ଇଟାନଗର: ବିଶ୍ବକୁ କବଜା କରିଛି କୋରୋନା । ସେଥିମଧ୍ୟରୁ ଭାରତ ମଧ୍ୟ ଅତ୍ୟଧିକ ଆକ୍ରାନ୍ତ ସଂଖ୍ୟାରେ ରହିଛି । ତେବେ ଦେଶର ଅନ୍ୟ ରାଜ୍ୟ ଗୁଡିକରେ କୋରୋନା ତାର କାୟା ବିସ୍ତାର କରିଥିବାବେଳେ ଏଥରୁ ବାଦ ପଡିନାହିଁ ଅରୁଣାଚଳପ୍ରଦେଶ । ଯାହାକୁ ନେଇ ରବିବାର ରାଜ୍ୟରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଦିଲ୍ଲୀର ନିଜାମୁଦ୍ଦିନ ମାର୍କାଜରେ ହୋଇଥିବା ବୈଠକରେ ଅରୁଣାଚଳପ୍ରଦେଶର ମଧ୍ୟ ଲୋକ ସାମିଲ ଥିଲେ । ସେନେଇ ରାଜ୍ୟରେ ଉକ୍ତ ସମ୍ମିଳନୀରେ ଯୋଗଦେଇଥିବା 23 ଜଣଙ୍କୁ ଚିହ୍ନଟ କରିଛି ଅରୁଣାଚଳ ପୋଲିସ । ସେଥିମଧ୍ୟରୁ ଜଣେ ବ୍ୟକ୍ତି କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।
ଏନେଇ ଅରୁଣାଚଳପ୍ରଦେଶ ଡିଜିପି ଆରପି ଉପାଧ୍ୟାୟ କହିଛନ୍ତିଯେ, ଯେଉଁମାନଙ୍କର ଭ୍ରମଣ ଇତିହାସ ରହିଛି ଏବଂ ଯେଉଁମାନେ ନିଜାମୁଦ୍ଦିନ ଯାଇଥିଲେ ସେମାନଙ୍କୁ ନିବେଦନ କରୁଛିଯେ, ସେମାନେ ଆସି ସ୍ବେଚ୍ଛାକୃତ ଭାବରେ ପୋଲିସକୁ ରିପୋର୍ଟ କରନ୍ତୁ ।