ETV Bharat / bharat

ଇଣ୍ଡିଗୋ ଏୟାର ହୋଷ୍ଟେସ୍‌ଙ୍କୁ ଦୁର୍ବ୍ୟବହାର : ଜଣେ ବିଦେଶୀ ନାଗରିକ ଗିରଫ

ବିମାନରେ 2 ମହିଳା କ୍ରିୟୁ ସଦସ୍ୟଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଯାତ୍ରୀ ଗରଫ । ଅଭିଯୁକ୍ତକୁ ଗିରଫ କରିଛି ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦର ପୋଲିସ । ଅଭିଯୁକ୍ତ ଜଣକ ବିଦେଶୀ ହୋଇଥିବା ସୂଚନା ମିଳିଛି । ଅଧିକ ପଡନ୍ତୁ

author img

By

Published : Aug 21, 2023, 6:14 PM IST

ବିମାନରେ ଦୁର୍ବ୍ୟବହାର ଅଭିଯୋଗ : ଜଣେ ବିଦେଶି ନାଗରିକ ଗିରଫ

ବେଙ୍ଗାଲୁରୁ: ବିମାନରେ 2 ମହିଳା କ୍ରିୟୁ ସଦସ୍ୟଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଯାତ୍ରୀ ଗିରଫ । ଇଣ୍ଡିଗୋ ବିମାନଟି ମାଲଦ୍ବୀପରୁ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିଥିଲା । ବିମାନର 2 ମହିଳା କ୍ରୁ' ସଦସ୍ୟଙ୍କୁ ଜଣେ ବିଦେଶୀ ନାଗର ଦୁର୍ବ୍ୟବହାର କରିଥିଲେ । ବେଙ୍ଗାଲୁରୁରେ ବିମାନ ଅବତରଣ ପରେ ଅଭିଯୁକ୍ତକୁ ଗିରଫ କରିଛି ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦର ପୋଲିସ । ଅଭିଯୁକ୍ତ ଜଣକ ବିଦେଶୀ ନାଗରିକ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଗତ ଅଗଷ୍ଟ 18 ତାରିଖ ଦିନ ଇଣ୍ଡିଗୋ ବିମାନଟି ମାଲଦ୍ବୀପରୁ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ଉଡ଼ାଣ ଭରିଥିଲା ।ବିମାନଟି ମଝି ଆକାଶେରେ ଥିବା ସମୟରେ ମାଲଦ୍ବୀପର 51 ବର୍ଷୀୟ ଆକ୍ରମ ଅହମ୍ମଦ ନାମକ ଜଣେ ଯାତ୍ରୀ 2 ଜଣ ମହିଳା କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଥିଲେ । ଆକ୍ରମ ଅହମ୍ମଦ ଜଣେ ମହିଳା କ୍ରୁ' ସଦସ୍ୟଙ୍କୁ ବିଦେଶି ମଦ ଏବଂ କାଜୁ ଆଣିବା ପାଇଁ ଅର୍ଡର ଦେଇଥିଲେ ।ଏୟାର୍ ହୋଷ୍ଟେସ ଜଣକ ଆକ୍ରମଙ୍କୁ ବିଦେଶି ମଦ ଏବଂ କାଜୁ ଯୋଗାଇ ଦେଇଥିଲେ । ଏହି ସମୟରେ ବ୍ୟକ୍ତି ଜଣକ ଏୟାର୍ ହୋଷ୍ଟେସଙ୍କୁ ଦୁର୍ବ୍ୟବହାର କରିଥିଲେ । ଏୟାର୍ ହୋଷ୍ଟେସ୍‌ଙ୍କୁ ଆପତ୍ତିଜନକ ଇଙ୍ଗିତ କରିବା ସହ ଟଙ୍କା ଯାଚିଥିଲେ । ଏହା ପରେ ଅନ୍ୟ ଜଣେ ଏୟାର୍ ହୋଷ୍ଟେସଙ୍କୁ ମଧ୍ୟ ଖରାପ ବ୍ଯବହାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ମଝି ଆକାଶରେ ହୃଦଘାତର ଶିକାର ହେଲେ ଯାତ୍ରୀ, ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ପୋଲିସ ସୂଚନା ଅନୁସାରେ ଆକ୍ରମ ଅହମ୍ମଦ 2 ମହିଳା କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିବା ସହ ବିମାନିଟି ଅବତରଣ କରିବା ସମୟରେ ସେ ନିଜ ସିଟ୍‌ରୁ 2ରୁ 3 ଥର ଛିଡା ହୋଇଯାଇଥିଲେ । ଏହାକୁ ଦେଖି ଜଣେ ସିନିୟର୍ କ୍ରିୟୁ ସଦସ୍ୟ ତାଙ୍କୁ ବାରଣ କରିଥିଲେ । କିନ୍ତୁ ବ୍ୟକ୍ତି ଜଣକ କଥା ନଶୁଣି ତାଙ୍କୁ ମଧ୍ୟ ଖରାପ ବ୍ୟବହାର କରିଥିଲେ । ଏହାକୁ ନେଇ ବିମାନର କ୍ରୁ' ସଦସ୍ୟଙ୍କ ଦ୍ବାରା ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିାଲ । ଡିସିପି ଲକ୍ଷ୍ମୀ ପ୍ରସାଦ କହିଛନ୍ତି ଅଭିଯୁକ୍ତ ଜଣକ ମାଲଦ୍ବୀପରୁ ବାଣିଜ୍ୟ ଭିସାରେ ଭାରତ ଆସିଛିନ୍ତି । ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.