ETV Bharat / bharat

ଜାଣନ୍ତୁ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିଷୟରେ କିଛି ଅଜଣା କଥା - ଭାରତ ରତ୍ନ ପ୍ରଣବ ମୁଖାର୍ଜୀ

ଆର ପାରିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଭାରତ ରତ୍ନଙ୍କୁ ଝୁରୁଛି ସାରା ଦେଶ । ଆସନ୍ତୁ ଜାଣିବା ସେହି ମହାନ ବ୍ୟକ୍ତିତ୍ବଙ୍କ ବିଷୟରେ କିଛି ଅଜଣା କଥା ।

10 Interesting facts about pranab mukherjee, lesser-known facts, former President Pranab Mukherjee, ଅଜଣା କଥା, unknown facts, ଭାରତ ରତ୍ନ ପ୍ରଣବ ମୁଖାର୍ଜୀ, ପ୍ରଣବ ମୁଖାର୍ଜୀଙ୍କ ବିଷୟରେ ଅଜଣା କଥା
ଜାଣନ୍ତୁ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିଷୟରେ କିଛି ଅଜଣା କଥା
author img

By

Published : Sep 1, 2020, 9:00 AM IST

ନୂଆଦିଲ୍ଲୀ: 31 ଅଗଷ୍ଟ 2020 ଭାରତରୁ ବିଦାୟ ନେଇଛନ୍ତି ଭାରତ ରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ମସ୍ତିସ୍କ ଅସ୍ତ୍ରୋପଚାର ପରେ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ପ୍ରଣବ । ପରେ ଫୁସଫୁସରେ ମଧ୍ୟ ସଂକ୍ରମଣ ହେବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ଓ 31 ଅଗଷ୍ଟରେ ତାଙ୍କର ପରଲୋକ ହୋଇଛି । ତେବେ ପ୍ରଣବ ମୁଖାର୍ଜୀ ଥିଲେ ଜଣେ ମହାନ ବ୍ୟକ୍ତିତ୍ବର ଅଧିକାରୀ । ତାଙ୍କ ପରି ଜଣେ ବ୍ୟକ୍ତିଙ୍କୁ ପାର୍ଟି, ଦଳ, ରାଜନୈତିକ ବିଚାରଧାରା ନିର୍ବିଶେଷରେ ସମସ୍ତେ ସମ୍ନାନ କରୁଥିଲେ । ସେହି ମହାନ ପ୍ରତିଭାର ଅଧିକାରୀ ଭାରତ ମା’ର ସୁଯୋଗ୍ୟ ପୁତ୍ର ବିଷୟରେ ଆସନ୍ତୁ ଜାଣିବା କିଛି ଅଜଣା କଥା ।

  • 1935 ମସିହା ଡିସେମ୍ବର 11 ତାରିଖରେ ତତକାଳୀନ ବଙ୍ଗାଲ ପ୍ରେସିଡେନ୍ସି, ମିରତୀ (ବର୍ତ୍ତମାନ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲା) ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ କାମଦା କିଙ୍କର ମୁଖର୍ଜୀ ଓ ମାତା ଥିଲେ ରାଜଲକ୍ଷ୍ମୀ ମୁଖାର୍ଜୀ । ଭାରତର ସ୍ବାଧୀନତା ସଂଗ୍ରାମରେ ତାଙ୍କ ପିତା ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଏବଂ 1952-1964 ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସରୁ ପଶ୍ଚିମବଙ୍ଗ ବିଧାନ ପରିଷଦର ସଦସ୍ୟ ରହିଥିଲେ ।
  • ସୁରୀ ବିଦ୍ୟା ସାଗର କଲେଜରୁ ନିଜ ପ୍ରାରମ୍ଭିକ ଶିକ୍ଷା ପ୍ରାପ୍ତ କରିଥିଲେ ପ୍ରଣବ । ଏହାପରେ ସେ ରାଜନୀତି ବିଜ୍ଞାନ, ଓ ଇତିହାସରେ କଲିକତା ବିଶ୍ବବିଦ୍ୟାଳୟରୁ ନିଜର ସ୍ନାତକତ୍ତୋର କରିଥିଲେ । ସେ ନିଜର ଆଇନ ଡିଗ୍ରୀ ମଧ୍ୟ ସେଠାରୁ ହାସଲ କରିଥିଲେ ।
  • ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ପ୍ରଣବ ମୁଖାର୍ଜୀ କଲିକତା ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟରେ ଉଚ୍ଚ-ବିଭାଗ କିରାଣୀ (Upper Division Clerk) ଭାବ କାର୍ଯ୍ୟ କରୁଥିଲେ । ପରେ 1963 ମସିହାରେ ସେ କୋଲକାତା ବିଦ୍ୟାନଗର କଲେଜରେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଅଧ୍ୟାପନା କାର୍ଯ୍ୟ ମଧ୍ୟ କରିଥିଲେ । ‘ଦେଶେର୍‌ ଡାକ୍‌’ ଖବର କାଗଜରେ ସେ ସାମ୍ବାଦିକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।
  • 1969 ମସିହାରେ ସେ ରାଜନୀତିରେ ପ୍ରବେଶ କଲେ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ଭି.କେ କ୍ରିଷ୍ଣା ମେନନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ଆପଣ ଜାଣନ୍ତି କି, ପ୍ରଣବ ମୁଖାର୍ଜୀ ହେଉଛନ୍ତି ଦେଶର ଏକମାତ୍ର ମନ୍ତ୍ରୀ ଯିଏ କ୍ୟାବିନେଟରେ ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦ ପାଇଥିଲେ । ବାଣିଜ୍ୟ ମନ୍ତ୍ରୀ (1993-95), ବୈଦେଶିକ ମନ୍ତ୍ରୀ (1995-96 ଓ 2006-09), ପ୍ରତିରକ୍ଷା ମନ୍ତ୍ରୀ (2004-06) ଓ ଶେଷରେ ପୁଣି ଥରେ (2009-2012) ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ ।
  • ପ୍ରଣବ ମୁଖାର୍ଜୀଙ୍କ ପ୍ରତିଭାକୁ ଚିହ୍ନିପାରି ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ କଂଗ୍ରେସରେ ଯୋଗ ଦେବା ପାଇଁ କହିଥିଲେ । 1969ରେ ଇନ୍ଦିରା ଗାନ୍ଧୀ ପ୍ରଣବଙ୍କୁ ରାଜ୍ୟ ସଭା ସଦସ୍ୟ ହେବାରେ ସାହାଯ୍ୟ କରିଥିଲେ । ପରେ ସେ 1975, 1981, 1993 ଓ 1999ରେ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହୋଇଥିଲେ ।
  • ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ହେଉଛନ୍ତି ଏକମାତ୍ର ଅର୍ଥମନ୍ତ୍ରୀ ଯିଏ କି 7 ଥର ବଜେଟ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ଭାବେ ତାଙ୍କର ବିଚକ୍ଷଣ କାର୍ଯ୍ୟ ପାଇଁ 1984ରେ ୟୁରୋମନି ମାଗାଜିନ ଦ୍ବାରା ବିଶ୍ବର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ନାମିତ କରାଯାଇଥିଲା ।
  • ପ୍ରଣବ ମୁଖାର୍ଜୀଙ୍କୁ 2008ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ, 2019ରେ ତାଙ୍କୁ ଭାରତର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା ।
  • ସେ 9ରୁ ଅଧିକ ବହି ମଧ୍ୟ ଲେଖିଛନ୍ତି । ସେଥି ମଧ୍ୟରୁ କେତୋଟି ହେଉଛି, ମିଡଟର୍ମ ପୋଲ, ଅଫ୍‌ ଦ ଟ୍ରାକ (Midterm Poll, Off the Track (1987), ଦ ସାଗା ଅଫ୍‌ ଷ୍ଟ୍ରଗଲ ଆଣ୍ଟ ସାକ୍ରିଫାଇଜ (The saga of Struggle and Sacrifice (1992), କଂଗ୍ରେସ ଆଣ୍ଡ ଦ ମେକିଙ୍ଗ ଅଫ୍‌ ଦ ଇଣ୍ଡିଆନ ନେସନ (Congress and the Making of the Indian Nation (2011), ଦ ଡ୍ରାମାଟିକ ଡେକେଡ: The Dramatic Decade: ଦ ଇନ୍ଦିରା ଗାନ୍ଧୀ ଇୟର୍ସ (The Indira Gandhi Years (2014), ଦ ଟବ୍ୟୁଲାଣ୍ଟ ଇୟର୍ସ (The Turbulent Years), ଦ କୋଏଲିସନ ଇୟର୍ସ (The Coalition Years) ଇତ୍ୟାଦି ।
  • କେବଳ ଭାରତରେ ନୁହେଁ ପ୍ରଣବ ମୁଖାର୍ଜୀ ବିଦେଶରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ବାଙ୍ଗଲାଦେଶ ମୁକ୍ତିଯୁଦ୍ଧୋ ସମ୍ମାନୋନା- ବାଂଲାଦେଶ ମୁକ୍ତି ଯୁଦ୍ଧ ସମ୍ମାନ (ମାର୍ଚ୍ଚ 2013), କ୍ରସ ଅଫ୍‌ ନ୍ୟାସନାଲ ଅର୍ଡର ଅଫ୍‌ ଦ ଇଭୋରି କୋଷ୍ଟ- ଆଇଭୋରୀ କୋଷ୍ଟର ନାଇଟହୁଡର ସର୍ବୋଚ୍ଚ ରାଜ୍ୟ ସମ୍ମାନ (ଜୁନ 2016), ଓ ଗ୍ରାଣ୍ଡ କୋଲାର ଅଫ୍‌ ଦ ଅର୍ଡର ଅଫ୍‌ ମାକାରିଓସ-2- ସାଇପ୍ରସ୍ ଦ୍ବାରା ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଭାରତ ରତ୍ନ ପ୍ରଣବ ମୁଖର୍ଜୀ ।
  • ତାଙ୍କୁ ଦିଆଯାଇଥିବା ଅନ୍ୟାନ୍ୟ ସମ୍ମାନ ହେଉଛି, ଏମର୍ଜିଙ୍ଗ ମାର୍କେଟସ୍, ବିଶ୍ବ ବ୍ୟାଙ୍କ ଏବଂ ଆଇଏମ୍ଏଫ୍ ପାଇଁ ଦୈନିକ ରେକର୍ଡର ଖବରକାଗଜ ଦ୍ବାରା ଫାଇନାନ୍ସ ମିନିଷ୍ଟର ଅଫ ଦ ଇୟର ଫର ଏସିଆ ସମ୍ମାନ (2010) । ବ୍ୟାଙ୍କର ଆଣ୍ଡ ଅନରାରୀ ସିଟିଜେନସିପ ଅଫ୍‌ ଏବିଡଜେନ ଦ୍ବାରା ଫାଇନାନ୍ସ ମିନିଷ୍ଟର ଅଫ ଦ ଇୟର (2010) । ଏହାସହ ଆହୁରି ଅନେକ ସମ୍ମାନ ପାଇଥିଲେ ପ୍ରଣବ ।

ଜୁଲାଇ 25, 2012ରେ ସେ ଭାରତର ରାଷ୍ଟ୍ରପତି ଭାବେ ନିଯୁକ୍ତ ହେଲେ ତାପରେ ସେ ଆଉ ନିର୍ବାଚନରେ ଭାଗ ନେଇ ନାହାନ୍ତି । ସ୍ବାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ 2017ରେ ସେ ରାଜନୀତିରୁ ଅବସର ନେଇଥିଲେ । ପ୍ରଣବ ମୁଖାର୍ଜୀ ଭାରତକୁ ଅଲବିଦା କହିଛନ୍ତି ସତ କିନ୍ତୁ ଭାରତବାସୀଙ୍କ ହୃଦୟରେ ସେ ସର୍ବଦା ରହିଥିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.