ETV Bharat / bharat

ଗାଜିଆବାଦ ସାମ୍ବାଦିକ ହତ୍ୟା ଘଟଣା; ପରିବାରକୁ ଆର୍ଥିକ ସହାୟତା ସହ ପତ୍ନୀଙ୍କୁ ଚାକିରି - 10 lakh compensation

ଗାଜିଆବାଦ ସାମ୍ବାଦିକ ମୃତ୍ୟୁ ଘଟଣାରେ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର । ଅଧିକ ପଢନ୍ତୁ...

ଗାଜିଆବାଦ ସାମ୍ବାଦିକ ମୃତ୍ୟୁ ଘଟଣା
ଗାଜିଆବାଦ ସାମ୍ବାଦିକ ମୃତ୍ୟୁ ଘଟଣା
author img

By

Published : Jul 22, 2020, 2:29 PM IST

ଲକ୍ଷ୍ନୌ: ଦୁର୍ବୃତ୍ତଙ୍କ ଗୁଳିମାଡରେ ଉତ୍ତର ପ୍ରଦେଶ ସାମ୍ବାଦିକ ବିକ୍ରମ ଯୋଶୀ ମୃତ୍ୟୁ ଘଟଣା । ପରିବାରକୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କଲେ ଉତ୍ତର ପ୍ରଦେଶ ସରକାର। ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ତୁରନ୍ତ 10 ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିକ୍ରମ ଯୋଶୀଙ୍କ ସମସ୍ତ ପିଲାଙ୍କୁ ମାଗଣାରେ ମଧ୍ୟ ଶିକ୍ଷା ଦିଆଯିବ । ଏପରିକି ସାମ୍ବାଦିକଙ୍କ ପତ୍ନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଦେଖି ତାଙ୍କୁ ସରକାରୀ ଚାକିରି ମଧ୍ୟ ଯୋଗାଇ ଦିଆଯିବ ବୋଲି ମାଜିଷ୍ଟ୍ରେଟ କହିଛନ୍ତି ।

ସୂଚନାଯୋଗ୍ୟ, ସୋମବାର ରାତି 10.30 ସମୟରେ ନିଜ ଦୁଇ ଝିଅକୁ ବାଇକରେ ନେଇ ଯାଉଥିବା ବିକ୍ରମଙ୍କୁ ଗାଜିଆବାଦର ବିଜୟନଗରରେ କିଛି ଦୁର୍ବୃତ୍ତ ମାଡ ମାରିବା ସହ ତାଙ୍କ ମୁଣ୍ଡକୁ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ସକାଳ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ 9 ଜଣକୁ ଗିରଫ କରିବା ସହ କାର୍ଯ୍ୟରେ ଅବହେଳା କରି 2 ଜଣ ପୋଲିସ କର୍ମଚାରୀ ନିଲମ୍ବିତ ମଧ୍ୟ ହୋଇଛନ୍ତି । ଆକ୍ରମଣ ସମୟର ସମସ୍ତ ଘଟଣା ଏକ ସିସିଟିଭିରେ କଏଦ ହୋଇଛି ।

ଆକ୍ରମଣ ପଛରେ କୁହାଯାଉଛି, ଗତ କିଛି ଦିନ ପୂର୍ବରୁ ବିକ୍ରମଙ୍କ ନିଜ ଭାଣଜୀଙ୍କୁ କିଛି ଯୁବକ ଅସଦାଚରଣ କରିଥିଲେ ।ଯାହାକୁ ନେଇ ବିକ୍ରମ ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଏହି ଆକ୍ରମଣ କରାଯାଉଥିବା ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.