ETV Bharat / bharat

ଅନ୍ତିମ ଚରଣରେ ଭାରତ ଯୋଡା ଯାତ୍ର, ଏଇଟା ଶେଷ ନୁହେଁ ବରଂ ଆରମ୍ଭ: ରାହୁଲ ଗାନ୍ଧୀ - ଅନ୍ତିମ ଚରଣରେ ଭାରତ ଯୋଡା ଯାତ୍ର

କାଶ୍ମୀରରେ ଶେଷ ହେବ ଭାରତ ଯୋଡା ଯାତ୍ର। ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇଥିଲା ।ଭରତ ଯୋଡୋ ଯାତ୍ରାରର ସମାପ୍ତି ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରୁଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢ଼ନ୍ତୁ

କାଶ୍ମୀରରେ ଶେଷ ହେବ ଭାରତ ଯୋଡା ଯାତ୍ର
କାଶ୍ମୀରରେ ଶେଷ ହେବ ଭାରତ ଯୋଡା ଯାତ୍ର
author img

By

Published : Jan 30, 2023, 9:53 AM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଶେଷ ହେବ ଭାରତ ଯୋଡା ଯାତ୍ର । ଆଜି ହେଉଛି ଏହି ଯାତ୍ରାର ଅନ୍ତିମ ଦିନ । ଶ୍ରୀନଗରରେ ଭରତ ଯୋଡୋ ଯାତ୍ରାରର ସମାପ୍ତି ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଭାରତ ଯୋଡା ଯାତ୍ରା ସମୟରେ ଦଳ ଭାରତର ଲୋକଙ୍କ ଶକ୍ତି ଏବଂ ସ୍ଥିରତା ଦେଖିଛି ଏବଂ ଏହି ପଦଯାତ୍ରା ଦେଶର ରାଜନୀତିରେ ପ୍ରଭାବ ପକାଇବ ବୋଲି ସେ ଆଶା ରଖିଛନ୍ତି।

ଭାରତ ଯୋଡା ଯାତ୍ରା ଦେଶରେ ଦେଶର ଜନତାଙ୍କଠାରୁ ବେଶି ବିପୁଳ ସମର୍ଥନ ପାଇଛୁ । ଦେଶରେ କୃଷକ ଏବଂ ବେକାର ଯୁବକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ମଧ୍ୟ ଶୁଣିବାକୁ ପାଇଲୁ । ଆମେ ବେକାରୀ, ବେରୋଜଗାରୀ, ଏବଂ ଦର ବୃଦ୍ଧିକୁ ନେଇ ଏହି ରାଲି କରିଥିଲୁ । ରାହୁଲ ଗାନ୍ଧୀ ଏହି ପ୍ରେସମିଟରେ ବିଜେପି ଏବଂ ଆରଏସଏସ ଦୃଷ୍ଟିକୋଣକୁ ନେଇ ବର୍ଷିଛନ୍ତି । ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ତିକ୍ତତା ସମ୍ପର୍କରେ ସେ କହିଛନ୍ତି, "ଚୀନ୍ ଆମ ଜମି ନେଇଛନ୍ତି ବୋଲି ଅସ୍ୱୀକାର କରିବାର ସରକାରଙ୍କ ଆଭିମୁଖ୍ୟ ଅତ୍ୟନ୍ତ ବିପଜ୍ଜନକ । ମୁଁ ଭାବୁଛି ଆମକୁ ଚୀନ୍ ସହିତ ଦୃଢ଼ ଭାବରେ ମୁକାବିଲା କରିବାକୁ ପଡିବ । ଆମ ଭୂମିକୁ ଅନ୍ୟ କେହି ଦଖଲ କରିବ, ଆମେ ବରଦାସ୍ତ କରିବୁ ନାହିଁ ।"

ଏହାସହ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ବିଷୟରେ ମତ ରଖି ରାହୁଲ ଗାନ୍ଧୀ କହିଛନ୍ତି, ଗଣମାଧ୍ୟମ ପକ୍ଷପାତିତା କରୁଛି । ଏହା ବିରୋଧୀଙ୍କୁ ପର୍ଯ୍ୟାପ୍ତ ସ୍ଥାନ ଦେଉନାହିଁ ଏବଂ ପ୍ରସଙ୍ଗକୁ ଉପଯୁକ୍ତ ଢଙ୍ଗରେ ପ୍ରକାଶ କରୁନାହିଁ । ବିରୋଧୀ ଦଳଗୁଡ଼ିକର ମତଭେଦ ଥାଇପାରେ କିନ୍ତୁ ଆରଏସଏସ-ବିଜେପି ବିରୋଧରେ ଏକଜୁଟ ହେବା ଆବଶ୍ୟକ । ଏହାପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ଶ୍ରୀନଗରର ମଧ୍ୟଭାଗରେ ଥିବା ଲାଲଚୌକର ଐତିହାସିକ ଘଣ୍ଟା ଟାୱାରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ରବିବାର କଂଗ୍ରେସର ଭାରତ ଯୋଡ ଯାତ୍ରା ପାଇଁ ଏକ ବଡ଼ ଦିନ ସାବ୍ୟସ୍ତ ।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇଥିଲା । ତାମିଲନାଡୁରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି (ଜାନୁଆରୀ ୩୦)ରେ କାଶ୍ମୀରରେ ଶେଷ ହେବ । ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ ଓ ପଞ୍ଜାବ ପରେ ଏହି ଯାତ୍ରା ଏବେ ଜମ୍ମୁ କାଶ୍ମୀରରେ ଜାରି ରହିଛି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ୧୫୦ ଦିନିଆ ବିଶାଳ ପଦଯାତ୍ରା ଜାରି ରଖିଛି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.