ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲକ୍ଷ୍ନୌ ଆଗ୍ରା ଏକ୍ସପ୍ରେସୱେରେ ଭାରସାମ୍ୟ ହରାଇ ଏକ ବସ ଦୁର୍ଘଟଣାଗସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 35ଜଣ ଆହତ ହୋଇଛନ୍ତି ।
ସୂଚନାନୁସାରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ 35ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 14ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଆହତମାନଙ୍କୁ ଆରାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଛି ।
ଭଲବୋ ବସଟି ଦିଲ୍ଲୀରୁ ପାଟନା ଅଭିମୁଖେ ଯାଉଥିବା ବେଳେ ସକାଳ 5ଟା30ରେ ଦୁର୍ଘଟଣାର ଶିକାର ହୋଇଥିଲା ବୋଲି କହିଛନ୍ତି ପୋଲିସ ଅଧିକାରୀ । ଘଟଣାସ୍ଥଳରେ ଆରସ ପୋଲିସ ଷ୍ଟେସନ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଈଟିଭି ଭାରତ