ETV Bharat / bharat

ମୁଣ୍ଡ ନେଲା ବାତ୍ୟା ନିସର୍ଗ, ବିଦ୍ୟୁତ ଖୁଣ୍ଟ ପଡି 58 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ

author img

By

Published : Jun 3, 2020, 7:03 PM IST

ବୁଧବାର ଅପରାହ୍ନରେ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବାତ୍ୟା ନିସର୍ଗ ଲ୍ୟାଣ୍ଡଫଲ କରିବା ପରେ ଆଲିବାଗର ଉମଟେ ଗ୍ରାମରେ ଜଣେ 58 ବର୍ଷ ବୟସ୍କ ବ୍ୟକ୍ତିଙ୍କ ଉପରେ ବିଦ୍ୟୁତ ଖୁଣ୍ଟ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

1 killed in alibag after electric pole falls on him as cyclone nisarga hits maharashtra

ମୁମ୍ବାଇ: ପ୍ରଥମ ମୁଣ୍ଡ ନେଲା ବାତ୍ୟା ନିସର୍ଗ । ବୁଧବାର ଅପରାହ୍ନରେ ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ ବାତ୍ୟା ନିସର୍ଗ ସ୍ଥଳଭାଗ ଛୁଇଁବା ପରେ ଆଲିବାଗର ଉମଟେ ଗ୍ରାମରେ ଜଣେ 58 ବର୍ଷ ବୟସ୍କ ବ୍ୟକ୍ତିଙ୍କ ଉପରେ ବିଦ୍ୟୁତ ଖୁଣ୍ଟ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏପର୍ଯ୍ୟନ୍ତ ବାତ୍ୟାରେ ରାଜ୍ୟରେ ଅନ୍ୟ କୌଣସି ବ୍ୟକ୍ତି ଆହତ ହୋଇନାହାଁନ୍ତି ବୋଲି ରାଇଗଡ ଜିଲ୍ଲାପାଳ ନିଧି ଚୌଧୁରୀ କହିଛନ୍ତି ।

ବାତ୍ୟା ନିସର୍ଗ ନେଲା ପ୍ରଥମ ଜୀବନ, ବିଦ୍ୟୁତ ଖୁଣ୍ଟ ପଡ଼ି 58 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ

ବାତ୍ୟା ନିସର୍ଗ ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ ଲ୍ୟାଣ୍ଡଫଲ କରିବା ପରେ 85ଟି ବଡ଼ ଗଛ ଉପୁଡି ପଡିଛି । ସେଥିମଧ୍ୟରୁ କିଛି ଘର ଉପରେ ପଡିଛି ଏବଂ ହଜାର ହଜାର ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ଏପଟେ କ୍ଷୟକ୍ଷତିର ଆକଳନ ବାତ୍ୟା ଶେଷ ହେବା ପରେ କରାଯିବ ବୋଲି ଏନଡିଆରଏଫ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଇଁ ମହାରାଷ୍ଟ୍ର ଏବଂ ଗୁଜୁରାଟରେ 43ଟି ଟିମ୍ ନିୟୋଜିତ କରାଯାଇଥିଲା ​​ଏବଂ ରାଇଗଡ ଜିଲ୍ଲାରେ ବାତ୍ୟା ନିସର୍ଗ ପାଇଁ ଉପକୂଳବର୍ତ୍ତୀର ପାଖାପାଖି 1 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଦିଆ ଯାଇଥିଲା । ମହାରାଷ୍ଟ୍ର ବ୍ୟତୀତ ପଡୋଶୀ ଗୁଜୁରାଟ, ଦାମନ ଏବଂ ଡିୟୁ, ଦାଦ୍ରା ଏବଂ ନଗର ହାଭେଲି ଆଦି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ରେଡ ଆଲର୍ଟ ଜାରି ହୋଇଥିଲା । ଦୁଇ ସପ୍ତାହ ପୂର୍ବେ ପଶ୍ଚିମବଙ୍ଗରେ ହୋଇଥିବା ବାତ୍ୟାରେ ଅତି କମରେ 80 ଜଣଙ୍କର ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.