ETV Bharat / bharat

ଅମିତଙ୍କ ନିଶାଣରେ ଆତଙ୍କୀ - ନିଶାଣ

ପଦବୀରେ ବସିବାର କିଛି ଦିନରେ ଫୁଲ ଦମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ନିଶାଣ ସାଜିଛି ଆତଙ୍କୀ ନିପାତ । ଜମ୍ମୁ କାଶ୍ମୀରରେ ହିଂସାର ତାଣ୍ଡବ ରଚାଉଥିବା ଟପ୍ 10 ଆତଙ୍କବାଦୀକୁ ନିପାତ କରିବା ପାଇଁ ପ୍ରସ୍ତୁତ କରିଛନ୍ତି ତାଲିକା ।

ଡ଼ିଜାଇନ୍ ଫଟୋ
author img

By

Published : Jun 4, 2019, 5:27 PM IST

ନୂଆଦିଲ୍ଲୀ: ଆସନରେ ବସିବାର କିଛି ଦିନରେ ଆକ୍ସନ ମୁଡ଼ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଜମ୍ମୁ- କାଶ୍ମୀରରେ ହିଂସାର ସୂତ୍ରଧର ସାଜିଥିବା 10 ମୋଷ୍ଟ ୱାଣ୍ଟେଡ଼ ଆତଙ୍କବାଦୀଙ୍କୁ ନିପାତ କରିବାକୁ ନେଇଛନ୍ତି ଟାର୍ଗେଟ୍ ।

ସୂଚନା ଅନୁଯାୟୀ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ସୁରକ୍ଷାବଳ 10 ଜଣ ମୋଷ୍ଟ ୱାଣ୍ଟେଡ ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ କରିଛି । ଯେଉଁଥିରେ ହିଜ୍ବୁଲ ମୁଜାହିଦିନର ଗ୍ଯାଙ୍ଗଷ୍ଟାର ରିୟାଜ ନାୟକୁ, ଲସ୍କର-ଏ-ତୋଇବାର ଜିଲ୍ଲା କମାଣ୍ଡର ବସୀମ ଅହମ୍ମଦ ଏବଂ ହିଜ୍ବୁଲ ର ଅଶରଫ ମୌଲବୀ ନାମ ମଧ୍ୟ ସାମିଲ ଅଛି ।

ଜମ୍ମୁ-କାଶ୍ମୀରର ବାରମୂଳା, ଅବନ୍ତୀପୁରା ଆଦି ଜିଲ୍ଲାର ନେତୃତ୍ବ ନେଉଥିବା ହିଜ୍ବୁଲ ମୁଜାହିଦିନ, ଲସ୍କର-ଏ-ତୋଇବା, ଜୈଶ-ଏ-ମହମ୍ମଦ ଏବଂ ଅଲ ବଦର ଭଳି ପ୍ରମୁଖ ଆତଙ୍କବାଦୀ ସଂଗଠନ ଗୁଡ଼ିକର ପ୍ରମୁଖ ଆତଙ୍କୀକୁ ଏହି ଲିଷ୍ଟରେ ସାମିଲ କରିଛି ସୁରକ୍ଷାବଳ ।

ଏହା ବ୍ୟତୀତ ପୁଲୱାମା ଅଞ୍ଚଳରେ ସକ୍ରିୟ ଥିବା ହିଜ୍ବୁଲର ଜିଲ୍ଲା ମୁଖ୍ୟ ଅରଶଲ ଉଲ ହକର ନାମ ଏହି ସୂଚୀରେ ଥିବା ମଧ୍ୟ ଜଣା ପଡ଼ିଛି । ଚଳିତ ବର୍ଷ 102 ଆତଙ୍କବାଦୀଙ୍କୁ ନିପାତ କରିସାରିଥିବା ବେଳେ ବର୍ତ୍ତମାନ ଘାଟିରେ 286 ଆତଙ୍କୀ ଏବେ ମଧ୍ୟ ସକ୍ରିୟ ରହିଥିବା କହିଛି ଗୃହ ମନ୍ତ୍ରାଣଳୟ ।

Intro:Body:

dfsd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.