ETV Bharat / bharat

କର୍ଣ୍ଣାଟକରେ ପହଞ୍ଚିଲା ଭାରତ ଯୋଡ଼ ଯାତ୍ରା, ରାହୁଲଙ୍କ ପୋଷ୍ଟର ଚିରିଲେ ବିଜେପି କର୍ମୀ ! - କଂଗ୍ରେସର ଭାରତ ଯୋଡୋ ଯାତ୍ରା

ତାମିଲନାଡୁ ଓ କେରଳ ପରେ ବିଜେପି ଶାସିତ କର୍ଣ୍ଣାଟକରେ ପହଞ୍ଚିଲା କଂଗ୍ରେସର ଭାରତ ଯୋଡୋ ଯାତ୍ରା । ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ପହଞ୍ଚିବା ପୂର୍ବରୁ ବିଜେପି କର୍ମୀ ପୋଷ୍ଟର ଚିରିଥିବା ଅଭିଯୋଗ । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ପହଞ୍ଚିଲା ଭାରତ ଯୋଡୋ ଯାତ୍ରା, ରାହୁଲଙ୍କ ପୋଷ୍ଟର ଚିରିଲେ ବିଜେପି କର୍ମୀ !

author img

By

Published : Sep 30, 2022, 1:30 PM IST

ବେଙ୍ଗାଲୁରୁ: ୨୦୨୪ ସାଧାରଣ ନିର୍ବାଚନରେ ଜନ ସମର୍ଥନ ସାଉଁଟିବାକୁ କଂଗ୍ରେସ ଚଳାଇଥିବା ଭାରତ ଯୋଡ଼ ଯାତ୍ରା କର୍ଣ୍ଣାଟକରେ ପହଞ୍ଚିଛି(Bharat Jodo Yatra enters Karnataka) । ପ୍ରଥମେ ତାମିଲନାଡୁ ଓ କେରଳ ଅତିକ୍ରମ କରିବା ପରେ ଆଜି ରାହୁଲ ଗାନ୍ଧୀ ପ୍ରଥମ ବିଜେପି ଶାସିତ ରାଜ୍ୟରେ ପ୍ରବେଶ କରିଛନ୍ତି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ରାହୁଲଙ୍କ ସେଠାରେ ଭବ୍ୟ ସ୍ବାଗତ କରିଛନ୍ତି । ତେବେ ଏହାର ଦିନକୁ ପୂର୍ବରୁ ରାଜ୍ୟରେ ରାହୁଲଙ୍କ ସ୍ବାଗତ ପାଇଁ ଲାଗିଥିବା ପୋଷ୍ଟରଗୁଡିକୁ ଚିରି ଦିଆଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, କେରଳରେ ପ୍ରାୟ ୪୫୦ କିଲୋମିଟର ଯାତ୍ରା କରିବା ପରେ ରାହୁଲ(Rahul Gandhi) ଶୁକ୍ରବାର ଚାମରାଜନଗର ଜିଲ୍ଲା ଦେଇ କର୍ଣ୍ଣାଟକରେ ପ୍ରବେଶ କରିଛନ୍ତି । ତାଙ୍କର ସ୍ବାଗତ ପାଇଁ ଦିନକ ପୂର୍ବରୁ ଦଳୀୟ କର୍ମୀମାନେ ଚାମରାଜନଗର ଗୁଣ୍ଡଲପେଟ ସହରରେ ଅନେକ ପୋଷ୍ଟର ଲଗାଇଥିଲେ । ହେଲେ କଂଗ୍ରେସ ନେତା ରାଜ୍ୟରେ ପହଞ୍ଚିବା ପୂର୍ବରୁ ତାଙ୍କର ସ୍ବାଗତ ପାଇଁ ଲାଗିଥିବା ୪୦ରୁ ଅଧିକ ପୋଷ୍ଟରଗୁଡିକୁ ଚିରି ଦିଆଯାଇଥିଲା । ଏହାକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ, ଏହି ଘଟଣା ପାଇଁ ଦଳ ଶାସକ ବିଜେପିକୁ ସିଧାସଳଖ ଦାୟୀ କରିଛି ।

୨୦୨୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ରାଜ୍ୟରେ ଭାରତ ଯୋଡ଼ ଯାତ୍ରା କଂଗ୍ରେସ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ଏହି ପଦଯାତ୍ରା ପରିଚଳାନା ପାଇଁ କର୍ଣ୍ଣାଟକ କଂଗ୍ରେସ ୧୮ଟି କମିଟି ଗଠନ କରିଛି । ରାଜ୍ୟ ସଭାପତି ଡିକେ ଶିବକୁମାର ପ୍ରତ୍ୟେକ ଦଳୀୟ ବିଧାୟକଙ୍କୁ ନିଜ ବିଧାନସଭା କ୍ଷେତ୍ରରେ ୫ ହଜାର ଲୋକଙ୍କୁ ଯାତ୍ରା ପାଇଁ ଏକାଠି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଗାନ୍ଧୀ ପରିବାରକୁ ଏକ୍ସପାରି ମେଡିସିନ କହିଲେ ଆସାମ ମୁଖ୍ୟମନ୍ତ୍ରୀ

ପ୍ରକାଶଥାଉ କି, ଆଜି କଂଗ୍ରେସର ଭାରତ ଯୋଡ଼ ଯାତ୍ରା କର୍ଣ୍ଣାଟକ ସୀମାରେ ପହଞ୍ଚିବା ସହ ୨୩ ଦିନ ପୂରଣ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇଛି । ଯାହାକି ୧୨ ରାଜ୍ୟ ଦେଇ ଜମ୍ମୁ କାଶ୍ମୀରରେ ଶେଷ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.