ETV Bharat / bharat

Punjab Election Results: ବିଜୟ ପରେ ମାନ୍‌ କହିଲେ ଏବେ ଠୁ ଗାଁ ଲୋକେ ଚଳାଇବେ ପଞ୍ଜାବ - ବିରୋଧୀଙ୍କୁ ଭଗୱନ୍ତ ସିଂହ ମାନ୍‌ଙ୍କ କଟାକ୍ଷ

ଧୁରୀ ବିଧାନସଭା ଆସନରୁ AAP ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ସିଂହ ମାନ ବିଜୟୀ ହୋଇଛନ୍ତି । ଏହାପରେ ସେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ, ଅକାଳୀ ଦଳର ସୁଖବୀର ସିଂହ ବାଦଲ ଓ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ କଟାକ୍ଷ କରିଛନ୍ତି । ଅଧିକ ପଢ଼ନ୍ତୁ

Punjab Election Results: ବିପୁଳ ବିଜୟ ପରେ ବିରୋଧୀଙ୍କୁ ଭଗୱନ୍ତ ସିଂହ ମାନ୍‌ଙ୍କ କଟାକ୍ଷ

author img

By

Published : Mar 10, 2022, 3:19 PM IST

ଚଣ୍ଡିଗଡ଼: ପଞ୍ଜାବର ଧୁରୀ ବିଧାନସଭା ଆସନରୁ AAP ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ସିଂହ ମାନ ବିଜୟୀ ହୋଇଛନ୍ତି । ଏହାପରେ ସେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ, ଅକାଳୀ ଦଳର ସୁଖବୀର ସିଂହ ବାଦଲ ଓ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ କଟାକ୍ଷ କରିଛନ୍ତି । ଏହି ଆସନରେ ଭଗୱନ୍ତ ସିଂହ ମାନ୍‌ଙ୍କୁ ୬୪.୨୯ ପ୍ରତିଶତ ଭୋଟ ମିଳିଛି । ସେ ମୋଟ ୮୨ ହଜାର ୦୨୩ ଭୋଟ ପାଇ ବିଜୟ ହାସଲ କରିଛନ୍ତି ।

ବିଜୟ ହାସଲ କରିବା ପରେ ଜନତାଙ୍କୁ ସମ୍ବୋଧନ କରିଛନ୍ତି ଭଗୱନ୍ତ ସିଂହ ମାନ୍‌ । ସେ କହିଛନ୍ତି ଯେ, "ଅକାଳିର ସୁଖବୀର ସିଂହ ବାଦଲ ଜଲାଲବାଦରୁ ହାରିଛନ୍ତି । ପଟିଆଲାରୁ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ପରାଜିତ ହୋଇଛନ୍ତି । ତା ସହିତ ସିଦ୍ଧୁ ଓ ମଜିଠିଆ ମଧ୍ୟ ପରାଜିତ ହୋଇଛନ୍ତି । ପୂର୍ବରୁ ବିତ୍ତଶ୍ରେଣୀୟମାନେ ପଞ୍ଜାବ ଚଳାଉଥିଲେ । କିନ୍ତୁ ଏବେଠୁ ଗାଁ ଲୋକେ ପଞ୍ଜାବ ଚଳାଇବେ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.