ETV Bharat / bharat

Bengaluru: ମୃତଦେହ ସହ ତିନିଦିନ, ପତ୍ନୀ ଓ ଦୁଇ ଝିଅଙ୍କୁ ହତ୍ୟା ପରେ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ଆତ୍ମହତ୍ୟା ! - ପତ୍ନୀ ଓ ଝିଅକୁ ହତ୍ୟା କରି ଆତ୍ମହତ୍ୟା

ବେଙ୍ଗାଲୁରୁରେ ପତ୍ନୀ ଓ ଦୁଇ ଶିଶୁକନ୍ୟାଙ୍କୁ ହତ୍ୟା ପରେ 3 ମୃତଦେହ ସହ 3 ଦିନ ରହିଲେ ସଫ୍ଟଓ୍ବେର ଇଞ୍ଜିନିୟର । ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ । ଅଧିକ ପଢନ୍ତୁ

ପତ୍ନୀ ଓ ଦୁଇ ଝିଅଙ୍କ ହତ୍ୟା ପରେ ଯୁବକଙ୍କ ଆତ୍ମହତ୍ୟା !

author img

By

Published : Aug 5, 2023, 4:53 PM IST

ବେଙ୍ଗାଲୁରୁ: ଗୋଟିଏ ପରିବାରର 2 ଶିଶୁକନ୍ୟାଙ୍କ ସମେତ 4 ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ହେବା ଘଟଣାରେ ଧିରେ ଧିରେ ପରଦା ହଟିବାରେ ଲାଗିଛି । ଆନ୍ଧ୍ର ପ୍ରଦେଶର ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ନିଜ ପତ୍ନୀ ଓ 2 ଶିଶୁକନ୍ୟାଙ୍କୁ ହତ୍ୟା କରିବା ପରେ 3 ମୃତଦେହ ସହିତ 3 ଦିନ ରହିଥିଲେ । ପରେ ଅଗଷ୍ଟ ପହିଲାରେ ନିଜେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଗଷ୍ଟ 3 ତାରିଖରେ ଏହି ସନ୍ଦେହଜନକ ମୁତ୍ୟୁ ମାମଲା ସାମ୍ନାକୁ ଆସିଥିଲା ।

ପୋଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ଏହି ବ୍ୟକ୍ତିଜଣଙ୍କ ଆନ୍ଧ୍ର ପ୍ରଦେଶର 31 ବର୍ଷୀୟ ବୀରର୍ଜୁନ ବିଜୟ । ସେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ ବେଙ୍ଗାଲୁରୁରେ କାର୍ଯ୍ୟ କରୁଥିବା ବେଳେ ପତ୍ନୀ 29 ବର୍ଷୀୟା ହେମାବତୀଙ୍କ ସହ ରହୁଥିଲେ । ଉଭୟଙ୍କର ବିବାହ 6 ବର୍ଷ ତଳେ ହୋଇଥିଲା । ଦମ୍ପତିଙ୍କର ଦେଢବର୍ଷ ଓ 8 ମାସର ଦୁଇ କନ୍ୟା ସନ୍ତାନ ମଧ୍ୟ ଥିଲେ । ଗତମାସ ଜୁଲାଇ 31 ରେ ବିଜୟ ପ୍ରଥମେ ପତ୍ନୀ ହେମଲତାଙ୍କୁ ହତ୍ୟା କରିଥିଲେ । ମୃତଦେହ ଘରେ ଲୁଚାଇ ରଖିଥିଲେ । ପରେ ତାର ଅଗଷ୍ଟ 1 ରେ ସେ ନିଜର ଦୁଇ କନ୍ୟା ସନ୍ତାନଙ୍କୁ ମଧ୍ୟ ହତ୍ୟା କରିଥିଲେ । ପରେ 3ଟି ମୃତଦେହ ଘରେ ଲୁଚାଇ ରଖିବା ସହ 3 ଦିନ ରହିଥିଲେ । ପରେ ଅଗଷ୍ଟ 3 ତାରିଖରେ ସେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଅଗଷ୍ଟ 3 ତାରିଖରେ କାଦୁଗୋଡି ପୋଲିସ ଷ୍ଟେସନର ସିଗେହାଲିରେ ଥିବା ଆପାର୍ଟମେଣ୍ଟରେ 4ଟି ମୃତଦେହ ସନ୍ଦେହଜନକ ଅବସ୍ଥାରେ ଠାବ ହେବା ପରେ କଲୋନୀବାସୀ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା । ଆଜି ଏହି ସୂଚନା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ସଫ୍ଟଓ୍ବେର ଇଞ୍ଜିନିୟରଜଣକ କାହିଁକି ଏପରି କଲେ,ସେ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି । ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପୋଲିସ ଜେରା କରିଛି ।

ଏହା ମଧ୍ୟ ପଢନ୍ତୁ:-ଟ୍ରାକ୍ଟର-ଡମ୍ଫର ମୁହାଁମୁହିଁ ଧକ୍କା: ୫ ମୃତ, ୧୬ ଆହତ

ଅନ୍ୟପଟେ ମୃତ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ଲ୍ଯାପଟପ ଓ ମୋବାଇଲ ପୋଲିସ ଜବତ କରି ଫୋରେନସିକ ଲ୍ୟାବକୁ ପଠାଇଥିଲା । ଏଥିରୁ ମିଳୁଥିବା ତଥ୍ୟ ଅନୁସାରେ, ବିଜୟ ଏକ କମ୍ପାନୀରେ ସଫ୍ଟଓ୍ବେର ଇଞ୍ଜିନିୟର ଓ ଟିମ୍‌ ଲିଡର ଭାବେ କାର୍ଯ୍ୟ କରୁଥିଲେ । ସେ କିଛି ମାସ ପୂର୍ବରୁ ସେୟାର ମାର୍କେଟରେ ମଧ୍ୟ ନିବେଶ କରିଥିଲେ । ହେଲେ କ୍ଷତି ସହିଥିଲେ । କିଛି ଋଣ ମଧ୍ୟ କରିଥିଲେ । ସେହି କାରଣରୁ ମାନସିକ ବିଷାଦରେ ଥିଲେ । ତେଣୁ ସେ ଭାରସାମ୍ୟ ହରାଇ ଏପରି କାଣ୍ଡ କରିଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି । ତଦନ୍ତ ଜାରି ରହିଛି ଓ ସମ୍ପୂର୍ଣ୍ଣ କାରଣ ଜଣାପଡିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.