ETV Bharat / bharat

ଜାତୀୟ ରାଜପଥ କଡରୁ 1 କୋଟି ମୂଲ୍ୟର ବ୍ରାଉନ୍ ସୁଗାର ଜବତ, 3 ଗିରଫ - 1 Crore worth brown sugar seized Westbengal

ସୋମବାର ପଶ୍ଚିମବଙ୍ଗର 31ନଂ ଜାତୀୟ ରାଜପଥରୁ 1କୋଟି ମୂଲ୍ୟର ବ୍ରାଉନ୍ ସୁଗାର ଜବତ କରିଛି ମତିଗରା ପୋଲିସ । ଏହି ନିଶାଦ୍ରବ୍ୟଗୁଡିକ ଏକ ମାଲବାହୀ ଗାଡିରେ ଚାଲାଣ କରାଯାଉଥିଲା । ଅଧିକ ପଢନ୍ତୁ..

ପଶ୍ଚିମବଙ୍ଗରେ 1କୋଟି ମୂଲ୍ୟର ବ୍ରାଉନ୍ ସୁଗାର ଜବତ

author img

By

Published : Sep 29, 2020, 3:10 PM IST

କୋଲକାତା: ସୋମବାର ବିଳମ୍ବିତ ରାତ୍ରିରେ 31ନଂ ଜାତୀୟ ରାଜପଥରୁ 1କୋଟି ମୂଲ୍ୟର ବ୍ରାଉନ୍ ସୁଗାର ଜବତ କରିଛି ମତିଗରା ପୋଲିସ । ଏହି ନିଶାଦ୍ରବ୍ୟ ଗୁଡିକ ଏକ ମାଲବାହୀ ଗାଡିରେ ଚାଲାଣ କରାଯାଉଥିଲା । ଏହି ଘଟଣାରେ 3 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ଜବତ ହୋଇଥିବା ବ୍ରାଉନ୍ ସୁଗାରର ଓଜନ ପ୍ରାୟ 1.2 କିଲୋଗ୍ରାମ । ତେବେ ପୋଲିସ 31ନଂ ଜାତୀୟ ରାଜପଥରେ ଥିବା ଶିବ ମନ୍ଦିର ନିକଟରୁ ଏହି ନିଶାଦ୍ରବ୍ୟଗୁଡିକୁ ଜବତ କରିଥିଲା ।

ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ମତିଗରା ପୋଲିସ ସୋମବାର ରାତିରେ ଘଟଣାସ୍ଥଳରୁ ଗିରଫ କରିଥିଲା । ତିନି ଅଭିଯୁକ୍ତଙ୍କୁ 7 ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଛି ସିଲିଗୁଡି ମହାନଗର ପୋଲିସ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.