ETV Bharat / bharat

ବୟସ ମାତ୍ର 16, 4 ପୁସ୍ତକ ରଚନା କରି ଚର୍ଚ୍ଚାରେ ବେଙ୍ଗାଲୁରୁର ଛାତ୍ରୀ

Bengaluru 16 Years Age Author: ମାତ୍ର 16 ବର୍ଷ ବୟସରେ 4 ପୁସ୍ତକ ରଚନା କରି ଚର୍ଚ୍ଚାରେ ବେଙ୍ଗାଲୁରୁର ଛାତ୍ରୀ । ହାସଲ କରିସାରିଛନ୍ତି ଅନେକ ଜାତୀୟ ଅନ୍ତର୍ଜାତୀୟ ସମ୍ମାନ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 31, 2023, 10:33 PM IST

ବୟସ ମାତ୍ର 16: 4 ପୁସ୍ତକ ରଚନା କରି ଚର୍ଚ୍ଚାରେ ବେଙ୍ଗାଲୁରୁର ଛାତ୍ରୀ

ବେଙ୍ଗାଲୁରୁ: ବୟସ ମାତ୍ର 16 । ହେଲେ ସାହିତ୍ୟ ପ୍ରତି ଅହେତୁକ ଆଗ୍ରହ । କେବଳ ସାହିତ୍ୟ ଅଧ୍ୟୟନ ନୁହେଁ ବରଂ କମ ବୟସରେ ଉଚ୍ଚକୋଟୀର ସୃଜନଶୀଳତାରେ ମଧ୍ୟ ବଡ ଉପଲବ୍ଧି । 4 ଟି ପୁସ୍ତକ ରଚନା କରି ଏବେ ଚର୍ଚ୍ଚାରେ ବେଙ୍ଗାଲୁରୁର ଛାତ୍ରୀ ଅମନ୍ନା ଜେ.କୁମାର । କେବଳ ପୁସ୍ତକ ରଚନାରେ ସେ ସୀମିତ ନାହାନ୍ତି, ବରଂ ଏପର୍ଯ୍ୟନ୍ତ ସେ 500 ରୁ ଅଧିକ ଇଂରାଜୀ ଓ ହିନ୍ଦୀ ଭାଷାରେ କବିତା ମଧ୍ୟ ରଚନା କରିସାରିଛନ୍ତି । ଏହି କବିତା ବିଭିନ୍ନ ପୁସ୍ତକ ଓ ପତ୍ରିକାରେ ପ୍ରକାଶିତ ମଧ୍ୟ ହୋଇଛି । ତାଙ୍କର ଏହି ସାହିତ୍ୟ ସୃଜନାଶୀଳତା ତାଙ୍କୁ ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ସମ୍ମାନର ଅଧିକାରୀ ମଧ୍ୟ କରିଛି । ଏହା ସ୍କୁଲର ଅନ୍ୟ ବିଦ୍ୟାର୍ଥୀଙ୍କୁ ମଧ୍ୟ ଅନୁପ୍ରାଣିତ କରିଛି ।

ଅମନ୍ନା ଏବେ ବେଙ୍ଗାଲୁରୁର ‘ବିଶପ କଟନ ଗାର୍ଲ୍ସ ହାଇସ୍କୁଲ’ରେ 10ମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ସେ ନିଜ ନିୟମିତ ପାଠପଢା ସହ ହାର୍ବାର୍ଡ ବିଶ୍ୱବିଦ୍ୟାଳୟରୁ ‘‘ମାଷ୍ଟରପିକ୍ସ ଅଫ ଓ୍ବାର୍ଲ୍ଡ ଲିଟେରଚର’’ରେ ପାଠ୍ୟକ୍ରମ ମଧ୍ୟ କରିଛନ୍ତି । ସେ ନିଜର ଏକାଡେମିକ୍ ଅଧ୍ୟୟନ ସହିତ ସେ ସାହିତ୍ୟ ଅଧ୍ୟୟନ ମଧ୍ୟ ସମାନ୍ତରଳ ଭାବେ ଜାରି ରଖିଛନ୍ତି । ଦେଶର ଅନ୍ୟତମ ସଫଳ କନିଷ୍ଠ କବି ଭାବେ ସେ ବହୁ ପୁରସ୍କାର ଓ ଅନୁଷ୍ଠାନ ଦ୍ବାରା ସମ୍ମାନିତ ମଧ୍ୟ ହୋଇସାରିଛନ୍ତି । 2021 ରେ ସେ ଏସିଆ ବୁକ ଅଫ ରେକର୍ଡରେ ସମ୍ମାନିତ ହୋଇଛନ୍ତି । ସେହିପରି ଗୋଆର ରାଜ୍ୟପାଳଙ୍କ ଦ୍ବାରା ସେ ‘କୌଟିଲ୍ୟ ଜୁନିଆର ପୋଏଟ ଆଓ୍ବାର୍ଡ’ରେ ମଧ୍ୟ ସମ୍ମାନିତ ହୋଇଛନ୍ତି । କନିଷ୍ଠ କବୟତ୍ରୀ ଶ୍ରେଣୀରେ ସେ 2022 ରେ ଗୋଲ୍ଡେନ ବୁକ ଓ୍ବାର୍ଲ୍ଡ ରେକର୍ଡ ଓ ‘ନୋବେଲ ବୁକ ଓ୍ବାର୍ଡ ରେକର୍ଡ’, ‘ୟଙ୍ଗେଷ୍ଟ ପୋଏଟ ଇଣ୍ଟରନ୍ୟାସନାଲ ଓ୍ବାର୍ଲ୍ଡ ରେକର୍ଡ’ରେ ମଧ୍ୟ ସ୍ଥାନ ପାଇଛନ୍ତି ।

ମାତ୍ର 10 ବର୍ଷ ବୟସରେ ଅମନ୍ନା ସାହିତ୍ଯ ସାଧାନା ଓ ଲେଖାଲେଖି ଆରମ୍ଭ କରିଥିଲେ । ପ୍ରଥମେ ସେ କାବ୍ୟ କବିତା ପାଠ କରିବା ସହ କବିତାର ଏକ ସଂଗୃହିତ ସଙ୍କଳନ ରଚନା କରିଥିଲେ । ଯାହା ପ୍ରଥମ ଥର ତାଙ୍କ ଦକ୍ଷତାକୁ ସାହିତ୍ୟପ୍ରେମୀଙ୍କ ଦୃଷ୍ଟିକୁ ଆଣିଥିଲା । ଏହା ପରେ ସେ ଗୋଟିଏ ପରେ ଗୋଟିଏ 4 ଟି ପୁସ୍ତକ ରଚନା କରିସାରିଛନ୍ତି । ତାଙ୍କର 4ର୍ଥ ପୁସ୍ତକକୁ ପୂର୍ବତନ ଲୋକାୟୁକ୍ତ ତଥା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏନ. ସନ୍ତୋଷ ହେଗଡେ ଉନ୍ମୋଚନ କରିଛନ୍ତି । ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସେ ଆଗମୀ ଭବିଷ୍ୟତାରେ ସାହିତ୍ୟରେ ଖ୍ୟାତି ଅର୍ଜନ କରିବା ପାଇଁ ଶୁଭେଚ୍ଛା ମଧ୍ୟ ଜାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- CISFର ପ୍ରଥମ ମହିଳା ମହାନିର୍ଦ୍ଦେଶକ ହେଲେ ଆଇପିଏସ ନିନା ସିଂ

ମାନା 10 ବର୍ଷ ବୟସରେ କବିତା ସଂଗ୍ରହ ଲେଖି ସାହିତ୍ୟ ଜଗତର ଦୃଷ୍ଟି ଆକର୍ଷଣ କରିଥିଲେ। ସେ ବର୍ତ୍ତମାନ ତାଙ୍କର ଚତୁର୍ଥ ପୁସ୍ତକ ଦଶମ ଶ୍ରେଣୀରେ ଲେଖିଛନ୍ତି। ‘ଗାଲୋର ଅଫ୍ ମିଷ୍ଟ୍ରିଜ’ (Galore of Mysteries) ପୁସ୍ତକ, କବିତା ଏବଂ କ୍ଷୁଦ୍ର ଗଳ୍ପଗୁଡ଼ିକର ଏକ ସଂଗ୍ରହ ସଂଙ୍କଳନ । ଏଥିରେ କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚନ୍ଦ୍ର ଗେହଲୋଟଙ୍କ ବାର୍ତ୍ତା ମଧ୍ୟ ରହିଛି । ଏହି ପୁସ୍ତକର ଉପକ୍ରମ ISRO ବୈଜ୍ଞାନିକ ଚନ୍ଦ୍ରଯାନ-3 ପ୍ରକଳ୍ପ ନିର୍ଦ୍ଦେଶକ ଡ. ପି ବୀରା ମୁଥୁଭେଲ ଲେଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.