ETV Bharat / bharat

COVAXINର ଜରୁରୀକାଳୀନ ବ୍ୟବହାର ପାଇଁ ଦାବି, ଆଜି WHO ସହ ଆଲୋଚନା - କୋଭାକ୍ସିନ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରତିନିଧିଙ୍କ ସହିତ ଆଜି ବୈଠକ କରିବା ଟିକା ନିର୍ମାତା କମ୍ପାନୀ ଭାରତ ବାୟୋଟେକ । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଯିବାର ଆଶା ରହିଛି । ଅଧିକ ପଢନ୍ତୁ...

COVAXINର ଜରୁରୀକାଳୀନ ବ୍ୟବହାର
COVAXINର ଜରୁରୀକାଳୀନ ବ୍ୟବହାର
author img

By

Published : Jun 23, 2021, 10:59 AM IST

ହାଇଦ୍ରାବାଦ: ଭାରତ ବାୟୋଟେକର କୋଭିଡ-19 ଟିକା କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁମୋଦନ ପାଇଁ ଦାବି ହୋଇଛି । ଏନେଇ WHOକୁ ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ (EOI) ପ୍ରସ୍ତାବ ଦେଇଥିଲା । ଏନେଇ ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହିତ ଆଲୋଚନା କରାଯିବ ।

ଟିକା ଉତ୍ପାଦନକାରୀଙ୍କ ନିକଟରେ ଟିକା ଗୁଣ ବିଷୟରେ ଏକ ସଂକ୍ଷିପ୍ତ ବିବରଣୀ ରହିବା ଆବଶ୍ୟକ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୱେବସାଇଟରେ WHO EUL-PQ ମୂଲ୍ୟାଙ୍କନ ପ୍ରକ୍ରିୟା ଦସ୍ତାବିଜରେ କୋଭିଡ -19 ଟିକା ସ୍ଥିତି ବିଷୟରେ ଏହି ସୂଚନା ଦିଆଯାଇଛି । ଭାରତ ବାୟୋଟେକ ଗତ ମାସରେ କହିଥିଲା ଯେ ଆମ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଜୁଲାଇ-ସେପ୍ଟେମ୍ବର ସୁଦ୍ଧା WHO ପକ୍ଷରୁ ଅନୁମୋଦନ ମିଳିବ ।

ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକା କୋରୋନା ବିରୋଧରେ 77% ପ୍ରଭାବଶାଳୀ ବୋଲି କୁହାଯାଇଛି । କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଏହା ଦାବି କରାଯାଇଛି । ଏନେଇ ସରକାରଙ୍କୁ ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି । ଆଜି ବସିବାକୁ ଥିବା ବୈଠକରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଯିବାର ଆଶା ରହିଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ପକ୍ଷରୁ କୋଭାକ୍ସିନକୁ ଅନୁମୋଦନ ମିଳିନାହିଁ । ଗତକାଲି ଏକ୍ସପର୍ଟମାନଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ବୈଠକ ଅନୁଯାୟୀ ଭାରତ ବାୟୋଟେକ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଭାରତ ବାୟୋଟେକ ପକ୍ଷରୁ ଜାରି ହୋଇଥିବା ଡାଟାର ତଦାରଖ କରାଯାଇଛି । ଭାରତ ବାୟୋଟେକ କହିଛି ଯେ ଟିକାର ତୃତୀୟ ପର୍ଯ୍ୟାୟ ଅଧ୍ୟୟନର ଅନ୍ତିମ ବିଶ୍ଲେଷଣ ପରେ ଟିକା ଉପଲବ୍ଧ ହେବ ।

ବ୍ୟୁରୋ ରିପାେର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.