ETV Bharat / bharat

କ୍ବାରେଣ୍ଟିନରେ ଦିଲ୍ଲୀର 100ରୁ ଉର୍ଦ୍ଧ୍ବ ଡାକ୍ତର ଓ ନର୍ସ

author img

By

Published : Apr 3, 2020, 9:38 AM IST

ଦିଲ୍ଲୀର ଅଲଗା ଅଲଗା ମେଡିକାଲର ପାଖାପାଖି 100ରୁ ଅଧିକ ଡାକ୍ତର ଏବଂ ନର୍ସଙ୍କୁ କ୍ବାରେଣ୍ଟିନକୁ ପଠାଯାଇଛି । ଅଧିକ ପଢନ୍ତୁ...

corona  upadate
କ୍ବାରେଣ୍ଟିନକୁ ଗଲେ ଦିଲ୍ଲୀର 100ରୁ ଉର୍ଦ୍ଧ୍ଭ ଡାକ୍ତର ଓ ନର୍ସ

ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ଦିଲ୍ଲୀରେ 141 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସାଧାରଣ ଲୋକଙ୍କ ସମେତ ଡାକ୍ତର ମାନେ ମଧ୍ୟ କୋରୋନା ଭାଇରସର ଆକ୍ରାନ୍ତ ହେବାକୁ ବସିଲେଣି । ଦିଲ୍ଲାରେ ବର୍ତ୍ତମାନ 7 ଜଣ ଡାକ୍ତର କୋରୋନା ଭାଇରସ ଆକ୍ରାନ୍ତ ହୋଇଛନ୍ତି । ମାତ୍ର ଏବେଯାଏଁ କୌଣସି ନର୍ସଙ୍କୁ କୋରୋନା ଆକ୍ରାନ୍ତ କରିନଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଦିଲ୍ଲୀର ଅଲଗା ଅଲଗା ମେଡିକାଲର ପାଖାପାଖି 100ରୁ ଅଧିକ ଡାକ୍ତର ଏବଂ ନର୍ସଙ୍କୁ କ୍ବାରେଣ୍ଟିନକୁ ପଠାଯାଇଛି । ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ଗୁରୁବାର ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ମେଡିକାଲର 14 ଡାକ୍ତର ଏବଂ ନର୍ସଙ୍କୁ ହୋମ କ୍ବାରେଣ୍ଟିନରେ ପଠାଯାଇଛି ।

ଏହା ପୂର୍ବରୁ ଆରଏମଏଲର 17, ସଫଦରଜଙ୍ଗର 21, ସର୍ଦ୍ଦାର ବଲଭ ଭାଇ ପଟେଲ 12, କ୍ୟାନ୍ସର ମେଡିକାଲର 4 ଏବଂ ଏମ୍ସର 28 ଡାକ୍ତର ଏବଂ ନର୍ସଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି । ପ୍ରକାଶ ଥାଉକି, ସମଗ୍ର ଦେଶରେ ଏପ୍ରିଲ 14 ଯାଏଁ ଲକ ଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ଦେଶରେ ବର୍ତ୍ତମାନ ସୁଦ୍ଧା 2069 କୋରୋନା ଆକ୍ରାନ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ 1860 ଆକ୍ଟିଭ ଏବଂ156 ସୁସ୍ଥ ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.