ଜମ୍ମୁ: ନିଜାମୁଦ୍ଦିନ ସମାବେଶରେ ଯୋଗ ଦେଇଥିବା 10ଜଣଙ୍କୁ ଜମ୍ମୁରେ କ୍ବାରେଣ୍ଟାଇନରେ ରଖାଯାଇଛି । ବୁଧବାର ଜମ୍ମୁ-କାଶ୍ମୀର ପୋଲିସ ଦ୍ବାରା ଚିହ୍ନଟ କରାଯାଇ ଜମ୍ମୁର ଭାଟିଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।
ସେଥିମଧ୍ୟରୁ 9ଜଣ ହାଇଦ୍ରାବାଦର ହୋଇଥିବାର ଜଣାପଡିଛି । ମାର୍ଚ୍ଚ 1ରୁ15 ମଧ୍ୟରେ ତବଲିଗି ଜମାଟ ଇଭେଣ୍ଟରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ଏବେ ସେମାନେ ପୁରା ଦେଶରେ ବିଭିନ୍ନ ଅଞ୍ଚଳରେ ସାମିଲ ଅଛନ୍ତି । ତେବେ ସେମାନଙ୍କ ପାଇଁ ପୋଲିସ ଫୋର୍ସର ଗୁପ୍ତଚର ବିଭାଗ ସଜାଗ ଥିବା ଅଧିକାରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ