ETV Bharat / bharat

ମଣିପୁରରୁ ଆରମ୍ଭ ହେଲା ଭାରତ ଯୋଡୋ ନ୍ୟାୟ ଯାତ୍ରା

author img

By ETV Bharat Odisha Team

Published : Jan 14, 2024, 4:14 PM IST

Bharat Jodo Nyaya Yatra: ଆରମ୍ଭ ହେଲା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ । ମଣିପୁର ଥୌବାରେ ଉଦଘାଟନୀ କାର୍ଯ୍ୟକ୍ରମରେ ଖଡେଗ କହିଲେ ଦେଶର ସମ୍ବିଧାନକୁ ବଞ୍ଚାଇବା ଓ ସବୁବର୍ଗକୁ ଫାଶିବାଦୀ ଶାସନରୁ ନ୍ୟାୟ ଦେବା ହିଁ କଂଗ୍ରେସର ଉଦ୍ଦେଶ୍ୟ । ଅଧିକ ପଢନ୍ତୁ

ମଣିପୁରରୁ ଆରମ୍ଭ ହେଲା ଭାରତ ଯୋଡୋ ନ୍ୟାୟ ଯାତ୍ରା
ମଣିପୁରରୁ ଆରମ୍ଭ ହେଲା ଭାରତ ଯୋଡୋ ନ୍ୟାୟ ଯାତ୍ରା
ମଣିପୁରରୁ ଆରମ୍ଭ ହେଲା ଭାରତ ଯୋଡୋ ନ୍ୟାୟ ଯାତ୍ରା

ଇମ୍ଫାଲ: ଆଉ କିଛି ସମୟ ମଧ୍ୟରେ ଇମ୍ଫାଲରୁ ଆରମ୍ଭ ହେବ କଂଗ୍ରେସର ବହୁଚର୍ଚ୍ଚିତ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ । ଇମ୍ଫାଲ-ପୂର୍ବ ଥୌବାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ନରେ ଯାତ୍ରା ଆରମ୍ଭ ହେବ । ପତାକା ଉତ୍ତୋଳନ ପରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପାର୍ଟି ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ । କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ, କେସି ବେଣୁଗୋପାଲ, ଜୟରାମ ରମେଶ, ଅଶୋକ ଗେହେଲଟ,ସଲମାନ ଖୁର୍ସିଦ୍ଦ, ଅଧୀର ରଞ୍ଜନ ଚୌଧୁରୀଙ୍କ ପରି ବରିଷ୍ଠ ନେତା ଓ ରାଜ୍ୟ କଂଗ୍ରେସର ନେତା ମଧ୍ୟ ସାମିଲ ହେବେ । 18 ତାରିଖରେ ଯାତ୍ରା ମଣିପୁରର ପଡୋଶୀ ନାଗାଲାଣ୍ଡରେ ପ୍ରବେଶ କରିବ । 23ରେ ଯାତ୍ରା ଉତ୍ତର ପୂର୍ବର ଅନ୍ୟତମ ପ୍ରମୁଖ ବିଜେପ ଶାସିତ ଆସାମରେ ପ୍ରବେଶ କରିବ । ଆସାମରେ ମୋଟ 833 କିମି ଯାତ୍ରା କରି 17 ଜିଲ୍ଲାକୁ ପରିକ୍ରାମ କରିବ ।

  • #WATCH | Congress chief Mallikarjun Kharge and party MP Rahul Gandhi flag off 'Bharat Jodo Nyaya Yatra' from Manipur's Thoubal

    The yatra will cover over 6,700 kilometres over 67 days, going through 110 districts. pic.twitter.com/1sMs0gdvZq

    — ANI (@ANI) January 14, 2024 " class="align-text-top noRightClick twitterSection" data=" ">

କାର୍ଯ୍ୟକ୍ରମର ଉଦଘାଟନୀ ସଭାକୁ ସମ୍ବୋଧିତ କରି କଂଗ୍ରେସ ମୁଖ୍ୟ ଖଡଗେ ରାହୁଲ ଗାନ୍ଧୀଙ୍କର ପ୍ରଥମ ଭାରତ ଯୋଡୋ ଯାତ୍ରାକୁ ପ୍ରଶଂସା କରିଛନ୍ତି । ମଣିପୁର ସମେତ ଉତ୍ତର-ପୂର୍ବ ରାଜ୍ୟମାନଙ୍କୁ ଗଡଜାତ ରାଜ୍ୟରୁ ଦେଶର ସ୍ବତନ୍ତ୍ର ପ୍ରଦେଶ ଭାବେ ସାମ୍ବିଧାନିକ ମାନ୍ୟତା ଦେବା ନେଇ କଂଗ୍ରେସ ସରକାର ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କର ଭୂମିକାକୁ ନେଇ ପକାଇଥିଲେ । ମଣିପୁର ହିଂସା କଥା ମନେ ପକାଇବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ବୀପ ଗସ୍ତ ଓ ସେଠାରେ ଆରବ ସାଗରରେ ସ୍କୁବାଡାଇଭିଂ କରିବାକୁ ଖଡଗେ ପରୋକ୍ଷ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ସମୁଦ୍ରରେ ବୁଡିପାରନ୍ତି ମାତ୍ର ଥରେ ମଣିପୁର ଗସ୍ତ କରିବା ପାଇଁ ତାଙ୍କ ନିକଟରେ ସମୟ ନାହିଁ ବୋଲି ଖଡଗେ କହିଛନ୍ତି । ବର୍ତ୍ତମାନ ମୋଦି ସରକାର ଓ ଏହାର ଫାଶିବାଦୀ ନୀତି ବିରୋଧରେ ସମସ୍ତ ବର୍ଗକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଆଜି ଏହି ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ ଯାଉଛି ବୋଲି ଖଡଗେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆଜିଠୁ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା, 15 ରାଜ୍ୟ ଦେଇ କରିବ ଅତିକ୍ରମ

ଏଠାରେ ସୂଚନା ଯୋଗ୍ୟ ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ 15ଟି ରାଜ୍ୟର 110ଟି ଜିଲ୍ଲାରେ ନ୍ୟାୟ ଯାତ୍ରା ପରିକ୍ରମା କରିବ । ଏହି ଯାତ୍ରା 110ଟି ଜିଲ୍ଲା 6 ହଜାର 713 କି.ମି ଅତିକ୍ରମ କରିବ । ଭାରତ ଯୋଡ ନ୍ୟାୟ ଯାତ୍ରା ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜରାଟ ଦେଇ ମହାରାଷ୍ଟ୍ରରେ ପହଞ୍ଚିବ । ମୁମ୍ୱାଇରେ ଏହି ଯାତ୍ରା ସମାପନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.