ETV Bharat / bharat

ଭାରତ ବାୟୋଟେକ୍‌ର ଇଣ୍ଟ୍ରାନାସାଲ ଟିକା, ଫେବୃଆରୀ-ମାର୍ଚ୍ଚରେ ପ୍ରଥମ ପର୍ଯ୍ଯାୟ ପରୀକ୍ଷଣ - ଭାରତ ବାୟୋଟେକ ଟିକାର ମାନବ ପରୀକ୍ଷଣ

ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ଭାରତ ବୋୟୋଟେକ୍‌ର ଇଣ୍ଟ୍ରାନାସାଲ ଟିକାର ମାନବ ପରୀକ୍ଷଣ ଆରମ୍ଭ ହେବ । ଅଧିକ ପଢନ୍ତୁ...

Bharat Biotech to begin Phase-1 trials of its intranasal vaccine for COVID-19 in Feb-March
ଭାରତ ବାୟୋଟେକ୍‌ର ଇଣ୍ଟ୍ରାନାସାଲ ଟିକା, ଫେବୃଆରୀ-ମାର୍ଚ୍ଚରେ ପ୍ରଥମ ପର୍ଯ୍ଯାୟ ମାନବ ପରୀକ୍ଷଣ
author img

By

Published : Jan 8, 2021, 1:51 PM IST

ହାଇଦ୍ରାବାଦ: ଆସନ୍ତା ଫେବୃଆରୀ-ମାର୍ଚ୍ଚ ମାସ ମଧ୍ୟରେ କୋଭିଡ଼-19 ପାଇଁ ଭାରତ ବାୟୋଟେକ୍‌ର ଇଣ୍ଟ୍ରାନାସାଲ୍ ଟିକାର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଆରମ୍ଭ ହେବ । ଇଣ୍ଟ୍ରାନାସାଲ ଟିକା ନାକ ମାଧ୍ୟମରେ ଶରୀର ଭିତରକୁ ପ୍ରବେଶ କରାଯିବ ବୋଲି ଜଣାପଡ଼ିଛି ।

କୋଭିକ୍ସିନ ଟିକା ବ୍ୟତୀତ ଭାରତ ବାୟୋଟେକ୍‌ ଅନ୍ୟ ଏକ ଟିକାକୁ ପ୍ରସ୍ତୁତ କରୁଛି । ଏହି ଟିକାର କେବଳ ଗୋଟିଏ ଡୋଜ କୋଭିଡ ମହାମାରୀରୁ ରକ୍ଷା କରିବ ବୋଲି ଜଣାପଡ଼ିଛି । ଭାରତ ବାୟୋଟେକ୍‌ ୱାଶିଂଟନର ୟୁନିଭରସିଟି ସ୍କୁଲ ଅଫ ମେଡିସିନର ମିଳିତ ଉଦ୍ୟମରେ ଏହି ଟିକାକୁ ପ୍ରସ୍ତୁତ କରୁଛି ।

ନାକ ମଧ୍ୟ ଦେଇ ଶରୀର ଭିତରକୁ ପ୍ରବେଶ କରିବାକୁ ଥିବା ଇଣ୍ଟ୍ରାନାସାଲ ଟିକା(ବିବିବି154) କ୍ଲିନିକାଲ ପରୀକ୍ଷଣର ପୂର୍ବରୁ କରାଯାଉଥିବା ପରୀକ୍ଷଣ ଶେଷ ହୋଇସାରିଛି । ଏହି ଟିକା ଉପରେ ସମସ୍ତ ଅଧ୍ୟୟନ ଆମେରିକା ତଥା ଭାରତରେ କରାଯାଇଛି । ତେବେ ଟିକାର ମାନବ ପରୀକ୍ଷଣ ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ଆରମ୍ଭ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି । ତେବେ ସ୍ବଦେଶରେ ହିଁ ପ୍ରଥମେ ମାନବ ପରୀକ୍ଷଣ କାର୍ଯ୍ୟ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.