ETV Bharat / bharat

West Bengal: କଂଗ୍ରେସ ଶୂନ୍ୟ ହେଲା ପଶ୍ଚିମବଙ୍ଗ ! TMCରେ ମିଶିଲେ ଏକମାତ୍ର ବିଧାୟକ

author img

By

Published : May 29, 2023, 10:50 PM IST

TMC ରେ ସାମିଲ ହେଲେ କଂଗ୍ରେସର ଏକମାତ୍ର ବିଧାୟକ ବାଇରନ୍ ବିଶ୍ୱାସ । ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦିଦି କ୍ୟାମ୍ପରେ ହେଲେ ସାମିଲ । ମମତାଙ୍କୁ ଟାର୍ଗେଟ କଲେ ଅଧୀର ରଞ୍ଜନ ଚୌଧୁରୀ । ଅଧିକ ପଢନ୍ତୁ

West Bengal: ହାତ ଛାଡି TMC ରେ ସାମିଲ ହେଲେ ପଶ୍ଚିମବଙ୍ଗର ଏକମାତ୍ର କଂଗ୍ରେସ ବିଧାୟକ

କୋଲକାତା: ପଶ୍ଚିମବଙ୍ଗରେ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ତାର ସାଙ୍ଗଠନିକ ଅସ୍ତିତ୍ବ ହରାଇଛି । ଦଳର ଏକମାତ୍ର କଂଗ୍ରେସ ବିଧାୟକ ବାଇରନ୍ ବିଶ୍ୱାସ ଆଜି (ସୋମବାର) ଦଳ ଛାଡି ଶାସକ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ପଶ୍ଚିମ ମେଦିନୀପୁର ଜିଲ୍ଲାରେ ଟିଏମସି ସାଧାରଣ ସମ୍ପାଦକ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇଛନ୍ତି ବିଧାୟକ ବାଇରନ । ମୁର୍ସିଦାବାଦର ସାଗାର୍ଡି ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରୁ ଉପନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

  • Today, during the ongoing #JonoSanjogYatra in the presence of Shri @abhishekaitc, INC MLA from Sagardighi Bayron Biswas joined us. We wholeheartedly welcome him to the Trinamool Congress family!

    To strengthen your resolve to fight against the divisive and discriminatory… pic.twitter.com/CyCaUKTyRs

    — All India Trinamool Congress (@AITCofficial) May 29, 2023 " class="align-text-top noRightClick twitterSection" data=" ">

ଅପରାହ୍ନରେ ଏହି ମିଶ୍ରଣ ପର୍ବ ନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ଟ୍ବିଟରେ ପ୍ରତିକ୍ରିୟା ରଖାଯାଇଛି । ବିଜେପି ସହ ଲଢିବା ପାଇଁ ସେ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ସାମିଲ ହେବା ପାଇଁ ସେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତୃଣମୂଳ କଂଗ୍ରେସ ତାଙ୍କୁ ସ୍ବାଗତ କରୁଛି । ତାଙ୍କର ଯୋଗଦାନ ଦଳକୁ ସୁଦୃଢ କରିବ । ଏକାଠି ଲଢିବା ଓ ଜିତିବା ବୋଲି ତୃଣମୂଳ କଂଗ୍ରେସ ଟ୍ବିଟ୍‌ରେ କହିଛି ।

ଉଲ୍ଲେଖନୀୟ କଥା ହେଉଛି, 2021 ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ବାମଦଳ ଖାତା ଖୋଲିବାରେ ମଧ୍ୟ ସଫଳ ହୋଇନଥିଲେ । ପରେ ଉପନିର୍ବାଚନରେ ମୁର୍ସିଦାବାଦର ସାଗାର୍ଡି ନିର୍ବାଚନମଣ୍ଡଳୀରୁ ବାଇରନ ବିଜୟୀ ହେବା ପରେ କଂଗ୍ରେସ ଖାତାରେ ଜଣେ ବିଧାୟକ ଥିଲେ । ହେଲେ ଉପନିର୍ବାଚନରେ ବିଧାୟକ ଭାବରେ ନିର୍ବାଚିତ ହେବାର ମାତ୍ର 3 ମାସ ମଧ୍ୟରେ ବାଇରନ୍ ଦଳକୁ ବାଏ ବାଏ କରି ଦିଦି କ୍ୟାମ୍ପରେ ସାମିଲ ହୋଇଛନ୍ତି । ରାଜ୍ୟ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ ବିଧାୟକ ବାଇରନଙ୍କ ଦଳ ପରିବର୍ତ୍ତନ ନଷ୍ପତ୍ତିକୁ ଦୁର୍ବଳ ନିଷ୍ପତ୍ତି ବୋଲି କହିଛନ୍ତି । କଂଗ୍ରେସ ବାଇରନଙ୍କୁ ବିଶ୍ବାସ କରି ଟିକେଟ ଦେଇଥିଲା, କିନ୍ତୁ ସେ ଦଳର ଏହି ବିଶ୍ୱାସକୁ ସମ୍ମାନ ଦେଇନାହାଁନ୍ତି ବୋଲି ଅଧୀର କଡା ଭାଷାରେ ସମାଲୋଚନା କରିଥିଲେ ।

ଏହି ପ୍ରସଙ୍ଗରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ଚୌଧୁରୀ ରଞ୍ଜନ ଚୌଧୁରୀ । କହିଛନ୍ତି, ‘‘ଦିଦି, ଗୋଟିଏ ମାସ ମଧ୍ୟରେ କେବେ ଶୀତ ଦୂର ହୁଏ ନାହିଁ । ତୁମେ ଆରମ୍ଭ କରିଥିବା ଖେଳ ଦିନେ ଶେଷ ହେବ । ତୁମେ ଦଳବଦଳ ଖେଳରେ ବେଶ ପୁରଖା । କିନ୍ତୁ ଏହି ଖେଳ ତୁମକୁ ଶେଷ କରିଦେବ । ଆସନ୍ତାକାଲି ତୃଣମୂଳ କଂଗ୍ରେସର ମଧ୍ୟ ଏହି ପରି ସ୍ଥିତି ହେବ । ମୁଁ ଆପଣଙ୍କ ଚ୍ୟାଲେଞ୍ଜ ଗ୍ରହଣ କରୁଛି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.