ETV Bharat / bharat

Bengaluru Opposition Meet: ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରିବା ଲକ୍ଷ୍ୟରେ କଂଗ୍ରେସ !

ବେଙ୍ଗାଲୁରୁ ବିରୋଧୀ ଦଳ ବୈଠକରେ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରିବା ଲକ୍ଷ୍ୟରେ କଂଗ୍ରେସ । ପୂର୍ବରୁ ଚର୍ଚ୍ଚା ସୃଷ୍ଟି କରିସାରିଛି ଲାଲୁଙ୍କ ବିବାହ ମନ୍ତବ୍ୟ । ଭାରତ ଯୋଡୋ ଯାତ୍ରା ରାହୁଲଙ୍କୁ ପ୍ରମୁଖ ବିରୋଧୀ ଦଳର ନେତା ଭାବେ ସାମ୍ନାକୁ ଆଣିସାରିଥିବା କହିଲା କଂଗ୍ରେସ । ଅଧି ପଢନ୍ତୁ

author img

By

Published : Jul 17, 2023, 6:33 PM IST

Bengaluru meet: ରାହୁଲଙ୍କୁ ମିଳିତ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ଚେହେରା କରିବା ଲକ୍ଷ୍ୟରେ କଂଗ୍ରେସ !

ନୂଆଦିଲ୍ଲୀ: ଆଉ କିଛି ସମୟ ମଧ୍ୟରେ ବେଙ୍ଗାଲୁରୁରେ ଆରମ୍ଭ ହେବାକୁ ଯାଉଛି ମିଳିତ ବିରୋଧୀଙ୍କର ଦ୍ବିତୀୟ ସମ୍ମିଳନୀ । ଏହି ସମ୍ମିଳନୀର ନେତୃତ୍ବ କଂଗ୍ରେସ ନେଉଥିବା ବେଳେ ପ୍ରାୟ 26ଟି ଦଳ ଅଂଶଗ୍ରହଣ କରିବାକୁ ଯାଉଥିବା ପ୍ରାୟତଃ ସ୍ପଷ୍ଟ ହୋଇଛି । ତେବେ ଏନଡିଏ ବିରୋଧରେ ବିରୋଧୀ ଏକାଠି ହେବାରେ ଲାଗିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରେ କିଏ ହେବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏହାରି ମଧ୍ୟରେ ଆଜି ବୈଠକରେ କଂଗ୍ରେସ ମିଳିତ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ରାହୁଲ ଗାନ୍ଧୀଙ୍କୁ ପ୍ରସ୍ତାବିତ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିବା ନେଇ ସୂଚନା ମିଳିଛି ।

ଦଳର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କର ଭୂମିକା ଏବି ବିରୋଧୀ ଦଳ ବୈଠକରେ କଣ ରହିବା ନେଇ ଗଣମାଧ୍ୟରେ ପ୍ରଶ୍ନରେ ଦଳର ଜାତୀୟ ସାଧାରଣ ସମ୍ପାଦକ ତଥା ସାଙ୍ଗଠନିକ ପ୍ରଭାରୀ କେ.ସି ବେଣୁଗୋପାଲ କହିଛନ୍ତି, ଗତ ବୈଠକରେ ସମସ୍ତେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାକୁ ପ୍ରଶଂସା କରିଥିଲେ । ଭାରତ ଯୋଡ଼ୋ ଯାତ୍ରା ସଫଳ ରହିଥିଲା । ରାହୁଲ ଗାନ୍ଧୀ ଏବେ କେବଳ କଂଗ୍ରେସ ନେୁହେଁ ବରଂ ସମଗ୍ର ବିରୋଧୀ ଦଳ ପାଇଁ ଏକ ବଡ଼ ଚେହେରା ଭାବେ ସାମ୍ନାକୁ ଆସିଛନ୍ତି ।

ପାଟନାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ବସିଥିବାରେ ବୈଠକରେ ସେପରି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇନଥିଲା ବେଳେ RJD ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ରାହୁଲଙ୍କ ପ୍ରତି ବ୍ୟଙ୍ଗାତ୍ମକ ବିବାହ ମନ୍ତବ୍ୟ ଚର୍ଚ୍ଚା ସୃଷ୍ଟି କରିଥିଲା । ଲାଲୁ କହିଥିଲେ, ରାହୁଲ ଶୀଘ୍ର ବିବାହ କରନ୍ତୁ, ସମସ୍ତ ବିରୋଧୀ ରାଜନୈତିକ ଦଳମାନେ ବରଯାତ୍ରୀ ଯିବେ । ରାହୁଲଙ୍କ ପ୍ରତି ଏହି ବିବାହ ଉପାଖ୍ୟାନ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଲାଲୁଙ୍କ ପରୋକ୍ଷ ଇଙ୍ଗିତ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଲାଲୁଙ୍କର ଅନ୍ୟ ଏକ ବୟାନ ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଥିଲା । ଲାଲୁ କହିଥିଲେ ଅବିବାହିତ ବ୍ୟକ୍ତି ଦେଶର ପ୍ରଧାନମନ୍ତ୍ରୀ ହେବା କଥା ନୁହେଁ । ବିନା ପତ୍ନୀରେ କେହି ପ୍ରଧାନମନ୍ତ୍ରୀ ନିବାସରେ ରହିବା ଦେଶ ପାଇଁ ଶୁଭ ନୁହେଁ ବୋଲି ଲାଲୁ କହିଥିଲେ । ଲାଲୁଙ୍କ ଏହି ଉଭୟ ମନ୍ତବ୍ୟକୁ ରାହୁଲ ଗାନ୍ଧୀ ଓ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବ ସହ ଯୋଡ଼ାଯାଇ ଚର୍ଚ୍ଚା କରାଯାଇଥିଲା ।

ଅନ୍ୟପଟେ ବିରୋଧୀଙ୍କୁ ଏକାଠି କରିବାର ପ୍ରାଥମିକ ଦାୟିତ୍ବ ନେଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ରାହୁଲଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବ ସମ୍ପର୍କରେ ସକରାତ୍ମକ ଇସାରା ଦେଇସାରିଛନ୍ତି । ନୀତିଶ କହିଥିଲେ, ରାହୁଲ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଲେ କୌଣସି ସମସ୍ୟା ମଧ୍ୟ ନାହିଁ । ଅନ୍ୟପଟେ ଇଟିଭି ଭାରତକୁ ସୂଚନା ଦେଇ ବରିଷ୍ଠ କଂଗ୍ରେସ ନତା ସି.ଡି ମେୟାପ୍ପନ କହିଛନ୍ତି, କଂଗ୍ରେସର ରାହୁଲ ଗାନ୍ଧୀ ହିଁ ପ୍ରଧାନମନ୍ତ୍ରୀ ଚେହେରା । ସେଥିରେ କୌଣସି ସମସ୍ଯା ନାହିଁ । ଏବେ ‘ଭାରତ ଯୋଡ଼ୋ ଯାତ୍ରା’ ପରେ ସେ ଦେଶରେ ଜଣେ ପ୍ରମୁଖ ବିରୋଧୀ ଦଳ ନେତା ଭାବେ ମଧ୍ୟ ସାମ୍ନାକୁ ଆସି ସାରିଛନ୍ତି, ଏକଥାକୁ ସମସ୍ତ ବିରୋଧୀ ଦଳ ଗ୍ରହଣ ମଧ୍ୟ କରିବେ ।

ଏହା ମଧ୍ୟ ପଢନ୍ତୁ:- Bengaluru Opposition meet: ପହଞ୍ଚିଲେ ଖଡଗେ, ରାହୁଲ ଓ ସୋନିଆ

ରାହୁଲଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ପରେ କର୍ଣ୍ଣାଟକରେ ଦଳ ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ ବାହାରକୁ ରାସ୍ତା ଦେଖାଇ ବହୁମତ ହାସଲ କରିଥିଲା । ଏହା ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ ‘ଭାରତ ଯୋଡ଼ୋ ଯାତ୍ରା’ର ପ୍ରଭାବ ଥିଲା ବୋଲି ମଧ୍ୟ କଂଗ୍ରେସ ସିଧାସଳଖ କହିଥିଲା । ଏହା ପରେ ରାହୁଲ ହିଁ ବିଜେପି ବିରୋଧରେ ଏକ ବଡ଼ ଚେହେରା ବୋଲି ଦଳ ବିଭିନ୍ନ ଫୋରମରେ ଦର୍ଶାଇ ସାରିଥିବା ବେଳେ ଏବେ ମିଳିତ ବିରୋଧୀଙ୍କ ମଞ୍ଚରେ ମଧ୍ଯ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନା କରିବାର ସମସ୍ତ ପ୍ରୟାସ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.