ETV Bharat / bharat

ରାଜସ୍ଥାନରେ ‘ଭଜନ’ ଯୁଗ ଆରମ୍ଭ: ଜନ୍ମଦିନରେ ନେଲେ ଶପଥ, ସମାରୋହରେ ପ୍ରଧାନମନ୍ତ୍ରୀ ସାମିଲ

Rajasthan CM Oath Taking Ceremony: ଆଜିଠୁ ରାଜସ୍ଥାନରେ ଆରମ୍ଭ ହୋଇଛି ବିଜେପି ସରକାର । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଜନଲାଲ ଶର୍ମା ।

author img

By ETV Bharat Odisha Team

Published : Dec 15, 2023, 1:16 PM IST

Updated : Dec 15, 2023, 2:31 PM IST

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ ଶର୍ମା
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ ଶର୍ମା

ଜୟପୁର(ରାଜସ୍ଥାନ): ୫ ବର୍ଷ ପରେ ରାଜସ୍ଥାନରେ ସରକାର ଗଠନ କରିଛି ବିଜେପି । ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଭଜନ ରାଜ୍ । ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା । ଜୟପୁର ସହର ସ୍ଥିତ ରାମନିବାସ ବାଗରେ ଥିବା ଆଲବର୍ଟ ହଲ ବାହାରେ ଭବ୍ୟ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଯାଇଛି । ରାଜ୍ୟପାଳ କଲରାଜ ମିଶ୍ର ଭଜନଲାଲଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଛତିଶଗଡ ଓ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ଦୀୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରୱା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିଛନ୍ତି ।

  • #WATCH | BJP leader Bhajanlal Sharma takes oath as the Chief Minister of Rajasthan, in the presence of PM Modi and Union Home Minister Amit Shah and other senior leaders, in Jaipur pic.twitter.com/XikKYL7T3w

    — ANI (@ANI) December 15, 2023 " class="align-text-top noRightClick twitterSection" data=" ">

ଶପଥ ସମାରୋହର ଅତିଥି ବୃନ୍ଦ: ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଶପଥ ଗ୍ରହଣ ସମାରୋହରେ ବିଜେପିର ରାଜ୍ୟ ଏବଂ କେନ୍ଦ୍ରୀୟ ନେତୃବନ୍ଦ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନରାମ ମେଘୱାଲ, କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ମନସୁଖ ମାଣ୍ଡଭ୍ୟ, ରାମଦାସ ଅଠାବଲେ, କୈଳାସ ଚୌଧୁରୀ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ସିଏମ ହିମନ୍ତ ବିଶ୍ବଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ମହାରାଷ୍ଟ୍ରର ଏକନାଥ ସିନ୍ଦେ, ମଧ୍ୟପ୍ରଦେଶ ଓ ଛତିଶଗଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ପ୍ରମୁଖ ସାମିଲ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ସମାରୋହରେ ଉପସ୍ଥିତ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଋଣ କରି ପୁଅକୁ ପାଠ ପଢାଉଛନ୍ତି ରାଜସ୍ଥାନର ଭାବି ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ: ମଧ୍ୟପ୍ରଦେଶରେ 'ମୋହନ' ସରକାର: ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ, ସମାରୋହରେ ପ୍ରଧାନମନ୍ତ୍ରୀ ସାମିଲ

ସରପଞ୍ଚରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ: ୫୬ ବର୍ଷୀୟ ଭଜନଲାଲ ଶର୍ମା ସରପଞ୍ଚ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଚଳିତ ବିଧାନସଭା ନିର୍ବାଚନରେ ସେ ରାଜସ୍ଥାନର ସାଙ୍ଗନୌର ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିଥିଲେ । କଂଗ୍ରେସ ପ୍ରାର୍ଥୀ ପୁଷ୍ପେନ୍ଦ୍ର ଭରଦ୍ବାଜଙ୍କୁ ୪୮ ହଜାର ଭୋଟରେ ହରାଇ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ବିଜେପି ମୋଟ ୧୧୬ ଆସନରେ ବିଜୟୀ ହୋଇ ପୂର୍ଣ୍ଣ ବହୁମତ ହାସଲ କରିଥିଲା । ହେଲେ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ତାକୁ ନେଇ ଦୀର୍ଘ ଦିନ ଧରି ସସପେନ୍ସ ଲାଗି ରହିଥିଲା । ଶେଷରେ ଭଜନଲାଲଙ୍କ ନାଁରେ ମୋହର ମାରିଥିଲେ ବିଜେପି ହାଇକମାଣ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 15, 2023, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.