ETV Bharat / bharat

ବୈଠକ ପୂର୍ବରୁ ପଛଧାଡ଼ିରେ ବସିଥିଲେ, ଭେଟେରାନଙ୍କୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ହେଲେ ନବାଗତ ବିଧାୟକ

author img

By ETV Bharat Odisha Team

Published : Dec 12, 2023, 7:59 PM IST

ବିଧାୟକ ଦଳ ବୈଠକ ପୂର୍ବରୁ ତୃତୀୟ ଧାଡ଼ିର କଣରେ ବସିଥିଲେ । ମାତ୍ର କେଇ ମିନିଟ ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ଭଜନଲାଲ ଶର୍ମାଙ୍କୁ ନେଇ ଚର୍ଚ୍ଚା । ଜାଣନ୍ତୁ ତାଙ୍କ ସମ୍ପର୍କରେ ଅଧିକ

ଭେଟେରାନଙ୍କୁ ପଛରେ ଛାଡିଲେ ପ୍ରଥମ ଥରର ବିଧାୟକ, ହେଲେ ମୁଖ୍ୟମନ୍ତ୍ରୀ

ଜୟପୁର: 3 ରାଜ୍ୟରେ ଜନାଦେଶ ପାଇବାର ଦୀର୍ଘ 9 ଦିନ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଶେଷ କରିଛି । ଆଜି ଶେଷ ରାଜ୍ୟ ଭାବେ ରାଜସ୍ଥାନରେ ଦଳ ଯେପରି ଭାବେ ମୁଖ୍ୟମନ୍ତ୍ରୀ ଚୟନ କରିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏକାଧିକ ଭେଟେରାନ ଆଶାୟୀଙ୍କୁ ପଛରେ ପକାଇ ଆଶ୍ଚର୍ଯ୍ୟଜନକ ଭାବେ ମୁଖ୍ୟମନ୍ତ୍ରୀ ମନୋନୀତ ହୋଇଛନ୍ତି ଜଣେ ନବାଗତ ବିଧାୟକ । ସାଙ୍ଗାନେର ଆସନରୁ ପ୍ରଥମ ଥରର ବିଧାୟକ ନିର୍ବାଚିତ ହୋଇଥିବା ଭଜନଲାଲ ଶର୍ମାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଆସନ ଦେଇ ଦଳ ରାଜନୀତି ସମୀକ୍ଷକଙ୍କ ଅଙ୍କ ଭୁଲ କରିଦେଇଛି ।

ବିଧାୟକ ଦଳ ବୈଠକ ପୂର୍ବରୁ ତୃତୀୟ ଧାଡିର କଣରେ ବସିଥିଲେ:-

ତେବେ ସାର୍ବଜନୀନ ଘୋଷଣା ପୂର୍ବରୁ ତମାମ କେନ୍ଦ୍ରୀୟ ନେତା ଓ ନବନିର୍ବାଚିତ ବିଧାୟକମାନେ ଜୟପୁର ପାର୍ଟି ଅଫିସରେ ଏକାଠି ଫଟୋ ଉଠାଇଥିଲେ । ଆଗଧାଡିରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ବରିଷ୍ଠ ଚେହେରାଙ୍କୁ ଦେଖିବାକୁ ମିଳିଥିଲା । ଆଗ ଧାଡିର କେନ୍ଦ୍ରରେ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏହି ଦୁହିଁଙ୍କ ମଧ୍ୟରେ ବସିଥିଲେ ମୁଖ୍ୟମନ୍ତ୍ରୀ ପଦର ସବୁଠୁ ବଡ ଦାବିଦାର ବସୁନ୍ଧରା । ମାତ୍ର ତୃତୀୟ ଧାଡିରେ ଏକ କଣରେ ବସିଥିବା ଭଜନଲାଲ ଶର୍ମାଙ୍କୁ ମାତ୍ର କିଛି ମିନିଟ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା ଦଳ । ଯାହା କେହି କଳ୍ପନା କରିନଥିଲେ । ଏପରିକି ଏହା ନିଜେ ଭଜନଲାଲଙ୍କ ପ୍ରତି ଗ୍ରହଣ କରିବା ମଧ୍ୟ ହୁଏକ ସ୍ବାଭାବିକ ହୋଇନଥିବ ।

ସାଙ୍ଗଠନିକ କ୍ୟାରିୟର ଲମ୍ବା :-

ଭଜନଲାଲ ଶର୍ମା ହେଉଛନ୍ତି ରାଜସ୍ଥାନର ଭରତପୁର ବାସିନ୍ଦା । ଛାତ୍ର ଜୀବନରୁ ଏବିଭିପିରେ ସକ୍ରିୟ ଛାତ୍ର ରାଜନୀତି ପରେ ସେ ବିଜେପିରେ ସାମିଲ ହୋଇନଥିଲା । ସେ ରାଜ୍ୟର ସବୁଠୁ ଲମ୍ବା ସମୟ ପର୍ଯ୍ୟନ୍ତ ଦଳର ସାଧାରଣ ସମ୍ପାଦକ ରହିଥିବା ନେତାଙ୍କ ମଧ୍ୟରୁ ଅନ୍ୟତନ । ସେ ଏବେ ମଧ୍ୟ ରାଜ୍ୟ ୟୁନିଟର ସାଧାରଣ ସମ୍ପାଦକ ଭାବେ ଦାୟିତ୍ବରେ ଅଛନ୍ତି । ତାଙ୍କର ସଂଘ ପୃଷ୍ଠଭୂମି ମଧ୍ୟ ରହିଛି । ତାଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରାଯିବାର ଅନ୍ୟ ଏକ ପ୍ରମୁଖ କାରଣ ଆରଏସଏସ ବୋଲି କୁହାଯାଉଛି ।

ସକ୍ରିୟ ରାଜନୀତିରେ ନବାଗତ:-

ମାତ୍ର ସେ ନିର୍ବାଚନୀ ମୈଦାନରେ ନୂଆ । ଚଳିତ ଥର ସେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଜଣେ ବ୍ରାହ୍ମଣ ସମ୍ପ୍ରଦାୟର ବ୍ୟକ୍ତି ହୋଇଥିବାରୁ ସେ ନିର୍ବାଚନ ଲଢୁଥିବା ସାଙ୍ଗାନେର ଆସନରୁ ନିର୍ବାଚନ ଜିତିବା ଏତେ ସହଜ ନଥିଲା । ପାର୍ଟି ଆକଳନରେ ମଧ୍ୟ ଏହି ଆସନ ଜଣେ ସବର୍ଣ୍ଣ ସମ୍ପ୍ରଦାୟର ପ୍ରାର୍ଥୀଙ୍କ ବିଜୟ ସମ୍ଭାବିତ ଆସନ ତାଲିକାରେ ନଥିଲା । ମାତ୍ର ତାଙ୍କୁ 14,5162 ଭୋଟ ମିଳିଥିଲା । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ପୁଷ୍ପେନ୍ଦ୍ର ଭରଦ୍ବାଜଙ୍କୁ ପ୍ରାୟ ରେକର୍ଡ ସଂଖ୍ୟକ 48 ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ବାସୁଦେବ ଦେବନାନୀ ରାଜସ୍ଥାନ ବିଧାନସଭାର ନୂଆ ବାଚସ୍ପତି

ପ୍ରଥମ ଥର ନିର୍ବାଚନରେ ବିଜୟଲାଭ ବିଧାୟକ ହୋଇଥିବା 56 ବର୍ଷୀୟ ଏହି ରାଜନେତାଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତ୍ତକତ୍ତୋର । 1993 ରେ ସେ ଜୟପୁର ସ୍ଥିତ ରାଜସ୍ଥାନ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ କରିଛନ୍ତି । 2015 ରେ ତାଙ୍କ ବିରୋଧରେ ଏକ ଅପରାଧିକ ମାମଲା ମଧ୍ୟ ରୁଜୁ ହୋଇଥିଲା । ତାଙ୍କ ନାମରେ ପ୍ରାୟ 1.5 କୋଟି ଟଙ୍କାର ସମ୍ପତ୍ତି ଥିବା ସେ ନିର୍ବାଚନୀ ସତ୍ୟପାଠରେ ଦର୍ଶାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.