ETV Bharat / bharat

ଚାଷୀଙ୍କ ଘୋଷଣା, ୨୭ ସେପ୍ଟେମ୍ବରରେ ଭାରତ ବନ୍ଦ

author img

By

Published : Sep 5, 2021, 9:07 PM IST

୨୭ ସେପ୍ଟେମ୍ବର ଆନ୍ଦୋଳନରତ ଚାଷୀଙ୍କ ପକ୍ଷରୁ ଦିଆଯାଇଛି ଭାରତ ବନ୍ଦ ଡାକରା । ମହାପଞ୍ଚାୟତରେ ଏନେଇ କୃଷକ ମୋର୍ଚ୍ଚା କରିଛି ଘୋଷଣା । ଅଧିକ ପଢନ୍ତୁ...

ଚାଷୀଙ୍କ ଘୋଷଣା, ୨୭ ସେପ୍ଟମ୍ବରରେ ଭାରତ ବନ୍ଦ
ଚାଷୀଙ୍କ ଘୋଷଣା, ୨୭ ସେପ୍ଟମ୍ବରରେ ଭାରତ ବନ୍ଦ

ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ କୃଷି ଆଇନ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନରୁ ଓହରିବାକୁ ନାରାଜ ଚାଷୀ । ଏହାରି ମଧ୍ୟରେ ୨୭ ସେପ୍ଟେମ୍ବର ଆନ୍ଦୋଳନରତ ଚାଷୀଙ୍କ ପକ୍ଷରୁ ଦିଆଯାଇଛି ଭାରତ ବନ୍ଦ ଡାକରା । ମହାପଞ୍ଚାୟତରେ ଏନେଇ କୃଷକ ମୋର୍ଚ୍ଚା କରିଛି ଘୋଷଣା ।

ପାଖାପାଖି ୯ ମାସ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ । ସରକାର କୌଣସି କଥା ଶୁଣୁନଥିବା ସେମାନେ ଅଭିଯୋଗ କରୁଛନ୍ତି । ଯଦି ସରକାର ଦାବି ନ ମାନନ୍ତି, ତାହେଲେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ପୂର୍ବରୁ ୨୫ ସେପ୍ଟେମ୍ବରରେ ଭାରତ ବନ୍ଦ ନେଇ ଘୋଷଣା କରାଯାଇଥିଲା । ହେଲେ ରବିବାର ଏହି ଆନ୍ଦୋଳନର ତାରିଖ ୨୭ ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଛି । କୃଷକ ମୋର୍ଚ୍ଚାର ଘୋଷଣା ଅନୁଯାୟୀ, ୨୭ ସେପ୍ଟେମ୍ବରରେ ଭାରତ ବନ୍ଦ ସମୟରେ ଦେଶରେ ସବୁକିଛି ବନ୍ଦ ରହିବ ।

ମୁଜାଫରନଗର ଚାଷୀ ମହାପଞ୍ଚାୟତ ମଞ୍ଚରୁ ସରକାରଙ୍କ ଉପରେ ବର୍ଷିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ବିଜେପିକୁ ସମାଲୋଚନା କରି ଟିକାୟତ କହିଛନ୍ତି, ଏମାନେ ଲୋକଙ୍କୁ ବାଣ୍ଟିବାକୁ ଚାହୁଁଛନ୍ତି । ହିଂସା ସୃଷ୍ଟି କରିବାର କାମ କରାଯାଉଛି । ହେଲେ ଏହାକୁ ରୋକିବାକୁ ପଡିବ । ଭାଙ୍ଗିବା ବଦଳରେ ଯୋଡିବାକୁ ପଡିବ ବୋଲି କହିଛନ୍ତି ଟିକାୟତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.