ETV Bharat / bharat

ଟିକା ଦେବାକୁ ଅଧିକ ଟଙ୍କା ମାଗୁଛି ଭାରତ ବାୟୋଟେକ - କୋଭିଡ ଟିକା

150 ଟଙ୍କା ପ୍ରତି ଡୋଜ ମୂଲ୍ୟରେ ଦୀର୍ଘ ଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ କୋଭିଡ ଟିକା ଯୋଗାଇବା ସମ୍ଭବ ନୁହେଁ ବୋଲି ଭାରତ ବାୟୋଟେକ ଏକ ବୟାନରେ କହିଛି । ଅଧିକ ପଢନ୍ତୁ...

ଟିକା ଦେବାକୁ ଅଧିକ ଟଙ୍କା ମାଗୁଛି ଭାରତ ବାୟୋଟେକ

author img

By

Published : Jun 15, 2021, 4:44 PM IST

ହାଇଦ୍ରାବାଦ: କମ ମୂଲ୍ୟରେ ଟିକା ଯୋଗାଇବା ନେଇ ଅସମର୍ଥ ନିର୍ମାତା କମ୍ପାନୀ ଭାରତ ବାୟୋଟେକ । 150 ଟଙ୍କା ପ୍ରତି ଡୋଜ ମୂଲ୍ୟରେ ଦୀର୍ଘ ଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ କୋଭିଡ ଟିକା ଯୋଗାଇବା ସମ୍ଭବ ନୁହେଁ ବୋଲି ଭାରତ ବାୟୋଟେକ ଏକ ବୟାନରେ କହିଛି ।

କମ୍ପାନୀ କହିଛି, କେନ୍ଦ୍ର ସରକାରଙ୍କ ଆବଶ୍ୟତା ଶୁଳ୍କ କାରଣରୁ ଘରୋଇ କ୍ଷେତ୍ରରେ ଦର ଢାଞ୍ଚାରେ ପରିବର୍ତ୍ତନ ହେଉଛି । ଏଥିରେ ବୃଦ୍ଧି ପରିଲକ୍ଷିତ ହେଉଥିବା କହିଛି ଭାରତ ବାୟୋଟେକ ।

ଭାରତରେ ଘରୋଇ କ୍ଷେତ୍ର ପାଇଁ ଉପଲବ୍ଧ ଅନ୍ୟ କୋଭିଡ ଟିକା ତୁଳନାରେ କୋଭାକ୍ସିନ ପାଇଁ ଅଧିକ ଦରକୁ ଉଚିତ ବୋଲି ଦର୍ଶାଇ ଭାରତ ବାୟୋଟେକ କହିଛି, କମ ମାତ୍ରାରେ କ୍ରୟ, ବିତରଣ ଓ ଖୁଚୁରା ଲାଭ ଆଦି ଏହାର ଅନେକ ବ୍ୟବସାୟୀକ କାରଣ ରହିଛି ।

କମ୍ପାନୀ କହିଛି ଯେ ଭାରତ ସରକାର କୋଭାକ୍ସିନ ଟିକା ପ୍ରତି ଡୋଜ ପିଛା 150 ଟଙ୍କା ପ୍ରତିଯୋଗିତାମୂଳକ ମୂଲ୍ୟ ନୁହେଁ ଏବଂ ଦୀର୍ଘ ସମୟ ମଧ୍ୟରେ ଏହି ମୂଲ୍ୟ ବହନୀୟ ହୋଇପାରିବ ନାହିଁ । ଭାରତ ବାୟୋଟେକ ଏକ ବିବୃତ୍ତିରେ କହିଛି ଯେ ଖର୍ଚ୍ଚ ବହନ କରିବା ପାଇଁ ଘରୋଇ ବଜାରରେ ଅଧିକ ମୂଲ୍ୟ ରଖିବା ଆବଶ୍ୟକ।

ଭାରତ ବାୟୋଟେକ ଟିକା ବିକାଶ, କ୍ଲିନିକାଲ ପରୀକ୍ଷା ଏବଂ କୋଭାକ୍ସିନ ପାଇଁ ଏକ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ଏପର୍ଯ୍ୟନ୍ତ 500 କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.