ETV Bharat / bharat

ସରପ୍ରାଇଜ୍ ! ପ୍ରଥମ ଥର ବିଧାୟକରୁ ବନିଲେ ମୁଖ୍ୟମନ୍ତ୍ରୀ, ଭଜନଲାଲଙ୍କ ମଥାରେ ରାଜସ୍ଥାନ ରାଜତିଳକ

author img

By ETV Bharat Odisha Team

Published : Dec 12, 2023, 4:26 PM IST

Updated : Dec 12, 2023, 6:26 PM IST

(Bhajanlala shrma to be Rajasthan new cm) ପ୍ରଥମ ଥରର ବିଧାୟକ ଭଜନଲାଲ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ । ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରଓ୍ବା ଉପମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଭଜନଲାଲ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ
ଭଜନଲାଲ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ

ଜୟପୁର: ଅନ୍ୟ ଦୁଇ ରାଜ୍ୟଠାରୁ ରାଜସ୍ଥାନରେ ବିଜେପିର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଅଧିକ ଆଶ୍ଚର୍ଯ୍ୟ କରିଛି । ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଭଜନଲାଲ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମନୋନିତ ହୋଇଛନ୍ତି । ଆଜି ବିଧାୟକ ଦଳ ବୈଠକରେ ଭଜନଲାଲାଙ୍କ ନାମରେ ମୋହର ଲାଗିଛି । ଅନ୍ୟ ଦୁଇ ରାଜ୍ୟ ପରି ରାଜସ୍ଥାନରେ ମଧ୍ଯ ଅପ୍ରତ୍ୟାଶିତ ମୁଖ୍ୟମନ୍ତ୍ରୀ ଚେହେରା ଚୟନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ପଦର ଦାବିଦାରିରେ ଆଗଧାଡିରେ ଥିବା ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରଓ୍ବାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଛି ।

  • #WATCH | Rajasthan: BJP central observers for Rajasthan, Rajnath Singh, Vinod Tawde, Saroj Pandey along with Union Minister Pralhad Joshi, BJP leaders CP Joshi, Vasundhara Raje and other leaders at the BJP office in Jaipur. pic.twitter.com/sEXVrzEiOI

    — ANI (@ANI) December 12, 2023 " class="align-text-top noRightClick twitterSection" data=" ">

ଶର୍ମା ଏବେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟରତ ଅଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ସେ ସାଙ୍ଗନେର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢି ପ୍ରଥମ ଥର ବିଧାୟକ ହୋଇଛନ୍ତି ।ତେବେ ସକ୍ରିୟ ରାଜନୀତିରେ ପ୍ରଥମ ଇନିିସଂ ଖେଳିଥିବା ଶର୍ମାଙ୍କର ଦୀର୍ଘ ସାଙ୍ଗଠନିକ କ୍ୟାରିୟର ରହିଛି । ଏହା ସହ ସେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (ଆରଏସଏସ) ପୃଷ୍ଠଭୂମିରୁ ମଧ୍ୟ ଆସିଛନ୍ତି । ସଂଘର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରୁ ଛାତ୍ର ରାଜନୀତି ଆରମ୍ଭ କରିଥିଲେ ଶର୍ମା । ଏହା ପରେ ସେ ବିଜେପିରେ ଯୋଗଦାନ କରିବା ସହ ସାଙ୍ଗଠନିକ ଦାୟିତ୍ବ ଗ୍ରହଣ କରିଥିଲେ । ପରେ ସକ୍ରିୟ ରାଜନୀତିକୁ ଆସିବା ସହ ଚଳିତ ନିର୍ବାଚନରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ବାଲକନାଥ, ଦୀୟା କୁମାରୀଙ୍କ ପରି ଚର୍ଚ୍ଚିତ ଚେହେରାଙ୍କୁ ବାଦ ଦେଇ ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ମନୋନିତ କରିଛି ।

#WATCH | BJP names Bhajanlal Sharma as the new Chief Minister of Rajasthan pic.twitter.com/j3awHnmH7k

— ANI (@ANI) December 12, 2023 ">

ଦିନକୁ ପୂର୍ବରୁ ଛତିଶଗଡରେ ବିଷ୍ଣୁଦେବ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା ଦଳ । ଗତକାଲି ମଧ୍ୟ ପ୍ରଦେଶରେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରାଯାଇଥିଲା । ଆଜି ଶେଷ ରାଜ୍ୟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଚେହେରା ଅନ୍ୟ ଦୁଇ ରାଜ୍ୟଠାରୁ ଅଧିକ ଆଶ୍ଚର୍ଯ୍ୟ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀରୁ ଇସ୍ତଫା ଦେଇଥିବା ଏକାଧିକ ସାଂସଦ ଓ ତମାମ ଦାବିଦାରକୁ ପଛରେ ପକାଇ ଦଳ ପ୍ରଥମ ଥରର ବିଧାୟକ ଭଜନଲାଲ ଶର୍ମାଙ୍କୁ ମୁଖ୍ଯମନ୍ତ୍ରୀ କରିଛି ।

ଏହା ମଧ୍ୟ ପଢନ୍ତୁ :- ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କାଲି ବିଜେପି ସରକାରର ଶପଥ: ସାମିଲ ହେବେ ମୋଦି ଓ ଶାହ

2024 ସଧାରଣ ନିର୍ବାଚନ ପୂର୍ବରୁ ବିଜେପି 3 ରାଜ୍ୟରେ ନୂଆ ମୁହଁଦେବା ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା, ତାହା ଶତପ୍ରତିଶତ ସଠିକ ପ୍ରମାଣିତ ହୋଇଛି । 3 ରାଜ୍ୟରେ ଅନୁଭବୀ ଓ ଆଗଧାଡିର ଦାବିଦାର ବାଦ ପଡିଛନ୍ତି । ପ୍ରଥମ ଦିନରୁ ଆଦୌ ଚର୍ଚ୍ଚାରେ ନଥିବା 3 ମୁହିଁଙ୍କୁ 3 ରାଜ୍ୟରେ ମୁଖ୍ଯମନ୍ତ୍ରୀ କରି ଦଳ ସମସ୍ତଙ୍କୁ ଚକିତ କରିଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 12, 2023, 6:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.