ETV Bharat / bharat

ନିଟରେ ଶୂନ ରଖିଲେ ଅମରାବତୀ ଛାତ୍ରୀ, ହାଇକୋର୍ଟରେ ଅଭିଯୋଗ ଦାଖଲ

author img

By

Published : Oct 21, 2020, 9:35 PM IST

Updated : Oct 21, 2020, 10:54 PM IST

ନିଟ ରେଜଲ୍ଟ ଘୋଷଣା ପରେ ଏବେ ଏହାକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ଦ୍ବନ୍ଦରେ ରହିଛନ୍ତି । ଅମରାବତୀର ଏହି ଛାତ୍ରୀ ଜଣଙ୍କ ନିଟରେ ମୋଟ 720 ନମ୍ବରରୁ 0 ରଖିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ନିଟରେ 0 ରଖିଲେ ଅମରାବତୀ ଛାତ୍ରୀ, ହାଇକୋର୍ଟରେ ଅଭିଯୋଗ ଦାଖଲ

ଅମରାବତୀ: ଚଳିତଥର ମେଡିକାଲ ପ୍ରବେଶିକା ପରୀକ୍ଷା ନିଟକୁ ନେଇ ଏଯାଏଁ ଥୁମୁନାହିଁ ବିବାଦ । ଆଗରୁ ପରୀକ୍ଷା ହେବ କି ନାହିଁ ଏନେଇ ଲାଗି ରହିଥିଲା ଅନିଶ୍ଚତତା । ତେବେ ପରୀକ୍ଷା ସରି ରେଜଲ୍ଟ ବାହାରି ସାରିଥିଲେ ସୁଦ୍ଧା ଜାତୀୟ ଟେଷ୍ଟିଂ ଏଜେନ୍ସିର ପିଛା ଛାଡୁନାହିଁ ବିବାଦ । ତେବେ ନିଟ ରେଜଲ୍ଟ ଘୋଷଣା ପରେ ଏବେ ଏହାକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ଦ୍ବନ୍ଦରେ ରହିଛନ୍ତି ।

ନିଟ ପରୀକ୍ଷାରେ ଆଶାତିତ ମାର୍କ ମିଳିନଥିବା ନେଇ ଦାବି କରିଛନ୍ତି କିଛି ଆଶାୟୀ ପରୀକ୍ଷାର୍ଥୀ । ସେମାନଙ୍କ ଚୂଡାନ୍ତ ମାର୍କ ଓଏମଆର ମାର୍କସିଟ ସହ ମେଳ ଖାଉ ନଥିବା ଅଭିଯୋଗ ହୋଇଛି । ଏପରି କି ଏହା ବିରୋଧରେ ଅମରାବତୀର ଜଣେ ଛାତ୍ରୀ ବମ୍ବେ ହାଇକୋର୍ଟରେ ଦାଖଲ କରିଛନ୍ତି ଅଭିଯୋଗ ।

ଅମରାବତୀର ଏହି ଛାତ୍ରୀ ଜଣଙ୍କ ନିଟରେ ମୋଟ 720 ନମ୍ବରରୁ 0 ରଖିଥିବା ଜଣାପଡିଛି । ନିଜ ମାର୍କକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଛାତ୍ରୀ ଜଣଙ୍କ । ସେହିପରି ଅନ୍ୟଜଣେ ଛାତ୍ର 212 ନମ୍ବର ରଖିଛନ୍ତି । ଓଏମଆର ସିଟରେ ଯେତେ ମାର୍କ ଥିଲା ସେଥିରୁ ପ୍ରକୃତ ମାର୍କ ବହୁତ କମ ଥିବା ଅଭିଯୋଗ କରିଛନ୍ତି ସେ ।

ଶୂନ ମାର୍କ ରଖିଥିବା ଅମରାବତୀର ଛାତ୍ରୀ ବସୁନ୍ଧରା କହିଛନ୍ତି ଯେ ସେ ନିଟରେ 600 ମାର୍କ ଆଣିବେ ବୋଲି ଆଶା କରୁଥିଲେ । ତାଙ୍କ ଆଇନଜୀବୀ କହିଛନ୍ତି ବସୁନ୍ଧରା ଦଶମରେ 93.4 ପ୍ରତିଶତ ମାର୍କ ହାସଲ କରିଥିବା ବେଳେ ଦ୍ବାଦଶରେ 81.9 ପ୍ରତିଶତ ମାର୍କ ରଖିଥିଲେ । ତେବେ କୌଣସି ଇନପୁଟ ତ୍ରୃଟି ଯୋଗୁଁ ତାଙ୍କ ମାର୍କ 0 ଆସିଥିବା ସେ କହିଛନ୍ତି ।

ପରୀକ୍ଷା ଖାତା ପୂନଃଯାଞ୍ଚ ପାଇଁ ଦାବି କରିଛନ୍ତି ବସୁନ୍ଧରା । ତେବେ କୋର୍ଟରେ ମୂଳ ଖାତା ଦାଖଲ କରିବାକୁ ଏନଟିଏକୁ ଦାବି କରାଯାଇଥିବା ଜଣାପଡିଛି ।

Last Updated : Oct 21, 2020, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.