ETV Bharat / bharat

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନରେ 10 ଦିନର ଶିଶୁ ମୃତ - jammu kashmir loc

ରବିବାର ରାତିରେ କାଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ପାକର ଅସ୍ତ୍ରବିରତି ଉଲ୍ଲଙ୍ଘନ କାରଣରୁ ଜଣେ 10 ଦିନର ଶିଶୁର ମୃତ୍ୟୁ ହୋଇଛି । ଏଥିରେ ଆହତ ହୋଇଥିବା ଅନ୍ୟ 2 ଜଣଙ୍କୁ ଚିକିତ୍ସା ପାଇଁ ଜମ୍ମୁ ସ୍ଥିତ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ଫାଇଲ ଫଟୋ
author img

By

Published : Jul 29, 2019, 5:06 PM IST

ଶ୍ରୀନଗର: ପୁଣି ଥରେ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ରବିବାର ରାତିରେ କାଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କାରଣରୁ ଜଣେ 10 ଦିନର ଶିଶୁ ସହ 2 ଜଣ ଆହତ ହୋଇଥିଲେ । ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ 10 ଦିନର ଶିଶୁର ମା ଫାତିମା ଜାନ ହୋଇଥିବା ବେଳେ, ଅନ୍ୟ ଜଣେ ହେଉଛନ୍ତି ସାଧାରଣ ନାଗରିକ ମହମ୍ମଦ ଆରିଫ୍ ।

ଚିକିତ୍ସା ପାଇଁ ସେମାନଙ୍କୁ ଜମ୍ମୁ-କାଶ୍ମୀର ସ୍ଥିତ ପୁଞ୍ଚ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ସକାଳେ ସେହି ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅନ୍ୟ 2 ଜଣଙ୍କୁ ଚିକିତ୍ସା ପାଇଁ ଜମ୍ମୁ ସ୍ଥିତ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାନୁାସାରେ, ରବିବାର ଭାରତୀୟ ସାମୀର ଶାହାପୁର, ସଉଜିଆନ ଏବଂ ମେଣ୍ଡର ଅଞ୍ଚଳରେ ସନ୍ଧ୍ୟା 5ଟାରୁ ରାତି 10ଟା ପର୍ଯ୍ୟନ୍ତ ଗୁଳିବର୍ଷଣ କରିଥିଲା ପାକ୍। ଏହି ଗୁଳି ବିନିମୟରେ ବହୁ ଘର ନଷ୍ଟ ହୋଇଛି ।

Intro:Body:

szgfhjhj

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.