ETV Bharat / bharat

କଶ୍ମୀରରେ 10 ହଜାର ସୁରକ୍ଷାକର୍ମୀ ନିୟୋଜିତ, କେନ୍ଦ୍ରର ନିଷ୍ପତ୍ତିକୁ ମେହବୁବାଙ୍କ ବିରୋଧ - ମୋଦି ସରକାରଙ୍କ ବଡ ନିଷ୍ପତ୍ତି

ଜମ୍ମୁ-କଶ୍ମୀରରେ ଆତଙ୍କୀ ଗତିବିଧି ଉପରେ ରୋକ ଲଗାଇବାକୁ ମୋଦି ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟରେ 10ହଜାର ଅତିରିକ୍ତ ସୁରକ୍ଷାବଳ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ କେନ୍ଦ୍ରର ଏହି ନିଷ୍ପତ୍ତିକୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବିରୋଧ କରିଛନ୍ତି ।

ଫାଇଲ ଫଟୋ
author img

By

Published : Jul 28, 2019, 3:08 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ଉଚିତ୍ ଜବାବ ଦେବାକୁ ଆକ୍ସନ ମୁଡରେ କେନ୍ଦ୍ର ସରକାର । ରାଜ୍ୟରେ ଆତଙ୍କୀ ଗତିବିଧି ଉପରେ ରୋକ ଲଗାଇବାକୁ ମୋଦି ସରକାର ଅତିରିକ୍ତ ସୁରକ୍ଷାବଳ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ୍ ଢୋଭାଲ ଜମ୍ମୁ-କଶ୍ମୀର ଗସ୍ତରୁ ଫେରିବା ପରେ 10 ହଜାର ସୁରକ୍ଷା କର୍ମୀଙ୍କୁ ସେଠାରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ସୁଦ୍ଧା ଅନେକ ଯବାନ ଜମ୍ମୁ-କଶ୍ମୀରରେ ପହଞ୍ଚିସାରିଛନ୍ତି ।

mehbooba against central govt decision
ଫଟୋ ସୌଜନ୍ୟ:@MehboobaMufti

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଅତିରିକ୍ତ କେନ୍ଦ୍ରୀୟ ସୁରକ୍ଷାବଳ ନିୟୋଜିତ ହେବା ପରେ ଆତଙ୍କବାଦ ବିସ୍ତାରକୁ ଧ୍ବଂସ କରିବା ଅଭିଯାନକୁ ସଶକ୍ତ କରିବ । ଏଥିସହିତ ରାଜ୍ୟର ଆଇନ ବ୍ୟବସ୍ଥାକୁ ସୁରକ୍ଷିତ ରଖିବାରେ ମଧ୍ୟ ସହାୟତା ମିଳିବ ।

ସେପଟେ କେନ୍ଦ୍ର ସରକାରଙ୍କ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ 100 କମ୍ପାନୀ ନିୟୋଜିତ ନିଷ୍ପତ୍ତିକୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବିରୋଧ କରିଛନ୍ତି । ମେହବୁବା ଟ୍ବିଟ୍ କରି କହିଛନ୍ତି, କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଅଭାବ ନାହିଁ । କଶ୍ମୀରର ସମସ୍ୟା ରାଜନୈତିକ ଅଟେ, ସୈନ୍ୟବଳ ନିୟୋଜିତ କରି ଏହାର ସମାଧାନ କରି ହେବନାହିଁ । ବରଂ ଏହା ଦ୍ବାରା ଘାଟିରେ ରହୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ତେବେ ଅଗଷ୍ଟ 15 ପୂର୍ବରୁ ଶ୍ରୀନଗରରେ 15, ପୁଲୱାମା ଏବଂ ସୋପୋରରେ 10-10, ବାକି 10ଟି ଜିଲ୍ଲାରେ 5-5 ସୁରକ୍ଷା କମ୍ପାନୀକୁ ନିୟୋଜିତ କରାଯିବ । ସୂଚନାନୁସାରେ, କଶ୍ମୀରରେ ପୂର୍ବରୁ 40 ହଜାର ଅତିରିକ୍ତ ସୁରକ୍ଷାକର୍ମୀ ଅଛନ୍ତି । ସେହିପରି ଚଳିତ ଫେବୃଆରୀରେ ପାରା ମିଲିଟାରୀର 100 ଅତିରିକ୍ତ କମ୍ପାନୀକୁ ଜମ୍ମୁ-କଶ୍ମୀରରେ ନିୟୋଜିତ କରାଯାଇଛି ।

Intro:Body:

TESTING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.