ETV Bharat / bharat

Bengal Teacher Recruitment Scam: ପୁଣି ଅର୍ପିତାଙ୍କ ଘରେ ED, ଜବତ ହେଲା ବିପୁଳ ଟଙ୍କା

ଖୋଲୁଛି ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ପେଡି । ଆଜି ପୁଣି ଅର୍ପିତା ମୁଖାର୍ଜୀଙ୍କ ଘରେ EDର ଚଢାଉ । ଜବତ ହେଲା ବିପୁଳ ଟଙ୍କା । ଅଧିକ ପଢନ୍ତୁ

author img

By

Published : Jul 27, 2022, 9:59 PM IST

Bengal teacher recruitment scam: ପୁଣି ଅର୍ପିତାଙ୍କ ଘରେ ED, ଜବତ ହେଲା ବିପୁଳ ଟଙ୍କା

କୋଲକାତା: ପ୍ରଥମ ଥର ଚଢାଉରେ ଜବତ ହୋଇଥିଲା 20 କୋଟି ଟଙ୍କା । ହେଲେ ଥରକରେ ଛିଡିଲା ନାହିଁ ଦୁର୍ନୀତିର ଚେର । ଆଜି ପୁଣି ପଶ୍ଚିମବଙ୍ଗ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଓ ତାଙ୍କର କିଛି ନିକଟ ସମ୍ପର୍କୀୟଙ୍କ ଘରେ ଚଢାଉ କରିଛି ତଦନ୍ତକାରୀ ସଂସ୍ଥା । ଏତେ କଳା ଟଙ୍କା ଗଚ୍ଛିତ ହୋଇଛି ଯେ, ହାତରେ ଗଣି ପାରୁନାହାନ୍ତି ଅଧିକାରୀ । ଆବଶ୍ୟକ ପଡୁଛି ବୈଦୁତିକ ଗଣତି ମେସିନ । ଆଜି ପୁଣି ଅର୍ପିତାଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଛି । ଜବତ ଟଙ୍କାକୁ କାର୍ଯ୍ୟାଳୟକୁ ନେଇଛନ୍ତି ଚଢାଉରେ ସାମିଲ ଅଧିକାରୀ । ଆଜି ଜବତ ରାଶିର ପରିମାଣ ସମ୍ପର୍କରେ କିଛି ସ୍ପଷ୍ଟ କରିନି ସଂସ୍ଥା ।

  • #WATCH | Cash counting machines brought to the residence of Arpita Mukherjee, a close aide of West Bengal Minister Partha Chatterjee, located at Belgharia Town Club.

    After a search operation, ED recovered a huge sum of money from her residence. pic.twitter.com/Gf3Vt9NPdb

    — ANI (@ANI) July 27, 2022 " class="align-text-top noRightClick twitterSection" data=" ">

ପ୍ରଥମେ ପ୍ରାର୍ଥ ଚାଟାର୍ଜୀ ଗିରଫ ହେବା ପରେ ଅର୍ପିତାଙ୍କ ଘରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 20 କୋଟି ଟଙ୍କା ନଗଦ ଜବତ ହେବା ପରେ ଏକାଧିକ ଘଣ୍ଟା ଜେରା ହୋଇଥିଲେ ଅର୍ପିତା ମୁଖାର୍ଜୀ । ପରେ ତାଙ୍କୁ ଗିରଫ କରାଯାଇଥିଲା । ତଦନ୍ତ ଆଧାରରେ ପୁଣି ଆଜି ମଧ୍ୟ ଚଢାଉ କରି ବିପୁଳ ଟଙ୍କା ଜବତ କରିଛନ୍ତି ଇଡି ଅଧିକାରୀ । ମମତାଙ୍କ କ୍ୟାବିନେଟ ମନ୍ତ୍ରୀ ପ୍ରାର୍ଥ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଏବେ ଜେଲରେ ଥିବା ବେଳେ ଶାସକ ଦଳର ଅନ୍ୟ କିଛି ବିଧାୟକଙ୍କୁ ମଧ୍ୟ ସମନ ଜାରି କରିଛି ଇଡି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.