ଥିରୁଅନନ୍ତପୁରମ: ପରିଣତ ବୟସରେ ପଢିବାର ପ୍ରବଳ ଇଚ୍ଛା। ଏହି ଇଚ୍ଛା ତାଙ୍କୁ ଆଜି ପ୍ରାଥମିକ ଶିକ୍ଷାରୁ ପାସ କରିଦେଇଛି। ଯେଉଁ ବୟସରେ ଜଣେ ଭଗବାନଙ୍କ ଶରଣରେ ପସି ଖୁସିରେ ଜୀବନ ଚାଲିଯିବାର ପ୍ରାର୍ଥନା କରେ ସେ ବୟସରେ ବିଦ୍ୟାଘର ଡେଇଁଛନ୍ତି କେରଳର ଭାଗିରଥୀ ଆମ୍ମା। ଆଉ ସରସ୍ବତୀଙ୍କ କୃପା ବି ଅପାର ସେ ଆମ୍ମାଙ୍କୁ ଚତୁର୍ଥ ଶ୍ରେଣୀରେ ଉତ୍ତୀର୍ଣ୍ଣ କରାଇ ଦେଇଛନ୍ତି।
ଏ ଘଟଣା ହେଉଛି କେରଳ ପାରାକୁଲମର କୋଲାମ ଜିଲ୍ଲାର। 105 ବର୍ଷର ଭାଗିରଥୀ ଆମ୍ମାଙ୍କ ପୂର୍ବରୁ ପାଠ ପ୍ରତି ଥିବା ଅହେତୁକ ଦୁର୍ବଳତା ତାଙ୍କୁ ଏହି କାର୍ଯ୍ୟ କରିବାରେ ସାହସ ଜୁଟାଇଛି। ସେ ଚତୁର୍ଥ ଶ୍ରେଣୀ ପରୀକ୍ଷା ନଭେମ୍ବର ମାସରେ ଦେଇଥିଲେ। ବର୍ତ୍ତମାନ ତାର ଫଳାଫଳ ବାହାରିଥିବା ବେଳେ ଆମ୍ମା 74.5 ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି।
ଆମ୍ମାଙ୍କ ପାଠପଢା କାର୍ଯ୍ୟ କେରଳର ଲିଟେରେସି ମିଶନ ଦ୍ବାରା ସମ୍ଭବ ହୋଇପାରିଛି। ତେବେ ରାଜ୍ୟର ସବୁଠୁ ବରିଷ୍ଠ ପରୀକ୍ଷାର୍ଥୀ ଭାବେ ଆମ୍ମା ଚତୁର୍ଥ ଶ୍ରୋଣୀ ପାସ କରି ରେକର୍ଡ କରିଛନ୍ତି।