ETV Bharat / bharat

ଟ୍ରାଫିକ ନିୟମ ଉଲ୍ଲଂଘନ ପରେ ଫାଇନ ଦେବାକୁ ଟ୍ବିଟ କଲେ ବ୍ୟକ୍ତି

author img

By

Published : Sep 30, 2022, 4:20 PM IST

ଟ୍ରାଫିକ ନିୟମ ଉଲ୍ଲଂଘନ କରି ଭୁଲ କରିଛନ୍ତି । ନିଜ ଭୁଲ ଜାଣିବା ପରେ ଫାଇନ ଦେବାକୁ ବେଙ୍ଗାଲୁରୁ ଟ୍ରାଫିକ ପୋଲିସକୁ ଟ୍ବିଟ କରିଛନ୍ତି ବ୍ୟକ୍ତି ଜଣକ । ଅଧିକ ପଢନ୍ତୁ

ଟ୍ରାଫିକ ନିୟମ ଉଲ୍ଲଂଘନ ପରେ ଫାଇନ ଦେବାକୁ ଟ୍ବିଟ କଲେ ବ୍ୟକ୍ତି
ଟ୍ରାଫିକ ନିୟମ ଉଲ୍ଲଂଘନ ପରେ ଫାଇନ ଦେବାକୁ ଟ୍ବିଟ କଲେ ବ୍ୟକ୍ତି

ବେଙ୍ଗାଲୁରୁ:ଟ୍ରାଫିକ ନିୟମ ଉଲ୍ଲଂଘନ(Traffic Violation) କରିବା ଭୁଲ । କିନ୍ତୁ ଯଦି ଟ୍ରାଫିକ ନିୟମ ଭାଙ୍ଗିବା ପରେ ଚାଲାଣ ନଦେଉଛନ୍ତି ତେବେ ଏହା ତାଠାରୁ ବଡ ଭୁଲ । ଅନେକ ସମୟରେ ଆପଣ ଦେଖିଥିବେ ଅନେକ ଲୋକ ଟ୍ରିଫିକ ନିୟମ ଭାଙ୍ଗି ମଧ୍ୟ ଚାଲାଣ ଦେବାକୁ ନାରାଜ ହୁଅନ୍ତି । ଆଉ କେହି କେହି ରୁଲ ଭଙ୍ଗ କରି ଚମ୍ପଟ ମାରନ୍ତି, ଆଉ କେହି ଚାଲାଣ ମଧ୍ୟ ଦେଇଥାନ୍ତି । ବେଙ୍ଗାଲୁରୁର ଜଣେ ବ୍ୟକ୍ତି ଟ୍ରାଫିକ ନିୟମ ଉଲ୍ଲଂଘନ କରି ଅନୁତାପ କରିଛନ୍ତି । ଏହା ସହ ସେ ଜୋରିମାନା ଦେବେ ବୋଲି ଟ୍ବିଟ ମାଧ୍ୟମରେ କହିଛନ୍ତି ।

ବେଙ୍ଗାଲୁରରେ ରହୁଥିବା ବଲକ୍ରିଷ୍ଣା ବିର୍ଲା (Balakrishna Birla) ନିକଟରେ ଟ୍ରାଫିକ ସିଗନାଲ ଅତିକ୍ରମ କରି ଘରକୁ ଆସିବା ପରେ ନିଜ ଭୁଲ ବୁଝିପାରିଥିଲେ । ଏହାପରେ ସେ ଜରିମାନା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏନେଇ ସେ ବେଙ୍ଗାଲୁରୁ ଟ୍ରାଫିକ ପୋଲିସ(Bengaluru Traffic Police)କୁ ଟ୍ବିଟ କରି ଜୋରିମାନା ଦେବାକୁ କହିଥିଲେ । ତେବେ ନିୟମ ଉଲ୍ଲଂଘନର ନୋଟିସ ଯିବା ପରେ ଜୋରିମାନା ଦେଇପାରିବେ ବୋଲି ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ତରଫରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ବେଆଇନ ବାଲି ଖନନକୁ ନେଇ ବିହାରରେ ଗୁଳିକାଣ୍ଡ: ୪ ମୃତ, ୯ ଆହତ

ପ୍ରଥମେ ବାଲକ୍ରିଷ୍ଣା ବିର୍ଲା ବେଙ୍ଗାଲୁରୁ ଟ୍ରାଫିକ ପୋଲିସକୁ ଟ୍ବିଟ କରି ଲେଖି ଥିଲେ ଯେ, ''ମୁଁ ଶାନ୍ତି ନଗର ବଲସଷ୍ଟାଣ୍ଡରେ ଟ୍ରାଫିକ ନିୟମ ଭୁଲବଶତଃ ଉଲ୍ଲଂଘନ କରିଛି । ମୁଁ ଏଥି ପାଇଁ ଫାଇନ ଦେଇପାରିବି କି ? ଏହି ଟ୍ବିଟର ରିପ୍ଲାଏ କରିଥିଲା ବେଙ୍ଗାଲୁରୁ ଟ୍ରାଫିକ ପୋଲିସ । ଆପଣଙ୍କୁ ଟ୍ରାଫିକ ନିୟମ ଭାଙ୍ଗିଥିବାର ଏକ ନୋଟିସ ପଠାଯିବା ପରେ ଆପଣ ଫାଇନଦେଇ ପାରିବେ ବୋଲି ଟ୍ରାଫିକ ପୋଲିସ ତରଫରୁ କୁହାଯାଇଥିଲା ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.