ETV Bharat / bharat

FDA ପେପର ଲିକ ଘଟଣାରେ 14 ଗିରଫ, ପରୀକ୍ଷା ବାତିଲ

author img

By

Published : Jan 24, 2021, 12:02 PM IST

FDA ପେପର ଲିକ ଘଟଣାରେ ମୋଟ 14 ଜଣ ଗିରଫ ସହ 35 ଲକ୍ଷ ଟଙ୍କା ଜବତ। ଏନେଇ ସୂଚନା ଦେଲେ ଯୁଗ୍ମ ପୋଲିସ କମିଶନର ସନ୍ଦିପ ପାଟିଲ। ଅଧିକ ପଢନ୍ତୁ... ଅଧିକ ପଢନ୍ତୁ...

ବାତିଲ ହେଲା କର୍ଣ୍ଣାଟକ ପବ୍ଲିକ ସର୍ଭିସ କମିଶନ

ବେଙ୍ଗାଲୁର: କର୍ଣ୍ଣାଟକ ପବ୍ଲିକ ସର୍ଭିସ କମିଶନ FDA ପେପର ଲିକ। ଘଟଣାରେ ମୋଟ 14 ଜଣ ଗିରଫ ସହ 35 ଲକ୍ଷ ଟଙ୍କା ଜବତ କରାଯାଇଛି। ଏନେଇ ସୂଚନା ଦେଲେ ଯୁଗ୍ମ ପୋଲିସ କମିଶନର ସନ୍ଦିପ ପାଟିଲ। ତେବେ ଘଟଣା ପାଇଁ ରବିବାର ରାଜ୍ୟରେ ଥିବା ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ବାତିଲ କରାଯାଇଛି।

ବେଙ୍ଗାଲୁରୁ ଯୁଗ୍ମ ପୋଲିସ କମିଶନର ତାଙ୍କ ଟ୍ୱିଟରେ କହିଛନ୍ତି ଯେ, ରବିବାର (ଜାନୁୟାରୀ 24) ଦିନ ଧାର୍ଯ୍ୟ ହୋଇଥିବା ପ୍ରଥମ ଡିଭିଜନ୍ ଆସିଷ୍ଟାଣ୍ଟଙ୍କ ପ୍ରଶ୍ନପତ୍ର ଲିକ୍ ହୋଇଛି ଏବଂ ଏହି ଘଟଣାରେ ପୋଲିସ 14 ଜଣଙ୍କୁ ଗିରଫ କରିଛି। ତାଙ୍କ ଟୁଇଟ୍‌ରେ ଆହୁରି ମଧ୍ୟ କୁହାଯାଇଛି ଯେ ଆମେ ସେମାନଙ୍କଠାରୁ ପ୍ରଶ୍ନପତ୍ର, 35 ଲକ୍ଷ ଟଙ୍କା ଏବଂ ତିନୋଟି ଚୋରି ଗାଡି ଜବତ କରିଛୁ।

ତେବେ ଏହି ଗ୍ୟାଙ୍ଗ ଚୋରି ବାଇକ୍ ବ୍ୟବହାର କରି ଚାକିରୀ ପାଇଁ ଆଶାୟୀ ଥିବା ପରୀକ୍ଷାର୍ଥୀଙ୍କ ପାଖରେ ପ୍ରଶ୍ନପତ୍ର ପହଁଞ୍ଚାଉଥିଲେ। ଏଥି ପାଇଁ ପରୀକ୍ଷାର୍ଥୀ ମାନେ ଅଗ୍ରୀମ ଟଙ୍କା ଦେଉଥିଲେ। ସମସ୍ତ ଗ୍ୟାଙ୍କ କର୍ମକର୍ତ୍ତାଙ୍କୁ ପୋଲିସ କଷ୍ଟୋଡିକୁ ନିଆଯିବା ସହ କେପିଏସସିଙ୍କୁ ଜଣାଇଥିଲେ।

ବର୍ତ୍ତମାନ ସିସିବି ଅଧିକାରୀମାନେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ପୃଷ୍ଠଭୂମି ଯାଞ୍ଚ କରୁଛନ୍ତି ଯାହା ପିୟୁ ପ୍ରଶ୍ନ ପେପର ଲିକ୍ ର କିଙ୍ଗପିନ ଶିବକୁମାର ବିଷୟରେ ସବିଶେଷ ଖବର ସଂଗ୍ରହ କରିବାକୁ। ତେବେ ଶିବକୁମାରକୁ 2016ରେ କର୍ଣ୍ଣାଟକ ସିଆଇଡି ପୋଲିସ ଗିରଫ କରିଥିଲା ଏବଂ 2018ରେ ପୋଲିସ କନେଷ୍ଟବଳ ନିଯୁକ୍ତି ପ୍ରଶ୍ନପତ୍ର ଲିକ ଘଟଣାରେ ତାଙ୍କୁ ସିସିବି ଗିରଫ କରିଥିଲା।

କେପିଏସସି ପ୍ରଥମ ଡିଭିଜନ୍ ଆସିଷ୍ଟାଣ୍ଟ 1,112 ପଦବୀ ପାଇଁ ଏହି ପରୀକ୍ଷା କରିଥିଲା। ସେଥିମଧ୍ୟରୁ 975 ଟି ଅବଶିଷ୍ଟ ପ୍ୟାରେଣ୍ଟ କ୍ୟାଡର (ଆରପିସି) ଏବଂ 137 ଟି ହାଇଦ୍ରାବାଦ କର୍ଣ୍ଣାଟକ ଲୋକାଲ କ୍ୟାଡର (HK) ପାଇଁ ସଂରକ୍ଷିତ ଏବଂ ପ୍ରାୟ 3.75 ଲକ୍ଷ ଚାକିରି ଆଶାକର୍ମୀ ଆବେଦନ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.