ETV Bharat / bharat

ଭିଡିଓ କନଫରେନ୍ସିଂରେ ବାଂଲାଦେଶ ପ୍ରତିଷ୍ଠାତାଙ୍କ ଶତବାର୍ଷିକୀ ପାଳିବେ ମୋଦି

author img

By

Published : Mar 17, 2020, 7:39 AM IST

ଆଜି ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ 100ତମ ଜନ୍ମ ବାର୍ଷିକୀ । ଭିଡିଓ କଲ ମାଧ୍ୟମରେ ରହମାନଙ୍କ ଶତବାର୍ଷିକୀ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି। ଅଧିକ ଖବର ପଢନ୍ତୁ...

_Sheikh Mujibur Rahman
ଭିଡିଓ କନଫରେନ୍ସିଂରେ ବଙ୍ଗଳା ପିତାଙ୍କ ଶତବାର୍ଷିକୀ ପାଳିବେ ମୋଦି

ନୂଆଦିଲ୍ଲୀ: ଆଜି ବାଂଲାଦେଶର ପ୍ରତିଷ୍ଠାତା ବା ଜାତିର ପିତା ଶେଖ ମୁଜିବୁର ରହମାନଙ୍କ 100ତମ ଜନ୍ମ ବାର୍ଷିକୀ । ଏହି ଜନ୍ମ ବାର୍ଷିକୀ ଉତ୍ସବରେ ମୋଦି ଅଂଶଗ୍ରହଣ କରିବେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉତ୍ସବରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାଗ ନେବେ ।

କୋରୋନା ଭାଇରସ ସଙ୍କଟ ପାଇଁ ବିଶ୍ବବ୍ୟାପୀ ହାଇଆଲର୍ଟ । ଏନେଇ ମାର୍ଚ୍ଚ 17 ତାରିଖରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମ ଗୁଡିକୁ ସାଧାରଣ ସଭା ବିନା ଅନୁଷ୍ଠିତ ହେବ । ସୂଚନା ଥାଉକି, ଏହା ପୂର୍ବରୁ ଶେଖ ମୁଜିବୁର ରହମାନଙ୍କ 100 ତମ ଜନ୍ମ ବାର୍ଷିକୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା।

ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଶେଖ ମୁଜିବୁର ରହମାନ 17 ମାର୍ଚ୍ଚ 1920 ରେ ଫରିଦପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ବାଂଲାଦେଶର 'ଜାତିର ପିତା' ବୋଲି ମଧ୍ୟ କୁହାଯାଏ । ମୋଦିଙ୍କ ଏହି ଗସ୍ତ ସମୟରେ ସେ ବାଂଲାଦେଶୀ ପ୍ରତିପକ୍ଷ ଶେଖ ହସିନାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ କୋରୋନା ଭାଇରସ ପାଇଁ ଏହି ଗସ୍ତକୁ ବାତିଲ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.