ETV Bharat / bharat

4 ଘଣ୍ଟା ବରଫରେ ଚାଲି ଗର୍ଭବତୀଙ୍କୁ ହସ୍ପିଟାଲ ପହଞ୍ଚାଇଲେ ଯବାନ, ପ୍ରଶଂସା କଲେ ପିଏମ - ସ୍ଥଳ ସେନା ପ୍ରତିଷ୍ଠା ଦିବସ

ଭାରତୀୟ ସେନାର ସେବା ମନୋଭାବ ବିଶ୍ବରେ ବିରଳ । ୪ ଘଣ୍ଟା ବରଫରେ ଚାଲି ଚାଲି ୧୦୦ ଯବାନ ଜଣେ ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଭାରତୀୟ ସେନାର ମହାନତାର ପରିଚୟ ଦେଉଛି । ଅଧିକ ପଢନ୍ତୁ...

Army helps expecting mother reach hospital

author img

By

Published : Jan 15, 2020, 2:48 PM IST

ଶ୍ରୀନଗର: ଆଜି ହେଉଛି ଭାରତୀୟ ସ୍ଥଳ ସେନା ପ୍ରତିଷ୍ଠା ଦିବସ। ଭାରତ ଆଜି ୭୨ ତମ ସ୍ଥଳସେନା ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଦିନରେ ସେନାର ବିରତ୍ବ ପାଇଁ ଦେଶ ଗର୍ବ ଅନୁଭବ କରୁଛି । ଏଭଳି ସମୟରେ ଜମ୍ମୁ-କାଶ୍ମୀରରୁ ଏଭଳି ଏକ ଚିତ୍ର ଆସିଛି, ଯାହା ସେନାକୁ ମର୍ତ୍ତ୍ୟରେ ଦେବଦୂତଙ୍କ ଉପସ୍ଥିତିକୁ ଦର୍ଶାଉଛି । କେବଳ ଶତ୍ରୁ ଉପରେ ପ୍ରହାର କରି ଦେଶ ସୁରକ୍ଷା ପାଇଁ ନୁହେଁ ସାଧାରଣ ଲୋକଙ୍କୁ ସହାୟତା ପାଇଁ ସେନା ସର୍ବଦା ତତ୍ପର ଓ ଆପ୍ରାଣ ଉଦ୍ୟମ କରିଥାଏ ବୋଲି ଭିଡିଓ ସ୍ପଷ୍ଟ କରୁଛି । ଭାରତୀୟ ସେନାର ସେବା ମନୋଭାବ ବିଶ୍ବରେ ବିରଳ । ୪ ଘଣ୍ଟା ବରଫରେ ଚାଲି ଚାଲି ୧୦୦ ଯବାନ ଜଣେ ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଭାରତୀୟ ସେନାର ମହାନତାର ପରିଚୟ ଦେଉଛି ।

Army helps expecting mother reach hospital
ଫଟୋ ସୌଜନ୍ୟ: ଟ୍ବିଟର@ChinarcorpsIA

ଚିନାର କୋର ଏହି ଭିଡିଓଟିକୁ ଟ୍ବିଟରେ ପୋଷ୍ଟ କରିଥିଲା । ସେନାର ୧୦୦ ଜଣ ଯବାନ ଚାରିଘଣ୍ଟା ଧରି ବରଫ ଉପରେ ଚାଲିଚାଲି ଜଣେ ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଉଥିବା ସୂଚନା ଦେଇଥିଲା । କାଶ୍ମୀରର ଜଣେ ଗର୍ଭବତୀ ଶମୀମା ଯାହାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା ତାଙ୍କୁ ଚାରି ଘଣ୍ଟାକାଳ ଷ୍ଟ୍ରେଚର ସାହାଯ୍ୟରେ ବରଫ ଉପରେ ଚାଲିଚାଲି ୩୦ ଜଣ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ହସ୍ପିଟାଲ ନେଇଯାଇଥିବା ସୂଚନା ଦିଆଯାଇଥିଲା । ହସ୍ପିଟାଲରେ ମା' ଶମୀମା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବାବେଳେ ଉଭୟେ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି ।

4 ଘଣ୍ଟା ବରଫରେ ଚାଲି ଗର୍ଭବତୀଙ୍କୁ ହସ୍ପିଟାଲ ପହଞ୍ଚାଇଲେ ଯବାନ, ପ୍ରଶଂସା କଲେ ପିଏମ

ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓଟିକୁ ଟ୍ବିଟ କରି ପ୍ରଶଂସା କରିଛନ୍ତି । ନିଜ ଟୁଇଟରେ ପ୍ରଧାନମନ୍ତ୍ରୀ ମୋଦି ଆମର ସେନାକୁ ବୀରତ୍ବ, କର୍ତ୍ତବ୍ୟପରାୟଣତା ଏବଂ ମାନବୀୟ ଭାବନା ଲାଗି ସମ୍ମାନ କରାଯାଇଥାଏ ବୋଲି ଲେଖିଛନ୍ତି । ଏହାସହ ଯେତେବେଳେ ବି ଲୋକଙ୍କୁ ସହାୟତାର ଆବଶ୍ୟକତା ରହିଥାଏ ସେନା ସଠିକ ସମୟର ସେଠାରେ ଉପସ୍ଥିତ ରହିଥାଏ । ଏହାସହ ଯଥାସମ୍ଭବ ସାହାଯ୍ୟ କରିବାରେ ହେଳା କରି ନଥାଏ । ସେନା ପାଇଁ ଆମେ ଗର୍ବିତ ବୋଲି ପିଏମ ଟ୍ବିଟ କରିଛନ୍ତି । ଏହାସହ ପିଏମ ମୋଦି ମା' ଶମୀମା ଏବଂ ତାଙ୍କ ପିଲାର ଉତ୍ତମ ସ୍ବାସ୍ଥ୍ୟ ଲାଗି କାମନା କରୁଛି ବୋଲି ପିଏମ ନିଜ ଟ୍ବିଟର ପେଜରେ ଲେଖିଛନ୍ତି ।

ଫଟୋ ସୌଜନ୍ୟ:ଟ୍ୱିଟର@narendramodi

Intro:Body:

IDuring heavy snowfall, an expecting mother Mrs Shamima was carried by 100 army jawans and 30 civilians in paloona village of north Kashmir's Baramulla district for hospitalization. The army carried the lady on shoulders for four hours on a stretcher . She delivered a baby in hospital. Serinagar based XV Corops shared the information on its official twitter handle.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.