ଚେନ୍ନାଇ: ତାମିଲନାଡୁ ଟୁଟିକୋରିନ ଜିଲ୍ଲାର ସାଥଙ୍କୁଲମ ନିକଟରେ ଥିବା କାଲଭାରୀ ଚାପେଲ ଟ୍ରଷ୍ଟ ଏଚଆଇଭିରେ ଆକ୍ରାନ୍ତ ଥିବା 10 ଯୋଡିଙ୍କ ବିବାହ କରାଇଛି । ଏହି ବିବାହ ଉତ୍ସବରେ ଟୁଟିକୋରିନ ଜିଲ୍ଲାପାଳ ସନ୍ଦୀପ ନନ୍ଦୁରୀ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି ।
ଏଚଆଇଭିରେ ଆକ୍ରାନ୍ତ ଥିବା ବିଦ୍ୟାର୍ଥୀଙ୍କୁ ଶିକ୍ଷା ଗ୍ରହଣ କରିବାରେ ଏହି କାଲଭାରୀ ଚାପେଲ ଟ୍ରଷ୍ଟ ସାହାଯ୍ୟ କରିଥାଏ । ଏହି ରୋଗୀମାନେ ପରସ୍ପରଙ୍କୁ ପ୍ରେମ କରୁଥିଲେ ତେବେ ଶିକ୍ଷା ଯୋଗାଉଥିବା ଏହି ଟ୍ରଷ୍ଟ ସେମାନଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିବାକୁ ଚିନ୍ତା କରିଥିଲା ଏବଂ ପରେ ବିବାହ ଉତ୍ସବର ଆୟୋଜନ କରି ସମସ୍ତ ଯୋଡିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲା ।
ଏଚଆଇଭି ଆକ୍ରାନ୍ତଙ୍କୁ ସ୍ବଇଚ୍ଛାରେ ସାହାଯ୍ୟ କରିବା ପାଇଁ ଆଗ୍ରହୀ ଥିବା ଲୋକଙ୍କୁ କାର୍ଯ୍ୟକ୍ରମ ଶେଷରେ ପୁରସ୍କାର ପ୍ରଦାନ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ