ETV Bharat / bharat

ପୁଣେରେ କୋରୋନା ଆତଙ୍କ: ଗୋଟିଏ ଦିନରେ 10 ମୃତ୍ୟୁ

ପ୍ରଶାସନର ସୂଚନାନୁସାରେ ପୁଣେରେ ବୁଧବାର ଗୋଟିଏ ଦିନରେ 10ଟି ମୃତ୍ୟୁ ହୋଇଛି । ଫଳରେ ଏଠାରେ ମୋଟ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ପୁଣେରେ କୋରୋନା ଆତଙ୍କ: ଗୋଟିଏ ଦିନରେ 10 ମୃତ୍ୟୁ
ପୁଣେରେ କୋରୋନା ଆତଙ୍କ: ଗୋଟିଏ ଦିନରେ 10 ମୃତ୍ୟୁ
author img

By

Published : Apr 9, 2020, 1:09 AM IST

ପୁଣେ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ଦେଶର ପ୍ରଥମ ରାଜ୍ୟ ଭାବେ ଏଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରିଛି । ବିଶେଷ କରି ପୁଣେରେ କୋରୋନା ଜନିତ ମୃତ୍ୟୁ ବଢିବାରେ ଲାଗିଛି ।

ପ୍ରଶାସନର ସୂଚନାନୁସାରେ ପୁଣେରେ ବୁଧବାର ଗୋଟିଏ ଦିନରେ 10ଟି ମୃତ୍ୟୁ ହୋଇଛି । ଫଳରେ ଏଠାରେ ମୋଟ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ପାଇଛି । କୋଭିଡ-19 ଯୋଗୁଁ ଏଠାରେ ସ୍ଥିତି ଅତ୍ୟନ୍ତ ଖରାପ ଥିବା ଜଣାପଡିଛି । ମୁମ୍ବାଇ ପରେ ସବୁଠାରୁ ବେଶୀ ଆକ୍ରାନ୍ତ ପୁଣେରେ ଅଛନ୍ତି ।

ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ମହାରାଷ୍ଟ୍ରରେ ଅବସ୍ଥା ସଙ୍କଟଜନକ ରହିଛି । ଧିରେ ଧିରେ ପରିସ୍ଥିତି ବିଗୁଡୁଥିବାର ଦେଖିବାକୁ ମିଳିଛି । ତବଲିଘି ଫେରନ୍ତାଙ୍କ ଯୋଗୁଁ ଏହି ସ୍ଥିତି ଆହୁରି ଖରାପ ହୋଇଛି । ମଙ୍ଗଳବାର 150ଟି ଲୋକଙ୍କ ନମୁନା ପଜିଟିଭ ଆସିବା ପରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.