍ରଣର ବିଫଳତା ପାଇଁ କଡା ସମାଲୋଚନାର ଶରବ୍ୟ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଏ ବର୍ଷ ଶେଷ ସୁଦ୍ଧା କୋଭିଡ ଟିକା ବିକଶିତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ୨୦୨୧ ସୁଦ୍ଧା ସ୍ୱାଭାବିକ ସ୍ଥିତି ଫେରାଇ ଅଣାଯିବ ବୋଲି ମଧ୍ୟ କୁହାଯାଇଛି । ଏହାଛଡା ଭବିଷ୍ୟତ ମହାମାରୀ ପାଇଁ ପ୍ରସ୍ତୁତ ରହିବାକୁ ବ୍ୟବସ୍ଥା କରାଯିବା ଟ୍ରମ୍ପଙ୍କ ନିର୍ବାଚନୀ ଏଜେଣ୍ଡାରେ ରହିଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ଟ୍ରମ୍ପ ପ୍ରଶାସନ ନିଜର ପ୍ରଥମ ପାଳିରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପ୍ରଚଳିତ ସୁଲଭ କେୟାର ଆକ୍ଟ , ଯାହା କି ଓବାମାକେୟାର ଭାବେ ପରିଚିତ ଉଚ୍ଛେଦ କରିବାକୁ ଚେଷ୍ଟା କରିଥିଲେ । ଏଥର ଟ୍ରମ୍ପ ପ୍ରଶାସନ ନିଜ ଏଜେଣ୍ଡାରେ ଉଭୟ ରୋଗୀ ଓ ଡାକ୍ତରଙ୍କୁ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ପୁଣି ଫେରାଇ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ହେଲଥକେୟାର ଇନସୁରାନ୍ସ ପ୍ରିମିୟମ କମ୍ କରିବା ସହ ସରପ୍ରାଇଜ ବିଲିଂ ଶେଷ କରିବାକୁ ପ୍ରତିଶ୍ରୁତି ଦିଆଯାଇଛିା ପ୍ରେସକ୍ରିପସନ ଔଷଧ ଦର ହ୍ରାସ ପାଇଁ ବି ପ୍ରତିଶ୍ରୁତି ଦେଇଛି ଟ୍ରମ୍ପ ପ୍ରଶାସନ । ସାମାଜିକ ସୁରକ୍ଷା ଓ ମେଡିକେୟାର ପ୍ରତି ଧ୍ୟାନ ଦିଆଯିବ । ଏହାଛଡା ୱାର ଭେଟେରାନଙ୍କ ସୁରକ୍ଷା ଦିଆଯାଇ ବିଶ୍ୱସ୍ତରୀୟ ସ୍ୱାସ୍ଥ ସେବା ଯୋଗାଇ ଦିଆଯିବାକୁ ପ୍ରାଥମିକତା ଦିଆଯାଇଛି ।

ପ୍ରସ୍ତାବିତ ନୂଆ ଶିକ୍ଷା ଏଜେଣ୍ଡାରେ ଆମେରିକାର ପତ୍ୟେକ ଶିଶୁଙ୍କୁ ସ୍କୁଲ୍ ଚଏସ୍ ପ୍ରଦାନ କରିବା ସହ ‘ଆମେରିକୀୟ ବ୍ୟତିକ୍ରମତା’ଶିଖାଇବାକୁ ପ୍ରତିଶ୍ରୁତି ଦିଆଯାଇଛି । ‘ଡ୍ରେନ ଦି ସ୍ୱାମ୍ପ’ ଶ୍ରେଣୀରେ ଆମେରିକୀୟ ନାଗରିକ ଓ କ୍ଷୁଦ୍ର ବ୍ୟବସାୟବାଣିଜ୍ୟ ପ୍ରତି ସରକାରୀ ବ୍ୟୁରୋକ୍ରାଟିକ ଭୟ ଶେଷ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ୱାଂସିଟନର ମନି ଟ୍ରେଲ୍ ପଦାରେ ପକାଇବା ସହ ଡେଲିଗେଟ୍ କ୍ଷମତା ପୁଣି ଲୋକଙ୍କ ହାତରେ ରଖିବାକୁ ପ୍ରତିଶ୍ରୁତି ଦେଇଛି ଟ୍ରମ୍ପଙ୍କ କ୍ୟାପେଂନ ଅଫିସ । ଏହାଛଡା ଆମେରିକୀୟ ନାଗରିକଙ୍କ ସ୍ୱାର୍ଥରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଆନ୍ତର୍ଜାତିକ ସଂଗଠନଗୁଡିକ ପାଇଁ ‘ଡ୍ରେନ୍ ଦି ଗ୍ଲୋବାଲିଷ୍ଟ ସ୍ୱାମ୍ପ’ ଆପଣାଇବାକୁ କହିଛି ଟ୍ରମ୍ପ ପ୍ରଶାସନ । ଏହା ଟ୍ରମ୍ପଙ୍କ ଏକପାଖିଆବାଦ ଉଦ୍ୟମକୁ ଦର୍ଶାଉଛି । ରାଷ୍ଟ୍ରପତି ଭାବେ ପ୍ରଥମ କାର୍ଯ୍ୟକାଳରେ ଟ୍ରମ୍ପଙ୍କ କିଛି ଦୈଦେଶିକ ନୀତି ବିଶ୍ୱକୁ ଅସନ୍ତୁଷ୍ଟ କରିଥିଲା । ଜାତିସଂଘ ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟ ଓ ଜର୍ମାନୀ ସହ ଇରାନ କରିଥିବା ମିଳିତ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଯୋଜନାରୁ ଓହରିଯାଇଥିଲା ଆମେରିକା । ଏଥିସହ ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଥିବା ଅଭିଯୋଗ କରି ଇରାନ ବିରୋଧରେ ପୁଣି କଟକଣା ଜାରି କରିଥିଲା ଟ୍ରମ୍ପ ପ୍ରଶାସନ । ଏହାଛଡା ଜଳବାୟୁ ପରିବର୍ତନ ନେଇ ସ୍ୱାକ୍ଷରିତ ପ୍ୟାରିସ ଚୁକ୍ତିରୁ ମଧ୍ୟ ଓହରି ଯାଇଥିଲେ ଟ୍ରମ୍ପ । ଚୁକ୍ତି ଆମେରିକାର ଅର୍ଥନୀତିକୁ ପ୍ରଭାବିତ କରିବା ବୋଲି ଯୁକ୍ତି ଦର୍ଶାଇଥିଲେ ଟ୍ରମ୍ପ । ସାରା ଆମେରିକାରେ ପୋଲିସର ଅତ୍ୟଧିକ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଓ ବଣ୍ଣ ର୍ର୍ବୈଷମ୍ୟତା ବିରୋଧରେ ପ୍ରତିବାଦ ଓ ବିକ୍ଷୋଭ ବଢି ଚାଲିଥିବା ବେଳେ ଟ୍ରମ୍ପ ପ୍ରଶାସନ ‘ଡିଫେଣ୍ଡ ଆୱାର ପୋଲିସ’ ଶ୍ରେଣୀରେ ଅଧିକରୁ ଅଧିକ ପୋଲିସ ଓ ଲ’ ଏନଫୋର୍ସମେଂଟ୍ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଛି ।

ପୋଲିସ ଅଧିକାରୀଙ୍କ ଉପରେ ଆକ୍ରମଣ କରୁଥିବା ଅପରାଧୀଙ୍କ ଉପରେ ଜରିମାନା ପରିମାଣ ବୃୃଦ୍ଧି କରିବା ସହ ଗାଡିରେ ଆସି ଗୁଳାଇ ଚଳାଇବା ଭଳି ଘଟଣା ( ଡ୍ରାଇଭ ବାଇ ସୁଟିଂ )କୁ ଘରୋଇ ଆତଙ୍କବାଦ ଶ୍ରେଣୀଭୁକ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାହେବା ବୋଲି ଟ୍ରମ୍ପ ପ୍ରଶାସନ ପ୍ରତିଶ୍ରୁତି ଦେଇଛି । କ୍ୟାସଲେସ ବେଲ୍ ବ୍ୟବସ୍ଥା ଶେଷ କରିବା ସହ ଟ୍ରାଏଲ ବେଳେ ବିପଜ୍ଜନକ ଅପରାଧୀଙ୍କୁ ଜେଲରେ ରଖିବାକୁ ପ୍ରତିଶ୍ରୁତି ଦିଆଯାଇଛି । ଆଂଟିଫା ଭଳି ଅତି ହିଂସାବାଦୀ ଗୋଷ୍ଠୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କଥା ବି କୁହାଯାଇଛି । ‘ଏଣ୍ଡ୍ ଇଲିଗାଲ ଇମିଗ୍ରେସନ ଆଣ୍ଡ୍ ପ୍ରୋଟେକ୍ଟ ଆମେରିକାନ୍ ୱାର୍କର୍ସ’ ଶ୍ରେଣୀରେ ବେଆଇନ୍ ପ୍ରବାସନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କଥା କହିଛି ଟ୍ରମ୍ପ ପ୍ରଶାସନ । ବେଆଇନ୍ ପ୍ରବାସୀମାନେ ଆମେରିକୀୟ

କରଦାତାଙ୍କ ପଇସାରେ ବିଭିନ୍ନ ଜନକଲ୍ୟାଣ ଯୋଜନା, ସ୍ୱାସ୍ଥ୍ୟସେବା ଓ ମୁକ୍ତ କଲେଜ ଟ୍ୟୁସନ ଫି ଯେପରି ନ ପାଇବେ , ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ଟ୍ରମ୍ପ ଏଥର ପ୍ରତିଶ୍ରୁତି ଦେଇଛନ୍ତି । ୨୦୨୦ କ୍ୟାପେଂନରେ ବେଆଇନ ପ୍ରବାସନ ରୋକିବା ପାଇଁ ଅଣ ନାଗରିକ ଗ୍ୟାଙ୍ଗ ସଦସ୍ୟଙ୍କ ନିର୍ବାସନ, ମାନବ ଚାଲାଣ ରାକେଟଗୁଡିକର ଧ୍ୱଂସସାଧନ ଭଳି ପଦକ୍ଷେପର ପ୍ରତିଶ୍ରୁତି ଦେଇଛି ଟ୍ରମ୍ପ ପ୍ରଶାସନ । ବେଆଇନ ପ୍ରବାସନ ରୋକିବା ପାଇଁ ଆମେରିକା ସରକାରଙ୍କୁ ସହେଯାଗ କରୁ ନ ଥିବା ସହରର ପ୍ରଶାସନଗୁଡିକ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ରମ୍ପ ପ୍ରଶାସନ କହିଛି । ଆମେରିକୀୟ କଂପାନିମାନଙ୍କୁ ଶସ୍ତା ବିଦେଶୀ ୱାର୍କର ରଖିବା ପାଇଁ ବାରଣ କରାଯିବ ବୋଲି ଟ୍ରମ୍ପ କ୍ୟାପେଂନ ଟିମ୍ କହିଛି ।

‘ଇନୋଭେସନ ଫର ଦି ଫ୍ୟୁଚର’ ଶ୍ରେଣୀରେ କୁହାଯାଇଛି ଯେ, ଚନ୍ଦ୍ରରେ ସ୍ଥାୟୀ ମାନବ ଉପସ୍ଥିତିର ବ୍ୟବସ୍ଥା କରାଯିବ । ଏହାଛଡା ଏକ ମହାକାଶ ବାହିନୀ ବା ସ୍ପେସ ଫୋର୍ସ ସୃଷ୍ଟି କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ବିଶ୍ୱରେ ସବୁଠାରୁ ବ୍ୟାପକ ଓ ବୃହତ ଇନଫ୍ରାଷ୍ଟ୍ରକଟର ସିଷ୍ଟମ ନିର୍ମାଣ, ୫ଜି ରେସରେ ବିଜୟ, ଜାତୀୟ ହାଇସ୍ପିଡ୍ ୱାୟରଲେସ୍ ଇଂଟରନେଟ ନେଟୱର୍କ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଛି ଟ୍ରଂପ ପ୍ରଶାସନ ।

‘ଆମେରିକା ଫାଷ୍ଟ’ ବୈଦେଶିକ ନୀତି ଶ୍ରେଣୀରେ ବିଶ୍ୱର ବିଭିନ୍ନ ଦେଶରେ ଚାଲିଥିବା ଅନ୍ତହୀନ ଯୁଦ୍ଧ ଶେଷ କରିବା ସହ ଆମେରିକୀୟ ସୈନ୍ୟଙ୍କୁ ସ୍ୱଦେଶ ଫେରାଇ ଆଣିବା କଥା କୁହାଯାଇଛି । ଆମେରିକାର ସାମରିକ ସହାୟତା ପାଇଁ ସହଯୋଗୀଙ୍କୁ ଉଚିତ ପ୍ରାପ୍ୟ ଦେବା ପାଇଁ କୁହାଯିବ । ଆମେରିକାର କ୍ଷତି କରିବାକୁ ଚାହୁଁଥିବା ଗ୍ଲୋବାଲ ଆତଙ୍କବାଦୀଙ୍କୁ ନିଶ୍ଚିହ୍ନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।ଏକ ଦୃଢ ସାଇବରସିକ୍ୟୁରିଟି ଡିଫେନ୍ସ ସିଷ୍ଟମ ଓ ମିସାଇଲ୍ ଡିଫେନ୍ସ ସିଷ୍ଟମ ନିର୍ମାଣ କଥା ବି ଟ୍ରମ୍ପଙ୍କ ବୈଦେଶିକ ନୀତି ଏଜେଣ୍ଡାରେ ରହିଛି ।

ୱାଂସିଟନ ଓ ବେଜିଂ ତିକ୍ତ ବାଣିଜ୍ୟ ଯୁଦ୍ଧରେ ଲିପ୍ତ ରହିଛନ୍ତି । ଏସୀୟ ପ୍ରଶାନ୍ତ ମହାସାହରୀୟ ଅଂଚଳରେ ପ୍ରଭୁତ୍ୱ ପାଇଁ ଉଭୟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଛି । ଏ ନେଇ ଟ୍ରମ୍ପଙ୍କ କ୍ୟାପେଂନ ଅଫିସ କହିଛି ଯେ, ଗୁରୁବାର ମନୋନୟନ ଗ୍ରହଣ ଭାଷଣରେ ରାଷ୍ଟ୍ରପତି ଟ୍ରମ୍ପ,ଚୀନ୍ ଉପରେ ଆମେରିକୀୟ ନିର୍ଭରଶୀଳତା ଶେଷ କରିବା

ପ୍ରସଙ୍ଗରେ ନିଜର ଦୃଷ୍ଟିକୋଣ ରଖିବେ । ଏହାଛଡା ଚୀନରୁ ୧ ମିଲିଅନ ମାନ୍ୟୁଫାକଚରିଂ କାମ ପ୍ରତ୍ୟାହାର କରିବା, ଚୀନରୁ କାମ ଆଣୁଥିବା କଂପାନି ପାଇଁ ଟ୍ୟାକ୍ସ କ୍ରେଡିଟ୍ ବ୍ୟବସ୍ଥା ସଂପର୍କରେ ବି ଟ୍ରମ୍ଫ ନିଜ ଭାଷଣରେ ଉଲ୍ଲେଖ କରିବେ ବୋଲି ତାଙ୍କ ଅଫିସରୁ ଜାରି ବିବୃତିରେ କୁହାଯାଇଛି । ଏହାଛଡା ସାରା ବିଶ୍ୱରେ କୋଭିଡ-୧୯ ଭାଇରସର ବିସ୍ତାର ପାଇଁ ଟ୍ରମ୍ପ ଚୀନକୁ ସଂପୂଣ୍ଣ ର୍ ଦାୟୀ କରିବେ ।

ଅରୁଣିମ ଭୂୟାଁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.